ଏହି ମାସରେ ଜନ୍ମ ହୋଇଥିବା ଝିଅ ସାକ୍ଷାତ ଲକ୍ଷ୍ମୀ ଅଟନ୍ତି !

ହିନ୍ଦୁ ଧର୍ମରେ ଝିଅମାନଙ୍କୁ ସାକ୍ଷାତ ମା’ ଲକ୍ଷ୍ମୀଙ୍କ ରୂପ ବୋଲି ମାନନ୍ତି । ଶାସ୍ତ୍ରରେ ଝିଅମାନଙ୍କୁ ପୂଜନୀୟ କୁହାଯାଇଛି ଓ ଏହା ମଧ୍ୟ କୁହାଯାଇଛି କି ନାରୀଙ୍କ ମଧ୍ୟରେ ସ୍ଵୟଂ ମା’ ଲକ୍ଷ୍ମୀ ବାସ କରନ୍ତି । ସେଥିପାଇଁ କାହାର ବି ଘରେ ଝିଅ ଜନ୍ମ ହେଲେ କୁହାଯାଏ କି ଘରେ ଲକ୍ଷ୍ମୀଙ୍କର ଆଗମନ ହୋଇଅଛି । ଝିଅମାନେ ପରିବାରକୁ ସୁଖ ସମୃଦ୍ଧି ଆଣି ଆସିଥାନ୍ତି ।

ଜ୍ଯୋତିଷ ବିଦ୍ୟା ଓ ଶାସ୍ତ୍ର ଅନୁସାରେ ଝିଅମାନଙ୍କର ଜନ୍ମ ମାସ ସେମାନଙ୍କୁ ଭାଗ୍ୟବତୀ କରିଥାଏ । କିଛି ଶୁଭ ମାସ ଏମିତି ଅଛି ଯେଉଁଥିରେ କନ୍ଯାର ଜନ୍ମ ହେଲେ ଖୁବ ଶୁଭ ଓ ସାକ୍ଷାତ ଲକ୍ଷ୍ମୀଙ୍କର ରୂପ ହୋଇଥାଏ ।

ଏହି ମାସରେ ଜନ୍ମ ହେଉଥିବା ଝିଅମାନେ କେବଳ ବାପଘର ପାଇଁ ବାଗ୍ୟଶାଳୀ ନୁହେଁ ବରଂ ଶଶୁରଘର ପାଇଁ ମଧ୍ୟ ସମୃଦ୍ଧିର କାରକ ହୋଇ ଥାନ୍ତି । ଏମାନଙ୍କୁ ଭଲ ଶଶୁରଘର ବି ମିଳିଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ମାସରେ ଜନ୍ମ ହୋଇଥିବା ଝିଅମାନେ ସାକ୍ଷାତ ଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି ।

୧. ଫେବୃଆରି ମାସ

ଏହି ମାସରେ ଜନ୍ମିତ ଝିଅମାନେ ସ୍ଵଭାବରେ ବହୁତ ବିନମ୍ର ହୋଇଥାନ୍ତି ଓ ବହୁତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି । ଏହି ଝିଅମାନଙ୍କୁ ବାହାଘର ପରେ ଭଲ ଘର ଓ ସୁଖ ସମୃଦ୍ଧି ମିଳିଥାଏ । ଏମାନଙ୍କ ଗ୍ରହର ଚଳନ ଏମାନଙ୍କ ପରିବାରକୁ ଲାଭ ପହଞ୍ଚାଇଥାଏ ।

୨. ଏପ୍ରିଲ ମାସ

ଏହି ମାସରେ ଜନ୍ମ ହୋଇଥିବା ଝିଅକୁ ସାକ୍ଷାତ ଲକ୍ଷ୍ମୀ ମାନନ୍ତି । ଶାସ୍ତ୍ର ଅନୁସାରେ ଏହି ମାସ ଅଧିକ ଶୁଭ ହୋଇଥାଏ । ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କର ଗ୍ରହର ଚଳନ ବହୁତ ତୀବ୍ର ହୋଇଥାଏ ଯାହା ଏମାନଙ୍କର ସମସ୍ତ ଲକ୍ଷକୁ ପୂରଣ କରିଥାଏ ।

୩. ଜୁନ ମାସ

ଜୁନ ମାସରେ ଜନ୍ମ ହୋଇଥିବା ଝିଅ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଅଙ୍କ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହୋଇଥିବା ପିଲାଙ୍କୁ ଶୁଭ ମାନନ୍ତି ନାହିଁ କିନ୍ତୁ ଏହି ମାସରେ ଝିଅ ଜନ୍ମ ହେଲେ ତାହାକୁ ସ୍ଵୟଂ ମା’ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ । ଏହି ମାସରେ ଜନ୍ମ ହୋଇଥିବା କନ୍ୟା ବହୁତ କର୍ମଠ ହୋଇଥାନ୍ତି । ଲକ୍ଷପ୍ରାପ୍ତି ପାଇଁ ଏମାନେ ବହୁତ ପରିଶ୍ରମ କରନ୍ତି । ଏମାନଙ୍କୁ ଭଲ ଫଳ ମଧ୍ୟ ମିଳିଥାଏ ।

୪. ସେପ୍ଟେମ୍ବର ମାସ

ଏହି ମାସରେ ଜନ୍ମ ହୋଇଥିବା କନ୍ୟାମାନଙ୍କ ଜାତକରେ ଚନ୍ଦ୍ର, ବୁଧ ଓ ଶୁକ୍ର ତିନିଗ୍ରହଙ୍କର ମିଳନ ହୋଇଥାଏ । ଯେଉଁ କାରଣରୁ ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଗୁଣୀ ହୋଇଥାନ୍ତି । ଏମାନଙ୍କୁ ଭାଗ୍ୟ ଦ୍ଵାରା ସବୁକିଛି ମିଳିଥାଏ ଓ କେବେ କିଛି ଅଭାବ ହୁଏ ନାହିଁ । ଏମାନଙ୍କ ବିବାହ ମଧ୍ୟ ଧନୀ ପୁଅମାନଙ୍କ ସହିତ ହୋଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।