( ତୁଳସୀ ଚଉରା ) ଏହି 3ଟି ମହିଳା ପୂଜା କରନ୍ତୁ ନାହିଁ

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ କୁ ବହୁତ ପବିତ୍ର ବୋଲି ମାନନ୍ତି ଓ ଏହାକୁ ପୂଜା ମଧ୍ୟ କରନ୍ତି । ସାଧାରଣତଃ ଭାବେ ଆପଣଙ୍କ ସମସ୍ତଙ୍କ ଘରେ ତୁଳସୀ ଗଛ ଥିବ । ଘର ମଧ୍ୟରେ ତୁଳସୀ ଗଛ ରହିବା ପବିତ୍ରତା ଓ ସ୍ଵଛତା କୁ ବଢ଼ାଇଥାଏ । ବିଭିନ୍ନ ପ୍ରକାରର ତୁଳସୀ ଯଥା ରାମ ତୁଳସୀ, ଶ୍ୟାମ ତୁଳସୀ, ଶ୍ୱେତ ବିଷ୍ଣୁ ତୁଳସୀ, ବନ ତୁଳସୀ ଥିଲା ବେଳେ କେବଳ ଘର ମଧ୍ୟରେ ରାମ ତୁଳସୀ ଓ ଶ୍ୟାମ ତୁଳସୀ କୁ ପୂଜା କରାଯାଏ । ଶାସ୍ତ୍ର ଅନୁସାରେ ଏକାଦଶୀ ଦିନ ତୁଳସୀ ଗଛର ବିବାହ ଓ ତୁଳସୀ ପୂଜା କରିବା ଏକ ଧାର୍ମିକ କାର୍ଯ୍ୟ ଅଟେ ।

ଆସନ୍ତୁ ଏବେ ଜାଣିବା କେଉଁ ତିନୋଟି ସ୍ତ୍ରୀ ଲୋକ ତୁଳସୀ କୁ ପୂଜା କରିବା ଉଚିତ ନୁହେଁ । ଯେଉଁ ଘରେ ତୁଳସୀ ର ସଠିକ ଭାବରେ ଧାର୍ମିକ ପୂଜା କରାଯାଏ ସେହି ଘର ମଧ୍ୟରେ ସୁଖ ଶାନ୍ତି ରହିଥାଏ । କିନ୍ତୁ ଏହି ତିନୋଟି ସ୍ତ୍ରୀ ଲୋକ ଭୁଲରେ ବି ତୁଳସୀକୁ ଛୁଇଁବା ବା ପୂଜା କରିଲେ ହୋଇଥାଏ ମହାପାପ ଘରକୁ ନଷ୍ଟ କରିଦିଏ ଘରର ଶାନ୍ତି ନଷ୍ଟ କରିଦିଏ । ଚାଲନ୍ତୁ ଜାଣିବା ଏହି ମହିଳା କେଉଁ ମାନେ ?

ପ୍ରଥମରେ ଯେଉଁ ମହିଳାଙ୍କର ମାସିକ ଧର୍ମ ହୋଇଥାଏ, ମହିଳାଙ୍କର ମାସିକ ଧର୍ମ ଏକ ଅପବିତ୍ର ଓ ଅଶୌଚ ସମୟ ହୋଇଥାଏ । ଏହି ସମୟରେ ପୂଜା, ପବିତ୍ର କାର୍ଯ୍ୟରେ ଯଦି ମହିଳା ରୁହନ୍ତି ସେହି କାର୍ଯ୍ୟ ଅଶୁଭ, ଅପବିତ୍ର ଅସ୍ବଛ ହୋଇଥାଏ । ଶାସ୍ତ୍ରରେ ବି ଯେଉଁ ସମୟରେ ଦ୍ରୋପଦିଙ୍କର ବସ୍ତ୍ର ହରଣ କରାଯାଇଥିଲା ପଞ୍ଚୁ ପାଣ୍ଡବ ଦ୍ରୋପଦୀଙ୍କୁ ଜୁଆରେ ଦୁର୍ଯ୍ୟଧନଙ୍କ ଠାରୁ ହାରିବା ପରେ ଦୁର୍ଯ୍ୟଧନ ଦ୍ରୋପଦୀଙ୍କୁ ଆଣିବା ପାଇଁ ରାଜବନ ର ରଜସ୍ୱଳା କକ୍ଷକୁ ଯାଇଥିଲେ । ରଜସ୍ୱଳା କକ୍ଷ ଏମିତି ଏକ କକ୍ଷ ଯେଉଁଠାରେ ମାସିକ ଧର୍ମ ପାଳୁଥିବା ମହିଳାମାନେ ରହୁଥିଲେ ।

