ଟାଇଗରଙ୍କ ପୂର୍ବରୁ ଏହି ଟିଭି ଅଭିନେତାଙ୍କୁ ଡେଟ କରିସାରିଛନ୍ତି ଦିଶା, ଏକ୍ତା କପୁରଙ୍କ ଫେମସ ଟିଭି ସୋରେ କରନ୍ତି କାମ

ଦିଶା ପଟାନୀ ବଲିଉଡରେ ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ୨୦୧୬ରେ ଆସିଥିବା ଫିଲ୍ମ ‘ଧୋନୀ ଦ ଅନଟୋଲ୍ଡ ଷ୍ଟୋରି’ ରୁ ଡେବ୍ୟୁ କରିଥିଲେ । ଦର୍ଶକମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରିଥିଲେ । ୨୭ ବର୍ଷର ଦିଶାଙ୍କର ଜନ୍ମ ୧୩ ଜୁନ ୧୯୯୩ ମସିହାରେ ହୋଇଥିଲା । ଦିଶା ବହୁତ ସୁନ୍ଦର ଓ ଗ୍ଲାମରସ ଅଟନ୍ତି । ଦିଶା ସୁନ୍ଦର ହେବା ସହ ନିଜ ଆକର୍ଷଣୀୟ ଫିଗର ପାଇଁ ମଧ୍ୟ ବହୁତ ଫେମସ ଅଟନ୍ତି ।

ଦିଶା ଆଜିକାଲି ବଲିଉଡର ଅଭିନେତା ଟାଇଗର ସ୍ରଫଙ୍କୁ ଡେଟ କରୁଛନ୍ତି । କିନ୍ତୁ ଦିଶା ଟାଇଗରଙ୍କ ପୂର୍ବରୁ ଅନ୍ୟ ଏକ ଟିଭି ଆକ୍ଟରଙ୍କୁ ଡେଟ କରିସାରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତା ଜଣକ କିଏ ?

ଟାଇଗରଙ୍କ ପୂର୍ବରୁ ଦିଶା ଅନ୍ୟ ଜଣେ ଅଭିନେତାଙ୍କୁ ବହୁତ ପସନ୍ଦ କରୁଥିଲେ । କିନ୍ତୁ ଦିଶା ସେତେବେଳେ ଏତେ ଫେମସ ନଥିଲେ । ସେହି ଅଭିନେତା ଜଣକ ହେଉଛନ୍ତି ପାର୍ଥ ସମଥାନ । ପାର୍ଥ ହେଉଛନ୍ତି ଏକ ଜଣାଶୁଣା ଅଭିନେତା । ଟିଭି ଇଣ୍ଡଷ୍ଟ୍ରିରେ ସେ ବହୁତ ନାମ କମେଇଛନ୍ତି । ପ୍ରଥମେ ସେ mtvର ଏକ ସୋରେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା କପୁରଙ୍କ ଫେମସ ଟିଭି ସୋ ‘କସୋଟୀ ଜିନ୍ଦେଗି କି’ରେ ନଜର ଆସୁଛନ୍ତି ।

ଟାଇଗରଙ୍କ ପୂର୍ବରୁ ଦିଶା ଫେମସ ଟିଭି ଆକ୍ଟର ପାର୍ଥ ସମଥାନଙ୍କ ସହ ରିଲେସନରେ ଥିଲେ । କିନ୍ତୁ ତାଙ୍କର ଏହି ରିଲେସନ ଅଧିକ ଦିନ ଚାଲି ନଥିଲା । ବର୍ତ୍ତମାନ ଦିଶା ଟାଇଗରଙ୍କ ସହ ରିଲେସନରେ ଅଛନ୍ତି ଓ ଦିଶାଙ୍କ ବିଷୟରେ ଏହି କଥା ବହୁତ କମ ଲୋକ ଜାଣିଛନ୍ତି ।

କିଛି ଦିନ ତଳେ ଏକ ଖବର ପାର୍ଥଙ୍କ ବିଷୟରେ ଆସିଥିଲା । ଖବର ଅନୁସାରେ ପାର୍ଥ ବିକାଶ ଗୁପ୍ତାଙ୍କ ସହ ରିଲେସନରେ ଅଛନ୍ତି ବୋଲି କୁହାଯାଉଥିଲା । ବିକାଶ ଗୁପ୍ତା ବର୍ତ୍ତମାନ “ବିଗବସ ୧୩”ରେ ନଜର ଆସୁଛନ୍ତି । ଦିଶା ପ୍ରଥମେ ଏହି ଦୁଇଜଣଙ୍କ ସମ୍ପର୍କ ବିଷୟରେ ଜାଣି ନଥିଲେ । ଦିଶା ଏହି ବିଷୟରେ ଜାଣିବା ପରେ ପାର୍ଥଙ୍କ ସହିତ ସମ୍ପର୍କ କାଟି ଦେଇଥିଲେ ।