ତିନି ସାଙ୍ଗଙ୍କ କୋରାପୁଟ Trip ରାତିର ଭୟଙ୍କର ଘଟଣା, ଜାଣନ୍ତୁ କଣ ଘଟିଲା ସେମାନଙ୍କ ସହ, ଜାଣି ଆପଣ ବି ଥରି ଉଠିବେ!

ରାହୁଲ, ରୋହିତ ଆଉ ରୋଶନ ତିନି ସାଙ୍ଗ ପିଲାଟି ଦିନରୁ ଏକାଠି ବଡ ହୋଇଛନ୍ତି । ସ୍କୁଲ, କଲେଜ, ଖେଳା ବୁଲା ଯାହା ବି କରନ୍ତି ଏକାଠି କରନ୍ତି । ସୌଭାଗ୍ୟବଶତଃ ପାଠପଢା ପରେ ସେହି ତିନି ଜଣ ଯାକ ଏକାଠି ଭୁବନେଶ୍ଵରରେ ସରକାରୀ ଚାକିରି ମଧ୍ୟ ପାଇଗଲେ ।

ଏଥିପାଇଁ ସେମାନଙ୍କ ଖୁସି କହିଲେ ନ ସରେ । କାରଣ ପୁରା ସମୟ ଏକାଠି ମଜା ମସ୍ତିରେ କଟିବ । ସୁଯୋଗ ପାଇଲେ ସେମାନେ ପ୍ରାୟ ସମୟ ଭୋଜିଭାତ, ବୁଲା ବୁଲିରେ ବିତାନ୍ତି । ଥରେ ଅଫିସ ପାଞ୍ଚ ଦିନ ଛୁଟି ଥିବାରୁ ତିନି ଜଣ ଯୋଜନା କଲେ ଯେ ଲମ୍ବା ରାସ୍ତାରେ ଗାଡି ଚଲେଇ ଯିବେ । କିନ୍ତୁ କେଉଁଠାକୁ ଯିବେ କିଛି ସ୍ଥିର ହୋଇ ପାରୁ ନ ଥିଲା । ସେହି ସମୟରେ ରୋହିତ କହିଥିଲେ କି, ‘କୋରାପୁଟ ଗଲେ କେମିତି ହୁଅନ୍ତା ?’ ରୋହିତ କଥା ସମସ୍ତଙ୍କ ମନକୁ ପାଇଲା ।

ଆଉ ସେମାନେ ସେହିଦିନ ସନ୍ଧ୍ୟାରେ ହିଁ ରୋହିତର ନୂଆ ଜିପରେ ବାହାରିବେ ବୋଲି ସ୍ଥିର ହେଲା । ସେଥିପାଇଁ ସମସ୍ତ ସରଞ୍ଜାମ ମଧ୍ୟ ପ୍ରସ୍ତୁତ କରିଦଲେ । ଏହିପରି ଭାବେ ବାହାରିଲା ବେଳକୁ ସନ୍ଧ୍ଯା ପ୍ରାୟ ୭ଟା ହୋଇଗଲା । ପୂର୍ବରୁ ପ୍ଳାନ ହୋଇଥିଲା କି ଚିଲିକା ଢାବାରେ ସେମାନେ ରାତ୍ରି ଭୋଜନ କରିବେ । ସେଠାରେ ସେମାନେ ନାନ ସହ କଙ୍କଡା ଝୋଳ ଓ ହାଲୁକା ଡ୍ରି-ଙ୍କ ମଧ୍ୟ କଲେ । ଖାଇ ସାରି ବାହାରି କିଛି ବାଟ ଯିବା ପରେ ହଠାତ ଘଡଘଡି ସହ ବର୍ଷା ହେବାକୁ ଲାଗିଲା । ଶୂନଶାନ ରାସ୍ତା ସହ ବହୁତ କମ ଗାଡି ମଟର ସେଠାରେ ଯାତାୟାତ କରୁଥିଲା ।

