ଏକ କୋଟି ଟଙ୍କାରେ ବିକା ହୁଏ ଏହି ଝିଟିପିଟି, କାହିଁକି କରାଯାଇଥାଏ ଏହାର ଶିକାର, ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।

ଏକ କୋଟି ଟଙ୍କାରେ ବିକା ହୁଏ ଏହି ଝିଟିପିଟି, ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଏହାର ରହସ୍ୟ।

ଝିଟିପିଟି ଏକ ଏମିତି ଜୀବ ଯାହାକୁ ଦେଖିଲେ କିଛି ଲୋକ ଡରନ୍ତି ତ କେହି ତାକୁ ଚପଲରେ ମାରିଥାନ୍ତି। ଏମିତ ବି କିଛି ଲୋକ ଅଛନ୍ତି ଯେଉଁମାନେ ତାକୁ ଅଣଦେଖା କରିଦେଇଥାନ୍ତି। କିନ୍ତୁ ଆପଣ କେବେ ଗୋଟେ କୋଟି ଟଙ୍କାର ଝିଟିପିଟି ବିଷୟରେ ଶୁଣିଛନ୍ତି କି? ଆଜ୍ଞା ହଁ ଗୋଟେ କୋଟି ଟଙ୍କାର ଝିଟିପିଟି, ଏହା କୌଣସି ଭୁଲ ତଥ୍ୟ ନୁହେଁ, ଏହି ଝିଟିପିଟିର ନା ହେଉଛି Tokay Gecko।

କେଉଁଠାରେ ମିଳୁଛି ଏହି ଝିଟିପିଟି-

ଏହି ପ୍ରଜାତିର ଝିଟିପିଟି ସବୁଠୁ ଅଧିକ ଏସିଆ ଓ Pacific Islandରେ ଦେଖାଯାଏ। ଏସିଆ ର ଦକ୍ଷିଣ- ପୂର୍ବ ଭାଗରେ ଯେଉଁଠି କି ଭାରତ, ଭୁଟାନ, ନେପାଲ ଏବଂ ବାଂଲାଦେଶ ଆଦି ଦେଶ ଅଛି ସେହି ସ୍ଥାନରେ ଏହା ଅଧିକ ମାତ୍ରାରେ ଦେଖା ଯାଏ। ଏହା ବ୍ଯତୀତ Philippines ଏବଂ Indonesiaରେ ମଧ୍ୟ ଏମାନେ ଦେଖା ଯାନ୍ତି। କେତେ ଗୁଡେ ଦେଶରେ ଏବେ ଏହାର ଅସ୍ତିତ୍ଵ ଆଉ ଦେଖିବାକୁ ମିଳୁନାହିଁ।

ତସ୍କର ଧରାପଡିଲେ-

ବିଭିନ୍ନ ପ୍ରଜାତିର ଝିଟିପିଟି ମଧ୍ୟରୁ ଏ ହେଉଛି ମଧ୍ୟ ଏକ ପ୍ରଜାତି। ଏହି ଝିଟିପିଟି Gekko ଜାତିର, ଏହାର ପ୍ରଜାତିର ନା Tokay gecko। ଏହି କିଛି ଦିନ ତଳେ ପଶ୍ଚିମ ବଙ୍ଗର ଉତ୍ତର-୨୪ ପରଗନାରେ ଜଣେ ତସ୍କର ଏହି ଖାସ ପ୍ରଜିତର ଝିଟିପିଟି ସହ ଧରାପଡିଛି, ଯିଏ କି ତାକୁ ବିକିବା ପାଇଁ ପ୍ରସ୍ତୁତ ହେଉଥିଲା। କିନ୍ତୁ ତାହା ଆଗରୁ ପୁଲିସ ତାକୁ ଧରି ନେଇଛନ୍ତି।

କେମିତି ଧରିଲେ ତସ୍କର-

ପଶ୍ଚିମ ବଙ୍ଗର ଉତ୍ତର-୨୪ ପରଗନା ଜିଲ୍ଲାରେ ଗୋଟେ ଜାଗା ଅଛି ବାଡୁ, ଏହି ଜାଗା ମଧ୍ୟମ ଗ୍ରାମ ପୁଲିସଙ୍କ ଅଧୀନରେ ଆସୁଛି, ଏହି ଜାଗାରେ ଅତିଉଲ୍ଲାହ ନାମକ ଏହି ତସ୍କର ତାର ସାଥିମାନଙ୍କ ସହ ଏହି ଝିଟିପିଟିକୁ ପଶ୍ଚିମ ବଙ୍ଗରୁ ଭାରତ ବାହାରକୁ ପଠାଇବାର ଯୋଜନା ରେ ଥିଲେ। ଭାରେ ଏହାର ଦାମ ଗୋଟେ କୋଟି ହୋଇଥାନ୍ତା।

ବନ୍ୟବିଭାଗ ଧରିଲେ ତସ୍କର-

ବନ୍ୟବିଭାଗର ଅଧିକାରୀମାନଙ୍କୁ ଏ ବିଷୟରେ ସୂଚନା ମିଳିସାରିଥିଲା, ସେଥିପାଇଁ ସେ ଦେଶ ବାହାରକୁ ଯିବା ଆଗରୁ ଏମାନେ ତାକୁ ଧରିବାର ଯୋଜନା ବନେଇସାରିଥିଲେ। ସେମାନେ ପୁଲିସ ସହ ମିଶି ୫ ଜଣିଆ ଗୋଟେ ଗୃପ ବନାଇ ନିଜକୁ ତସ୍କର ମାନକ ନିକଟରେ କିଣିବାକୁ ଆସିଛନ୍ତି ବୋଲି କହିଲେ । ଟଙ୍କା ଦେଖିବା ପରେ ଅତିଉଲ୍ଲାହ ସେମାଙ୍କୁ ଝିଟିପିଟି ବିକିବାକୁ ରାଜି ହୋଇଗଲା। କିଛି କଥାବାର୍ତ୍ତା ପରେ ୨୦ଲକ୍ଷ ଟଙ୍କାରେ ଏହାର Deal ଠିକ ହୋଇଥିଲା। ଏହା ପରେ ଯେତେବେଳେ ସିଏ ଝିଟିପିଟି ଦବାକୁ ଯାଏ ପୁଲିସ ମାନେ ତାକୁ ଗିରଫ କରିଥିଲେ।

କଣ ପାଇଁ ହୁଏ ଏହାର ଶ୍ମଗଲିଙ୍ଗ-

ଦକ୍ଷିଣ ପୂର୍ବ ଏସିଆରେ Tokay gecko ସୌଭାଗ୍ୟର ପରତିକ ବୋଲି ମନାଯାଏ। ଏହାକୁ ନେଇ କେତେ ଲୋକ କଥା ମଧ୍ୟ ଅଛି। ଏହା ବ୍ଯତୀତ ଏସିଆରେ ଏହାର ତସ୍କରି ଔଷଧ ଟିଆରୀ କରିବା ପାଇଁ ମଧ୍ୟ କରାଯାଏ। ମାନ୍ୟତା ଅଛି କି ଏହା kidney ଓ Lungsକୁ ମଜବୁତ କରିଥାଏ। ଏହାର ତେଲ ଲୋକମାନେ ମୁହଁରେ ଲଗାଇଥାନ୍ତି। କିନ୍ତୁ ଏହା ପ୍ରମାଣିତ ନୁହେଁ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା।