ଫେସବୁକରେ ୩ ଟି ପିଲାର ମା’କୁ ଭଲ ପାଇ ବସିଲା ଯୁବକ, ଯେତେବେଳେ ୮୫୦ କି.ମି ଦୂର ଦେଖା କରିବାକୁ ପହଞ୍ଚିଲା ତ…

ଫେସବୁକ୍ ହେଉଛି ଗୋଟିଏ ସୋସିଆଲ ନେଟୱର୍କିଂ ଆପ୍ଲିକେସନ ।ଏହା ମାଧ୍ୟମରେ ଇଣ୍ଟେର୍ନେଟରେ ଜଣା ଅଜଣା ସମସ୍ତଙ୍କ ସହ ମିତ୍ରତା କରି କଥା ହେବା ,ଫଟୋ ଓ ଭିଡିଓ ସେୟାର ଇତ୍ୟାଦି କରାଯାଏ । ୨୦୦୪ ରେ ହାର୍ବର୍ଡ ର ଏକ ଛାତ୍ର ମାର୍କ ଜୁକେରବର୍ଗ ଏହାର ଆରମ୍ଭ କରିଥିଲେ ଓ ସେ ତାହାର ନାମ ଦେଇଥିଲେ ଫେସବୁକ୍ ।

ଏହି ଫେସବୁକ୍ ମାଧ୍ୟମରେ ଜଣେ ଯୁବକ ପ୍ରେମ ଜାଲରେ ଫସିଯାଇଥିଲା । ସେ ତା’ର ପ୍ରେମିକାକୁ ଦେଖା କରିବା ପାଇଁ ୮୫୦ କି.ମି ଯାତ୍ରା କରିଥିଲା । ମାତ୍ର କିଛି ମିନିଟ ପରେ ସେ ତା’ର ପ୍ରେମିକାକୁ ଦେଖାକରିଥାନ୍ତା ହେଲେ ସେହି ସମୟରେ ତା’ ସହ ଏମିତି କିଛି ହେଲା ଯାହାକି ସେ କେବେବି ଭାବି ନଥିଲା ।

ଦିଲ୍ଲୀରେ ରହୁଥିବା ଜଣେ ଯୁବକ ଗୌରବ କୁମାର ୨ ବର୍ଷ ପୂର୍ବରୁ ଏଫବି ରେ ଜଣେ ମହିଳାଙ୍କ ସହ ଚାଟିଙ୍ଗ କରୁଥିଲା । ଦୁହେଁ ପରସ୍ପରକୁ କିଛି ବି ଲୁଚାଉ ନ ଥିଲେ । କିଛିଦିନ ପରେ ସେ ଦୁଇଜଣ ପରସ୍ପରକୁ ପ୍ରେମ କରିବାକୁ ଲାଗିଲେ । ସମ୍ପର୍କ ବଢିବାରେ ଲାଗିଥିଲା । ଯୁବକ ଜଣକ ମହିଳାକୁ ବିବାହ କରିବା ପାଇଁ କହିଥିଲା , ମହିଳା ଜଣକ ମଧ୍ୟ ବିବାହ ପାଇଁ ରାଜି ହୋଇଯାଇଥିଲା ।

ଏହି ଖୁସିରେ ଯୁବକଟି ଟ୍ରେନରେ ୮୫୦ କି.ମି ମହିଳା ଜଣକୁ ଦେଖାକରିବା ପାଇଁ ଯାଇଥିଲା । ଶନିବାର ଦିନ ନିଜ ପ୍ରେମିକା କହିଥିବା ସ୍ଥାନରେ ପହଞ୍ଚିଥିଲା । ସେ ସେଠାରେ ପହଞ୍ଚିଲା ପରେ ଜାଣିଲା କି ପ୍ରେମିକା କେବଳ ବିବାହିତା ନୁହେଁ ତା’ର ୩ ଟି ପିଲା ମଧ୍ୟ ଅଛନ୍ତି । କିଛି ସମୟ ପରେ ମହିଳା ର ପରିବାର ଲୋକମାନେ ସବୁ ଜାଣିଗଲେ । ଯୁବକ ଜଣକୁ ଧରି ବହୁତ ମାରିଲେ । ମାରିଲା ପରେ ତାକୁ ପୋଲିସରେ ଦେଇଦେଲେ । ପୋଲିସ ମତରେ ମହିଳାର ପରିବାରର ଅଭିଯୋଗ ଉଚିତ ଥିଲେ ମୁକଦ୍ଦମା ଆରମ୍ଭ କରିଯିବ ।