ହଠାତ ରୋଶନ ଦେଖିଲ କିଛି ଦୂରରେ ଜଣେ ମହିଳା ତାଙ୍କ ଗାଡିକୁ ହାତ ଦେଖାଉଛନ୍ତି । ସେମାନଙ୍କ ମଧ୍ୟରେ କଥା ହୋଇଥିଲା କି ଯାହା ବି ହେଉ କାହାକୁ ଗାଡିରେ ବସାଇବେ ନାହିଁ । କିନ୍ତୁ ମହିଳାଙ୍କୁ ଦେଖି ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଆଉ ଶେଷରେ ତାଙ୍କୁ ଗାଡିରେ ଜାଗା ଦେଇଥିଲେ ସେମାନେ । ରୋଶନ ତାଙ୍କୁ ପଚାରିବାରୁ ମହିଳା ଜଣକ ସଂପୂର୍ଣ୍ଣ ବିବରଣୀ ସହ କହିଥିଲେ କି କିପରି ସେ, ତାଙ୍କ ସ୍ଵାମୀ ବିଜୟ ଓ ୬ ବର୍ଷର ଝିଅ ଅନନ୍ୟା ଯାଉଥିବା ସମୟରେ ତାଙ୍କ ଗାଡି ଖାଇ ତଳକୁ ଖସି ପଡିଥିଲା ।

ତାଙ୍କ ସ୍ବାମୀ ଓ ଝିଅଙ୍କୁ ଲୋକେ ଉଦ୍ଧାର କରି ହସ୍ପିଟାଲ ନେଇଗଲେ ଆଉ ତାଙ୍କୁ ନ ଦେଖିପାରି ଛାଡି ଦେଇଥିଲେ । ଆଉ ମହିଳାଙ୍କ ହୋସ ଆସିବା ପରେ ସେ ନିଜେ ଉଠି ରାସ୍ତା ଉପରକୁ ଆସିଛନ୍ତି । ସେ ତାଙ୍କ ଝିଅର ଅତିପ୍ରିୟ କଣ୍ଢେଇ ମଧ୍ୟ ଧରିଥିଲେ ଯାହା ହସ୍ପିଟାଲରେ ଭେଟି ତାକୁ ଦେବାକୁ ଚାହୁଁଥିଲେ । ମହିଳା ଜଣଙ୍କ ତାଙ୍କ ନାମ ଅନାମିକା ଓରଫ ଅନୁ ବୋଲି କହିଥିଲେ । ଏହିପରି ଗପୁ ଗପୁ ହସ୍ପିଟାଲ ଆସି ଯାଇଥିଲା ।

କିନ୍ତୁ ମହିଳା ଜଣକ ଓଦା ହୋଇଥିବାରୁ ଭିତରକୁ ଯିବାକୁ ସଙ୍କୋଚ କରି ରୋହନକୁ କହିଲେ କଣ୍ଢେଇଟି ଯାଇ ତାଙ୍କ ଝିଅକୁ ଦେଇ ଆସିବାକୁ ଆଉ ସେ ନିଜ ଘରକୁ ଯାଇ ଲୁଗା ବଦଳ କରି ଆସିବେ ବୋଲି କହିଲେ । କିନ୍ତୁ ହସ୍ପିଟାଲରେ ଥିବା ସିକ୍ଯୁରିଟି ଗାର୍ଡ ରୋଶନଙ୍କୁ କହିଥିଲା କି ଡାକ୍ତର ତ ଦୁଇ ଦିନ ପୂର୍ବରୁ ଡିସଚାର୍ଜ ହୋଇ ସାରିଲେଣି । ସେମାନଙ୍କ ସନ୍ଦେହ ହେବାରୁ ସେ ମହିଳା କହିଥିବା ଠିକଣା ଅନୁସାରେ ଯାଇ ଡାକ୍ତରଙ୍କ ଘରେ ପହଞ୍ଚିଲେ ତିନି ସାଙ୍ଗ ।

ସେଠାରେ ସେମାନେ ଜାଣିବାକୁ ପାଇଲେ ଯେ ସେହି ସଡକ ଦୁ-ର୍ଘ-ଟ-ଣା-ରେ ସେହି ମହିଳା ବା ଡାକ୍ତରଙ୍କ ପତ୍ନୀଙ୍କ ମୃ-ତ୍ୟୁ ହୋଇ ଯାଇଛି । ସେମାନେ ଭୟରେ ସେଠାରେ ରାତି କାଟି ଆଉ କୋରାପୁଟ ନ ଯାଇ ସକାଳୁ ଘରକୁ ଫେରି ଆସିଲେ ।