କିନ୍ନର ମାନଙ୍କ ସୃଷ୍ଟି କିପରି ହୋଇଥିଲା ଓ କିଏ ଦୁନିଆର ପ୍ରଥମ କିନ୍ନର

ଫ୍ରେଣ୍ଡସ୍ ଆପଣମାନେ କିନ୍ନରଙ୍କ ବିଷୟରେ ନିଶ୍ଚିତ ଜାଣିଥିବେ।ଆଜି ଆମେ କିନ୍ନରଙ୍କ ସୃଷ୍ଟି କିପରି ହୋଇଥିଲା ଯାଣିବା।ମନୁଷ୍ଯ ମାନଙ୍କ ପରି କିନ୍ନର ମାନେ ଦୁଇ ପ୍ରକାରର ହୋଇଥାନ୍ତି।ଗୋଟିଏ କିନ୍ନର ଯାହାକୁ କିନ୍ ପୁରୁଷ ବୋଲି କହନ୍ତି ଏବଂ ଅନ୍ୟଟି ହେଉଛି କିନ୍ନରୀ ଯେଉଁ ମାନଙ୍କୁ କିନ୍ନପୁରୁଷ ବୋଲି କହିଥାନ୍ତି।ଏମାନଙ୍କ ସୃଷ୍ଟି କିପରି ଓ କାହିଁକି ହୋଇଥିଲା ଚାଲନ୍ତୁ ଯାଣିବା।ବହୁତ ବର୍ଷ ପୂର୍ବେ ପ୍ରଜାପତି ର୍କଦମଙ୍କ ଗୋଟିଏ ଇଲ ନାମକ ପୁତ୍ର ଥିଲେ ଇଲ ବହୁତ ଧର୍ମପରାୟଣ ରାଜା ଥିଲେ।ଥରେ ରାଜା ନିଜ ସୈନିକ ମାନଙ୍କ ସହ ସିକାର କରିବାକୁ ଯାଇଥିଲେ ଅନେକ ପଶୁ ପକ୍ଷୀଙ୍କୁ ଶିକାର କରିବା ପରେ ମଧ୍ଯ ତାଙ୍କ ମନ ପୂରା ହୋଇନଥିଲା।

ସେ ଶିକାର କରି କରି ଏପରି ଏକ ପର୍ବତ ନିକଟରେ ପହଞ୍ଚିଲେ ଯେଉଁଠାରେ ଭଗବାନ ଶିବ ପାର୍ବତୀଙ୍କ ସହ ଥିଲେ।ଭଗବାନ ଶିବ ପାର୍ବତୀଙ୍କୁ ଖୁସି କରିବା ପାଇଁ ଗୋଟେ ସ୍ତ୍ରୀ ରୂପ ଧାରଣ କରିଥିଲେ।କୁହାଯାଏଯେ ସେ ସମୟରେ ଜଙ୍ଗଲରେ ଥିବା ସମସ୍ତ ପଶୁ ପକ୍ଷୀ ଗଛ ସବୁ ସ୍ତ୍ରୀଲିଙ୍ଗ ଧାରଣ କରିଥିଲେ।ତେଣୁ ସେହି ସମୟରେ ଶିକାର କରୁଥିବା ରାଜା ଓ ତାଙ୍କର ସମସ୍ତ ସୈନ୍ଯ ସ୍ତ୍ରୀ ରୂପ ଧାରଣ କଲେ।ନିଜକୁ ସ୍ତ୍ରୀ ରୂପେ ଦେଖି ରାଜା ବହୁତ ଦୁଃଖ ପ୍ରକାଶ କଲେ।ଯେତେବେଳେ ସେ ଜାଣିଲେ ଏହା ଭଗବାନ ଶିବଙ୍କ ଇଚ୍ଛାରେ ହୋଇଛି ସେ ଆହୁରି ଭୟଭୀତ ହୋଇ ଥିଲେ।

