ପଡିଆରୁ ଥାଇ Hardik Pandya ଙ୍କ ସ୍ତ୍ରୀ Natasha ଙ୍କୁ କ୍ଷମା ମାଗିଲେ ବୋଲର, ଫଟୋ ଭାଇରାଲ ହେବା ପରେ ସାମ୍ନାକୁ ଆସିଲା ସତ, ଦେଖନ୍ତୁ Video

ଆଇପିଏଲ ସିଜିନ-୧୫ ର ୪୦ତମ ମ୍ଯାଚରେ ଗୁଜୁରାଟ ଟାଇଟାନ୍ସ ଏକ ରୋମାଞ୍ଚକର ମ୍ଯାଚ ଖେଳି ସନରାଇଜର୍ସ ହାଇଦ୍ରାବାଦକୁ ଶେଷ ବଲ୍ ରେ ୫ ୱିକେଟରେ ପରାସ୍ତ କରିଛି । କିନ୍ତୁ ଆଇପିଏଲ ୨୦୨୨ ରେ ପ୍ରଥମ ଥର ଏମିତି ହୋଇଛି କି ପରାସ୍ତ ହୋଇଥିବା ଟିମ୍ ର ଖେଳାଳିଙ୍କୁ ମ୍ୟାନ ଅଫ ଦି ମ୍ଯାଚ ଚୟନ କରାଯାଇଛି । ଏହି ମ୍ଯାଚରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତିଥିଲେ ଏବଂ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ଏହି ମ୍ଯାଚରେ ପାଣ୍ଡ୍ୟା ବ୍ୟାଟିଂରେ କିଛି ଖାସ୍ ପ୍ରଦର୍ଶନ କରି ପାରି ନଥିଲେ । ସେ ବ୍ୟାଟିଂ କରୁଥିବା ବେଳେ ତାଙ୍କ କାନ୍ଧରେ ବଲ୍ ବାଜି ଯାଇଥିଲା । ଏହା ଦେଖି ଷ୍ଟାଡିୟମରେ ମ୍ଯାଚ ଦେଖିବାକୁ ଆସିଥିବା ପାଣ୍ଡ୍ୟାଙ୍କ ସ୍ତ୍ରୀ ନତାଶା ଷ୍ଟାଙ୍କୋଭିକ ବି ବହୁତ ଚିନ୍ତିତ ହୋଇ ପଡିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ସନରାଇଜର୍ସ ହାଇଦ୍ରାବାଦର ବୋଲର ଉମରାନ ମଲିକଙ୍କ ବଲ୍ ରେ ଏକ ବଡ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ୍ ଟି ତାଙ୍କ କାନ୍ଧରେ ବାଜି ଯାଇଥିଲା ।

ପାଣ୍ଡ୍ୟା ଯନ୍ତ୍ରଣାରେ ବାରମ୍ବାର ହାତ ଏପଟ ସେପଟ କରୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ଚିକିତ୍ସା ପାଇଁ ପଡିଆରେ ସାଙ୍ଗେ ସାଙ୍ଗେ ଫିଜିଓ ଥେରାପିଷ୍ଟ ମଧ୍ୟ ଯାଇ ପହଞ୍ଚିଥିଲେ । ଏହା ଦେଖି ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଖୁବ ଚିନ୍ତାରେ ପଡି ଯାଇଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ଏହି ମ୍ଯାଚରେ ହାର୍ଦ୍ଦିକ ପାଣ୍ଡ୍ୟା ବଡ ଇନିଂସ ଖେଳିପାରି ନଥିଲେ । ସେ ମାତ୍ର ୧୦ ରନ୍ କରି ଉମରାନଙ୍କ ବଲ୍ ରେ ଆଉଟ ହୋଇ ଯାଇଥିଲେ । ତେବେ ମ୍ଯାଚ ପରେ ଉମରାନ ମଲିକ ନତାଶା ଷ୍ଟାଙ୍କୋଭିକଙ୍କୁ ହାତ ଯୋଡି କ୍ଷମା ମାଗିଥିବାର ଦେଖିବାକୁ ମିଳିଛି । ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ପଚାରୁ ଧରି ଥିବାର ଦେଖାଯାଉଛି । ତେବେ ଉମରାନ ନତାଶାଙ୍କୁ ହାତ ଯୋଡୁଥିବା ସମୟର ଫଟୋ ୱିସଡେନ ଇଣ୍ଡିଆର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସେଯାର କରାଯାଇଛି ।

ଏହି ଫଟୋ ଶେୟାର କରି ଏହାର କ୍ୟାପସନରେ ଲେଖାଯାଇଛି, ‘ସରି ସିନିୟର’ । ଏହି ଫଟୋ ଦେଖିବା ପରେ ପ୍ରଶଂସକ ମାନେ କହୁଛନ୍ତି କି ପଡିଆରେ ଥାଇ ନତାଶାଙ୍କୁ କ୍ଷମା ମାଗୁଛନ୍ତି ଉମରାନ । ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ  ଭାଇରାଲ ହେଉଛି ।