କମେଡିଆନ Brahmanandamଙ୍କ ଲାଇଫ ଷ୍ଟାଇଲ, ଘର, ପରିବାର, ତାଙ୍କର ସମ୍ପତ୍ତି ବିଷୟରେ ଜାଣିଲେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ

କୁହାଯାଏ ଚେଷ୍ଟା କରୁଥିବା ଲୋକ କେବେ ହାର୍ ମାନନ୍ତି ନାହିଁ, ସେମିତି କିଛି ଷ୍ଟୋରି ରହିଛି ଟଲିଉଡ୍ ଅଭିନେତା ବ୍ରହ୍ମାନନ୍ଦଙ୍କର । ଟଲିଉଡର ଏହି କଳାକାର ଜଣକ କମେଡି କିଙ୍ଗ୍ ନାମରେ ପରିଚିତ ବ୍ରହ୍ମାନନ୍ଦ ତାଙ୍କ କମେଡି ଜବରଦସ୍ତ ହୋଇଥାଏ ସେଥିପାଇଁ ତାଙ୍କୁ ଟଲିଉଡ୍ କିଙ୍ଗ୍ ମଧ୍ୟ କୁହାଯାଏ । ଆଜି ଆମେ ତାଙ୍କ ଜୀବନ ଶୈଳୀ ବିଷୟରେ କଥା ହେବା । ବ୍ରହ୍ମାନନ୍ଦଙ୍କ ଜନ୍ମ ସତେନ୍ନାପଲ୍ଲୀ, ଗୁଣ୍ଟୁର ଆନ୍ଧ୍ର ପ୍ରଦେଶରେ ଫେବୃଆରୀ ୧ ୧୯୫୬ ମସିହାରେ ହୋଇଥିଲା ।

୨୦୨୦ ଅନୁସାରେ ତାଙ୍କର ବୟସ ହୋଇଛି ୬୪ ବର୍ଷ । ସେ ଛୋଟବେଳୁ ଅଭିନୟରେ ହବି ରଖନ୍ତି କିନ୍ତୁ ଗାଇଡ୍ କଲା ବାଲା କେହି ନଥିଲେ । ସେହି କାରଣ ପାଇଁଁ ନିଜ ଅଭିନୟ ନିଶା ଉପରୁ ନଜର ହଟେଇ ପଢ଼ାରେ ମନ ଦେଲେ । ଯେତେବେଳେ ସେ ପଢାସାରି ନିଜ ଗାଁ ସତେନ୍ନାପଲ୍ଲୀରେ ଶିକ୍ଷକ ଥିଲେ ସେତେବେଳେ ତାଙ୍କୁ ପୁଣିଥରେ ଅଭିନୟ କରିବାର ଇଚ୍ଛା ଆସିଲା ।

ଯାହାଦ୍ଵାରା ସେ ମନ ବନେଇ ନେଲେ ଶିକ୍ଷକତା ସହିତ ଅଭିନୟରେ ମଧ୍ୟ କରିବେ ଏବଂ ସେଥିରେ ଯାଇ ସଫଳ ମଧ୍ୟ ହେଲେ । ବ୍ରହ୍ମାନନ୍ଦ ପେଶାରୁ ଜଣେ ଅଭିନେତା, ପ୍ଲେବ୍ୟାକ୍ ସିଙ୍ଗର୍ ଏବଂ କମେଡିଆନ ମଧ୍ୟ । ବ୍ରହ୍ମାନନ୍ଦ ନିଜ କ୍ୟାରିୟରର ଆରମ୍ଭ ଶିକ୍ଷକତାରୁ କରିଥିଲେ । ତାପରେ ସେ ଅଭିନୟରେ କରିବା ପାଇଁ ଅଡିସନ୍ ଦବା ଆରମ୍ଭ କରିଦେଲେ ।

