କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ଶ୍ରମିକମାନଙ୍କୁ ମିଳିବ ବେକାରି ଭତ୍ତା, ଜାଣନ୍ତୁ କେବେ ଓ କେମିତି କରିବେ ଆବେଦନ

ବର୍ତ୍ତମାନ ସରକାରଙ୍କ ତରଫରୁ ଶ୍ରମିକ ମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ସରକାର ଘୋଷଣା କରିଛନ୍ତି କି କରୋନା ମହାମାରୀ କାଳରେ ରୋଜଗାର ହରାଇଥିବା ଶିଳ୍ପ କ୍ଷେତ୍ରର କର୍ମଚାରୀଙ୍କୁ ମିଳିବ ବେକାରି ଭତ୍ତା । ଆଜି କେନ୍ଦ୍ର ସରକାର ଏହି ଯୋଜନାର ଘୋଷଣା କରିଛନ୍ତି । କର୍ମଚାରୀ ରାଜ୍ୟ ବୀମା ନିଗମ ଜରିଆରେ ଏହାର ସଦସ୍ୟମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ବେକାର ହୋଇ ଘରେ ବସିଥିବା ଶ୍ରମିକଙ୍କୁ ଏହି ସୁବିଧା ମିଳିବ ।

ଏହି ଯୋଜନା ଅନୁସାରେ ଶ୍ରମିକଙ୍କୁ ତାଙ୍କର ଦରମାର 50 % ଟଙ୍କା ଭତ୍ତା ଆକାରରେ ଦିଆଯିବ । ପ୍ରାୟ ୪୦ ଲକ୍ଷ ଶ୍ରମିକ ଯେଉଁମାନେ ESIC ର ସଦସ୍ୟ ହୋଇଥିବେ ସେମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ । ଏହି ଯୋଜନା କୁ ସରକାର ସେହି ଶ୍ରମିକମାନଙ୍କ ପାଇଁ ଆଣିଛନ୍ତି ଯେଉଁମାନେ କରୋନା ମାହାମାରୀ କାରଣରୁ ବେକାର ହୋଇ ବସିଛନ୍ତି ।

ଯେଉଁ ଶ୍ରମିକମାନେ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଡିସେମ୍ବର ୩୧ ମଧ୍ୟରେ ରୋଜଗାର ହରାଇବେ ସେମାନଙ୍କୁ ଏହି ସୁବିଧା ମିଳିବ । ESIC ରେ ସଦସ୍ୟ ଥିବା ଯେଉଁ ଶ୍ରମିକମାନେ ଏହି ସମୟସୀମା ମଧ୍ୟରେ ନିଜର ରୋଜଗାର ହରାଇଛନ୍ତି ସେମାନେ ଏହି ଭତ୍ତା ପାଇଁ ଆବେଦନ କରି ପାରିବେ ।

ମୋଟ ୪୧,୯୪,୧୭୬ ଜଣ ଶ୍ରମିକ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏଥିପାଇଁ ESIC ର ମୋଟ ୬୭୧୦.୬୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଅନୁସାରେ ସେମାନଙ୍କର ଦରମାର ୫୦ % ୩ ମାସ ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ଆକାରରେ ମିଳିବ । ପୂର୍ବରୁ ଏହା ୨୫ % ଥିଲା କିନ୍ତୁ ଏହାକୁ ବଢାଇ ୫୦ % କରା ଯାଇଛି । ଏହାକୁ ୨୦୨୦ ଜୁଲାଇ ରୁ ବୃଦ୍ଧି କରି ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରା ଯାଇଛି ।

କିପରି କରିବେ ଆବେଦନ

 

ଏହି ଯୋଜନାରେ ଆବେଦନ କରିବା ପାଇଁ ବେକାରି ଶ୍ରମିକମାନଙ୍କୁ ପ୍ରଥମେ ESIC ଶାଖାରେ ପହଞ୍ଚି ଆବେଦନ କରିବାକୁ ହେବ । ଏଥିରେ ଆପଣଙ୍କୁ ଆଧାର କାର୍ଡ ର ଆବଶ୍ୟକାତା ପଡିବ । ଆପଣଙ୍କର ସବୁ କାଗଜ ପତ୍ରକୁ ଯାଞ୍ଚ କରି ଆପଣଙ୍କ ବ୍ଯାଙ୍କ ଖାତାକୁ ଭତ୍ତା ଟଙ୍କା ପଠାଇ ଦିଆଯିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।