କରୋନା ଟୀକା ନେବା ପରେ ଏହି ସବୁ କଥା ପ୍ରତି ରଖନ୍ତୁ ବିଶେଷ ଧ୍ୟାନ, କରନ୍ତୁ ନାହିଁ ଏହି କାମ- Health Tips

ବର୍ତ୍ତମାନ ଆମ ଦେଶରେ କରୋନା ମହାମାରୀ ବା ଭାଇରସ ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ଯାହାର ଅନ୍ତ କେବେ ହେବ ତାହା କହି ହେବ ନାହି । ଚୀନରୁ ଆସିଥିବା ଏହି ଖତରନାକ ଭୂତାଣୁ କେତେ ଯେ ଲୋକ ମାନଙ୍କର ଜୀବନ ନେଇ ସାରିଲାଣି ତାହାର ଗଣନା କରାଯାଇ ପାରିବ ନାହି । କାରୋନାର ପ୍ରଥମ ସୋପାନ ଶେଷ ହୋଇଥିଲେ ମଧ୍ୟ ବର୍ତ୍ତମାନ କରୋନାର ଦିତୀୟ ସୋପାନ ଏତେ ଭୟଙ୍କର ରୂପ ନେଇଛି ଯାହାର ସାମନା କରିବା କୌଣସି ଡାକ୍ତର ବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେ ।

କରୋନା ଦିତୀୟ ସୋପାନରେ ୪୦ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କ ପାଇଁ ଟୀକା ବା ଭ୍ୟାକସିନ ବାହାରି ସାରିଲାଣି । ଏହି ଟୀକା ନେବା ପରେ ଅନେକ ପ୍ରକାରର ଲକ୍ଷଣ ମଧ୍ୟ ଦେଖା ଯାଉଛି । ବର୍ତ୍ତମାନ ଯୁବକ ପିଢୀର ବ୍ୟକ୍ତି ମାନଙ୍କ ପାଇଁ କରୋନା ଟୀକା ବା ଭ୍ୟାକ୍ସିନ ବାହାରି ସାରିଲାଣି । ଏହି ଟୀକା ବା ଭ୍ୟାକ୍ସିନ ନେବା ପରେ କିଛି ବିଷୟ ବସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ । ସେହି ବିଷୟ ବା ନିୟମ ଗୁଡିକ କଣ କଣ ଅଟେ ସେ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

କରୋନା ଟୀକା ନେବା ପରେ ତୁରନ୍ତ କୌଣସି କାମ କରନ୍ତୁ ନାହି । କିଛି ଘଣ୍ଟା ପାଇଁ ବିଶ୍ରାମ ନେଇ କୌଣସି କାମ କରନ୍ତୁ । ଅତି କମରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ବିଶ୍ରାମ ନିଅନ୍ତୁ । ଟୀକା ନେବା ପରେ କିଛି ଲୋକଙ୍କର ସଙ୍ଗେ ସଙ୍ଗେ ବା ଆଉ କିଛି ଲୋକଙ୍କର ୨୪ ଘଣ୍ଟା ପରେ ଟିକାର ପ୍ରଭାବ ପଡିଥାଏ ।  କରୋନାର ପ୍ରଥମ ଡୋଜ ନେବା ପରେ ଭିଡ ଥିବା ଜାଗାକୁ ଯାଆନ୍ତୁ ନାହି । ଭ୍ୟାକସିନ ନେବା ପରେ କୌଣସି ଦୂର ଜାଗାକୁ ଯାତ୍ରା କରନ୍ତୁ ନାହି ।

ଆମେରିକାର “ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ” ଓ “ପ୍ରଭିସନ ଦ ଗାଇଡଲାଇନ” ରେ ମଧ୍ୟ କରୋନା ଟୀକା ନେବା ଉପରେ ଯାତ୍ରା ନ କରିବାକୁ ପରାମର୍ଶ ଦିଆ  ଯାଇଛି । କୌଣସି ନି-ଶା-ଦ୍ର-ବ୍ୟ ଯେମିତିକି ସି-ଗା-ରେ-ଟ ବା ମ-ଦ୍ୟ-ପା-ନ ଠାରୁ ଦୂରେଇ ରୁହନ୍ତୁ । ବାହାର କୌଣସି ତେଲେ ଜାତୀୟ ଜିନିଷ ଖାଇବା ଉଚିତ ନୁହେ । ଯଦି ଆପଣଙ୍କର ଶରୀରରେ କୌଣସି ଆଲର୍ଜି ଅଛି ତେବେ ତୁରନ୍ତ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ ।

ଟୀକା ନେବା ପରେ ବିନା ମାସରେ ଘରୁ ବାହାରନ୍ତୁ ନାହି । କାରଣ ଦୁଇଟି ଭ୍ୟାକସିନ ନେବା ପରେ ଆମ ଶରୀରରେ ଆଣ୍ଟିବଡି ତିଆରି ହେଉଥାଏ । ସେଥିପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ଟୀକା ନେବା ପରେ ପନିପରିବା, ଫଳ ଆଦି ଖାଦ୍ଯ ଖାଆନ୍ତୁ ।

ଯଦି ଆପଣ ଯୋଗ ବା ବ୍ୟାୟମ କରୁଥାନ୍ତି ତେବେ ଟୀକା ନେବା ପରେ କିଛି ଦିନ ପାଇଁ ଏସବୁକୁ ବନ୍ଦ କରି ଦିଅନ୍ତୁ । ଟୀକା ନେବା ପରେ ଏହି ସବୁ ନିୟମକୁ ପାଳନ କରିଲେ ଆପଣଙ୍କର ସ୍ୱାସ୍ଥ୍ୟ ସୁସ୍ଥ ରହିବ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।