ବହୁଦିନ ଅଡିସନ୍ ପରେ ୧୯୮୬ ମସିହାର ଫିଲ୍ମ ସିନ୍ତାବାଈ ରେ କାମ କରିଥିଲେ । ତାଙ୍କୁ ଛୋଟ ରୋଲ୍ ମିଳିଥିଲା । ପ୍ରଥମ ଫିଲ୍ମରେ ଭଲ ଅଭିନୟ କରିଥିବାରୁ ବହୁତ ଡାଇରେକ୍ଟର ତାଙ୍କୁ ଫିଲ୍ମରେ କାମ କରିଥିଲେ, ତାପରେ ସେଇଠୁ ଟଲିଉଡର ସଫର୍ ଆରମ୍ଭ ହୋଇଥିଲା । ଏବେବି ମଧ୍ୟ ସେ ଅନେକ ଗୁଡ଼ିଏ ସଫଳ ମୁଭିରେ ଅଭିନୟ କରିଛନ୍ତି ।

ତାଙ୍କ ଫିଲ୍ମ କ୍ୟାରିୟର ଭିତରେ ସେ ୧୦୦୦ ରୁ ଅଧିକ ଫିଲ୍ମ କରି Guinness world record ରେ ମଧ୍ୟ ନାଁ ରଖିଛନ୍ତି । ବ୍ରହ୍ମାନନ୍ଦଙ୍କୁ ଅନେକ ପଦବୀ ରେ ସମ୍ମାନ କରାଯାଇଛି । ସେଥିରୁ ୨୦୦୯ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ଛଡ଼ା ତାଙ୍କୁ ଅନେକ ଭିନ୍ନ ଭିନ୍ନ ପ୍ରକାରର ସମ୍ମାନରେ ସମ୍ମାନିତ କରାଯାଇଛି ।

ସେଥିମଧ୍ୟରୁ siima award, nandi award, iifa award, zee award, star award, cinema award ବହୁତ ଥର ସେ ଏଥିମଧ୍ୟରୁ ଆୱାର୍ଡ଼ ପାଇଛନ୍ତି । ଏବେ କଥା ହେବା ତାଙ୍କ ପରିବାର ବିଷୟରେ । ବ୍ରହ୍ମାନନ୍ଦଙ୍କ ସ୍ତ୍ରୀ ଙ୍କ ନାଁ ଲକ୍ଷ୍ମୀ । ତାଙ୍କର ଦୁଇ ପୁଅ ଅଛନ୍ତି ରାଜା ଗୈାତମ୍ ଏବଂ ସିଦ୍ । ୨୦୧୭ ରେ ସେ ଜେଜେ ମଧ୍ୟ ହୋଇଛନ୍ତି ।

ଜଦି କଥା ହେବା ତାଙ୍କ ଇନକମ ବିଷୟରେ ସେ ଗୋଟିଏ ଫିଲ୍ମରେ ୧ କୋଟିରୁ ଅଧିକ ଟଙ୍କା ନିଅନ୍ତି ଏବଂ କିଛି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ୨ଲକ୍ଷ ଚାର୍ଜ କରନ୍ତି । ଏହା ଛଡ଼ା ସେ ବହୁତ ଇନଭେଷ୍ଟ କରିଛନ୍ତି ଯେଉଁ ଥିରୁ ତାଙ୍କର ଭଲ ଇନକମ ହୁଏ । ବ୍ରହ୍ମାନନ୍ଦଙ୍କ net worth 320 crore ଟଙ୍କା । ସେ ତାଙ୍କ ପରିବାର ସହ ଜୁବଲୀ ହିଲ୍, ହାଇଦ୍ରାବାଦରେ ରୁହନ୍ତି । ବ୍ରହ୍ମାନନ୍ଦଙ୍କୁ luxury car ରଖିବାର ବହୁତ ସୈାକ୍ ରଖନ୍ତି । ତାଙ୍କ କାର୍ କଲେକ୍ସନର ପ୍ରାଇସ ୧୦ କୋଟିରୁ ଅଧିକ ଅଟେ । ତାଙ୍କ ପାଖରେ Audi R8 ଏବଂ Audi Q7 ମଧ୍ୟ ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।