ସାଢେ ସାତୀ ଓ ଶନି ଦୋଷରୁ ବଞ୍ଚିବା ପାଇଁ କରନ୍ତୁ ଏହି ସରଳ ଉପାୟ

ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ ଓ ଏମିତି ମାନ୍ୟତା ଅଛି କି ଶନିଦେବ ମଣିଷ ଦ୍ଵାରା କରାଯାଇଥିବା କର୍ମର ଫଳ ନିଶ୍ଚିତ ଦେଇଥାନ୍ତି । ସେଥିପାଇଁ ଯେଉଁ ମଣିଷ ଖରାପ କର୍ମ କରିଥାଏ ସେମାନଙ୍କୁ ଜୀବନରେ ଥରେ ନିଶ୍ଚିତ ଶନିଦେବଙ୍କର ପ୍ରକୋପର ସାମ୍ନା କରିବାକୁ ପଡିଥାଏ । ଯଦି ଆପଣ ତଳେ ଦିଆଯାଇଥିବା ଉପାୟକୁ କରୁଛନ୍ତି ତେବେ ଶନିଦେବଙ୍କର ଅଶୁଭ ପ୍ରଭାବରୁ ଆପଣ ବଞ୍ଚିଯିବେ ।

ଶନିଦେବଙ୍କ ପ୍ରକୋପରୁ ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ –

କରନ୍ତୁ ଜୋତା ଚପଲ ର ଦାନ

ମାନ୍ୟତା ଅଛି କି ଜୋତା ଓ ଚପଲ କୁ ଦାନ କରିବା ଦ୍ଵାରା ହିଁ ଶନି ଗ୍ରହ ଶାନ୍ତ ହୋଇ ଯାଏ ଓ ଜୀବନରେ କେବେ ବି ସାଢେ ସାତୀ ଆସି ନ ଥାଏ । ସେଥିପାଇଁ ଆପଣ ଯେତେ ହୋଇ ପାରିବ ସେତିକି ନିଜର ପିନ୍ଧି ଥିବା ଜୋତା ଚପଲ କୁ ଦାନ କରନ୍ତୁ ।

କଳା କୁକୁରକୁ ରୁଟି ଦିଅନ୍ତୁ

କଳା କୁକୁରକୁ ରୁଟି ଖାଇବାକୁ ଦେବା ଦ୍ଵାରା ଶନି ଦୋଷକୁ ଦୂର କରାଯାଇ ପାରିବ । ଆପଣ ସବୁଦିନ ଗୋଟିଏ ରୁଟି କୁକୁରକୁ ଦିଅନ୍ତୁ । କୁକୁର ଛଡା ଆପଣ କାଉକୁ ବି ରୁଟି ଦେବା ଦ୍ଵାରା ଶନିଦେବଙ୍କର ପ୍ରକୋପରୁ ଆପଣ ବଞ୍ଚିଯିବେ ।

କରନ୍ତୁ ସ୍ତ୍ରୀମାନଙ୍କର ସମ୍ମାନ

ଯେଉଁ ଲୋକମାନେ ନାରୀମାନଙ୍କର ଅପମାନ କରନ୍ତି ସେହି ଲୋକମାନଙ୍କୁ ଶନିଦେବ ନିଶ୍ଚିତ ଦଣ୍ଡ ଦିଅନ୍ତି । ସେଥିପାଇଁ ଆପଣ ଜୀବନରେ କୌଣସି ବି ନାରୀର ଅପମାନ କରନ୍ତୁ ନାହିଁ । ଯଦି ଆପଣ କୌଣସି ନାରୀଙ୍କର ଅପମାନ କରି ଦେଉଛନ୍ତି ତେବେ ଆପଣ ଶନିବାର ଦିନ ୯ ଟି କନ୍ୟାଙ୍କୁ ଭୋଜନ କରାନ୍ତୁ ।

ବିଶ୍ଵାସର ସହ ଧନ ଆୟ କରନ୍ତୁ

ଆପଣ କେବେ ବି କୌଣସି ଅନ୍ୟ ବ୍ୟକ୍ତିଙ୍କର ଟଙ୍କା ଉପରେ ଖରାପ ନଜର ପକାନ୍ତୁ ନାହିଁ ଓ ସବୁବେଳେ ବିଶ୍ଵାସର ସହିତ ଟଙ୍କା ଆୟ କରନ୍ତୁ । ବେଇମାନି ଦ୍ଵାରା ଟଙ୍କା ଆୟ କରୁଥିବା ବ୍ୟକ୍ତିକୁ ଶନିଦେବ କେବେ ବି କ୍ଷମା କରନ୍ତି ନାହିଁ ।

କରନ୍ତୁ କଳା ଜିନିଷର ଦାନ

କଳା ଜିନିଷର ଦାନ କରିବା ଦ୍ଵାରା ଶନିଦେବଙ୍କୁ ଶାନ୍ତ ରଖା ଯାଇପାରିବ । ସେଥିପାଇଁ ଆପଣ ସମୟେ ସମୟେ କଳା ଜିନିଷ ଯେମିତି କି କଳା ରାଶି, ସୋରିଷ ତେଲ ଓ କଳା କପଡାକୁ ଦାନ କରନ୍ତୁ ଓ ଶନିବାର ଦିନ ଶନି ମନ୍ଦିରକୁ ଯାଇ ଦୀପ ଲଗାନ୍ତୁ ।

ଗଛ ଲଗାନ୍ତୁ

ଶନିବାର ଦିନ ଓସ୍ଥ ଗଛକୁ ପୂଜା କରିବା ଦ୍ଵାରା ଲାଭ ମିଳିଥାଏ । କିନ୍ତୁ ଏହି କଥାର ଧ୍ୟାନ ରଖିବେ କି ଆପଣ ଶନିବାର ଦିନ ଓସ୍ଥ ଗଛର ପୂଜା କରିବା ସମୟରେ ଗଛକୁ ଧରନ୍ତୁ ନାହିଁ । କାରଣ ଓସ୍ଥ ଗଛକୁ ଶନିବାର ଦିନ ସ୍ପର୍ଶ କରିବା ନିଷେଧ ଅଟେ ।

ଓସ୍ଥ ଗଛ ପୂଜା କରିବା ଛଡା ଆପଣ ଶନିବାର ଦିନ ଓସ୍ଥ ଗଛ ଲଗାନ୍ତୁ । ଏହା କରିବା ଦ୍ଵାରା ଶନି ଦୋଷ କମ ହୋଇଯାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।