ସେହି ସମୟରେ ମଧ୍ୟ ମହିଳା ମାନଙ୍କର ମାସିକ ଧର୍ମ କୁ ବିଶେଷ ଦୁର୍ଷ୍ଟି ଦେଖାଯାଉଥିଲା । ସେହି ସମୟରେ ମହିଳା ମାନେ କୌଣସି ଧାର୍ମିକ କାର୍ଯ୍ୟ ବା ପୂଜାରେ ଯୋଗ ଦେଇପାରୁନଥିଲେ ଏଥିପାଇଁ ମହିଳାଙ୍କର ମାସିକ ଧର୍ମ ହୋଇଥିଲା ବେଳେ ତୁଳସୀ ଗଛ କୁ ସ୍ପର୍ଶ କରିବା ବା ପୂଜା କରିବା ଅପବିତ୍ର ଓ ଅଶୌଚ ହୋଇଥାଏ ।

ଦ୍ଵିତୀୟରେ କୌଣସି ଚରିତ୍ରହୀନା ଏବଂ ମନରେ ଖରାପ ଚିନ୍ତାଧାରା ରଖୁଥିବା ମହିଳା ମାନେ ତୁଳସି ଗଛ ଠାରୁ ଦୂରେଇ ରହିବା ଉଚିତ । ଏହିପରି ମହିଳାଙ୍କର ପୂଜା ମା ତୁଳସୀ କେବେ ହେଲେ ଗ୍ରହଣ କରନ୍ତି ନାହିଁ । ଏମାନଙ୍କର ସ୍ପର୍ଶ ଦ୍ୱାରା ତୁଳସୀ ଗଛରୁ ତୁଳସୀ ବାସ ଛାଡି ପଳାନ୍ତି । ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଯେଉଁମାନଙ୍କ ମନ ଅପବିତ୍ର ଚରିତ୍ର ହିନା ସେମାନେ ତୁଳସୀ ଗଛକୁ ଛୁଇଁବା ଉଚିତ ନୁହେଁ ।

ତୃତୀୟରେ ବିବାହ କରି ନଥିବା ସ୍ତ୍ରୀ ଲୋକମନେ ତୁଳସୀ ଗଛକୁ ପୂଜା କରିବା ଉଚିତ ନୁହେଁ । ତୁଳସୀ ପୂଜା ବା ବିବାହ କେବଳ ମହିଳା, ସ୍ତ୍ରୀ ବା ବିବାହିତ ନାରୀ ମାନେ ହିଁ ତୁଳସୀ ଗଛ କୁ ପୂଜା କରିବା ଉଚିତ । ବିବାହିତା ଏବଂ ହିନ୍ଦୁ ଧର୍ମ ରୀତି ଅନୁସାରେ ଅଗ୍ନିକୁ ଶାକ୍ଷୀ ରଖି ଅଗ୍ନି ଚାରିପାଖେ ବୁଲି ବିବାହ କରି ନଥିବା ସ୍ତ୍ରୀ ମାନଙ୍କୁ ତୁଳସୀ ଗଛର ପୁନା କରିବାର କୌଣସି ପ୍ରକାରର ଅଧିକାର ନାହିଁ ।

ଏଥିପାଇଁ ଏହି ତିନି ପ୍ରକାର ମହିଳା ମାନେ ତୁଳସୀ ଗଛର ପୂଜା କରନ୍ତୁ ନାହିଁ । ତୁଳସୀ ଗଛ ପାଝରେ ଝାଡୁ, ଜୋତା, ଚପଲ କିମ୍ବା କୌଣସି ଅନ୍ୟ ଗଛ ଲଗାନ୍ତୁ ନାହିଁ ନଚେତ ତୁଳସୀ ଗଛର ପବିତ୍ରତା ନଷ୍ଟ ହୋଇଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।