ଏବଂ ଭଗବାନଙ୍କ ନିକଟକୁ ଯାଇଥିଲେ ସେତେବେଳେ ଭଗବାନ କହିଲେ ତୁମେ ପୁନଃ ପୁରୁଷ ହେବାଛାଡି ବାକି ଯୋଉ ବର ମାଗୁଛ ମାଗ।ସେତେବେଳେ ସେ ଅନ୍ୟ ବର ମାଗିଥିଲେ ଏବଂ ସେ ପାର୍ବତୀଙ୍କୁ ପ୍ରସନ୍ନ କରିବାକୁ ଲାଗିଲେ।ପାର୍ବତୀ ପ୍ରସନ୍ନ ହୋଇ କହିଲେ ତୁମେ ଯୋଉ ପୁରୁଷ ହେବାର ବର ମାଗୁଛ ତାର ଅଧା ଶକ୍ତି ଭଗବାନଙ୍କ ପାଖରେ ଅଛି ତେଣୁ ମୁଁ ତୁମକୁ ପୁରୁଷର ଅଧାଭାଗ ତୁମକୁ ଦେଇ ପାରିବି।ଅର୍ଥାତ୍ ତୁମେ ତୁମ ଅଧା ଜୀବନ ପୁରୁଷ ହୋଇ ରହିବ ଅଧା ଜୀବନ ତୁମକୁ ସ୍ତ୍ରୀ ହୋଇ ରହିବାକୁ ପଡିବ।ତେଣୁ ତୁମେ କେତେବେଳେ ସ୍ତ୍ରୀ ଓ କେତେବେଳେ ପୁରୁଷ ରୂପ ଧାରଣ କରିବ କୁହ।ରାଜା ଖୁବ୍ ଭାବି କହିଲେ ଗୋଟିଏ ମାସ ସ୍ତ୍ରୀ ଓ ଗୋଟିଏ ମାସ ପୁରୁଷ ହୋଇ ରହିବି।

ସେତେବେଳେ ମାତା ପାର୍ବତୀ ବର ଦେଇ କହିଲେ ଯେତେବେଳେ ତୁମେ ସ୍ତ୍ରୀ ରୂପ ଧାରଣ କରିବ ସେତେବେଳେ ତୁମର ପୁରୁଷ କଥା ମନେ ରହିବ ନାହିଁ।ଏପରି ଭାବେ ପୁରୁଷ ଇଳ ରୂପେ ଗୋଟିଏ ମାସ ଓ ସ୍ତ୍ରୀ ଇଲା ରୂପେ ଗୋଟିଏ ମାସ ରହିବ।କିନ୍ତୁ ରାଜାଙ୍କ ସମସ୍ତ ସୈନ୍ଯ ସେପରି ସ୍ତ୍ରୀ ହୋଇ ରହିଥିଲେ।କୁହାଯାଏ ଯେ ରାଜା ଥରେ ସେହି ସୈନ୍ଯ ସହ ଭ୍ରମଣ କରିବାକୁ ଜାଇଥିଲେ ସେମାନେ ମହାତ୍ମା ଚନ୍ଦ୍ରମାଙ୍କ ପୁତ୍ର ବୁଦ୍ଧଙ୍କୁ ଭେଟିଲେ ସେ କହିଥିଲେ ତୁମେ ସମସ୍ତେ କିମ୍ ପୁରୁଷୀ ଏହି ପର୍ବତରେ ବାସ କରି ରୁହ ଭବିଷ୍ଯତରେ ତୁମେ କିମ୍ ପୁରୁଷ ମାନଙ୍କୁ ପାଇ ପାରିବ।ସେମାନେ ସମସ୍ତେ ସେଠାରେ ରହିବାକୁ ଲାଗିଲେ।କିନ୍ନର ମାନଙ୍କ ଉତ୍ପତ୍ତି ବାଲ୍ମିକୀ ରାମାୟଣର ଉତ୍ତରାୟଣ ରେ ଲେଖା ରହିଛି।