ସାମନାକୁ ଆସିଲା ସୈଫ ଓ ଅମୃତାଙ୍କର କଟୁ ସତ୍ୟ, ନବାବ କହିଲେ ‘ଚିଡି ଯାଇଥିଲି, କାରଣ ରାତିରେ ସେ…’

ଗତ କିଛି ମାସ ହେବ ବଲୀଉଡର ଅଭିନେତା ସୈଫ ଅଲୀ ଖାନଙ୍କର ପରିବାର ଚର୍ଚ୍ଚାର ବିଷୟ ହୋଇ ଯାଇଛନ୍ତି । ଏହା ମଧ୍ୟରେ ସୈଫ ଅଲୀ ଖାନ ନିଜର ପ୍ରଥମ ପତ୍ନୀ ଅମୃତା ଙ୍କ ବିଷୟରେ ଅନେକ କଥା କହିଛନ୍ତି । ଅମୃତାଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ କିନ୍ତୁ ଝିଅ ସାରା ଅଲୀ ଖାନଙ୍କ ପାଇଁ ଦୁଇଜଣ ବର୍ତ୍ତମାନ ଚର୍ଚ୍ଚାରେ ରହୁଛନ୍ତି । ଏମିତିରେ ସୈଫ ଅଲୀ ଖାନ ଓ ଅମୃତା ସିଂହଙ୍କର ସମ୍ପର୍କକୁ ନେଇ ଏକ କଟୁ ସତ କଥା ସାମ୍ନାକୁ ଆସିଛି ।

ଅମୃତା ସିଂହ ୯୦ ଦଶକର ବହୁତ ସୁନ୍ଦର ଅଭିନେତ୍ରୀ ଥିଲେ । ତାଙ୍କ ସହିତ କାମ କରିବା ପାଇଁ ସେହି ସମୟର ବଡ ବଡ ଡାୟରେକ୍ଟର ଏବଂ କଳକାରମାନେ ପ୍ରସ୍ତୁତ ରହୁଥିଲେ । ଅମୃତା ସିଂହ ନିଜ ଅଭିନୟ ଦ୍ଵାରା ସେହି ସମୟରେ ବଲୀଉଡରେ ରାଜ କରୁଥିଲେ । କିନ୍ତୁ ବର୍ତ୍ତମାନ ଅମୃତା ସିଂହ ପୁରା ପୁରି ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି । କିନ୍ତୁ ତାଙ୍କର ଝିଅ ସାରା ବଲୀଉଡକୁ ପୁରା ହଲଚଲ କରି ଦେଉଛନ୍ତି ।

ବହୁତ ଅଭିନେତାଙ୍କ ସହିତ ଯୋଡା ହେଉଥିଲା ଅମୃତାଙ୍କର ନାମ

ଯେତେବେଳେ ଅମୃତା ନିଜର କ୍ୟାରିୟରେ ସଫଳତାର ଶୀର୍ଷରେ ଥିଲେ, ସେତେବେଳ ତାଙ୍କର ନାମ ବହୁତ ଅଭିନେତାଙ୍କ ସହିତ ଯୋଡା ହେଉଥିଲା । ଯେଉଁଥିରେ ସନୀ ଦେଓଲ, ବିନୋଦ ଖନ୍ନା ଓ କ୍ରିକେଟର ରବି ଶାସ୍ତ୍ରୀ ସାମିଲ ଅଛନ୍ତି । ସନି ଦେଓଲଙ୍କ ସହିତ ତାଙ୍କର ନାମ ସବୁଠୁ ଅଧିକ ଯୋଡା ହୋଇଥିଲା ଓ ଦର୍ଶକମାନେ ମଧ୍ୟ ତାଙ୍କ ଯୋଡିକୁ ବହୁତ ପସନ୍ଦ କରୁଥିଲେ ।

କିନ୍ତୁ ଅମୃତା ତାଙ୍କ ହୃଦୟକୁ ଭାଙ୍ଗି ନିଜ ଠାରୁ ବୟସରେ ସାନ ସୈଫ ଅଲୀ ଖାନଙ୍କ ସହିତ ବିବାହ କରିନେଲେ । କହିଦେଉଛୁ କି ଅମୃତା ଓ ସୈଫ ବହୁତ ଜଲ୍ଦି ବାହା ହୋଇଗଲେ । ୧୨ ବର୍ଷ ବଡ ଅମୃତାଙ୍କୁ ବାହା ହେବା ପରେ ସୈଫ ବହୁତ ଖୁସିରେ ଥିଲେ, କିନ୍ତୁ ୨୦୦୪ରେ ଦୁଇଜଣଙ୍କର ଡିଭୋର୍ସ ହୋଇଗଲା ।

ସୈଫ ଅଲୀ ଖାନଙ୍କୁ ଗାଳି ଦେଉଥିଲେ ଅମୃତା ସିଂହ

ସୈଫ ଅଲୀ ଖାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି କି ଅମୃତା ସିଂହ ତାଙ୍କୁ ଗାଳି ଦେଉଥିଲେ ଓ କେବେ କେବେ ରାତିରେ ଘରୁ ମଧ୍ୟ ବାହାର କରି ଦେଉଥିଲେ । ଯେଉଁ କାରଣରୁ ଦିନେ ସାରା ଓ ସେ ବାହାରେ ବୁଲୁଥିଲେ । ସୈଫ ଅମୃତାଙ୍କର ଏହି ଗୁଣ ଯୋଗୁ ଚିନ୍ତିତ ହୋଇଯାଇଥିଲେ ଏବଂ ଶେଷରେ ସେମାନେ ଡିଭୋର୍ସ ନେଇ ଗଲେ । ଡିଭୋର୍ସର କିଛି ବର୍ଷ ପର୍ଯ୍ୟନ୍ତ ଅମୃତା ସୈଫଙ୍କୁ ନିଜ ପିଲାମାନଙ୍କ ସହିତ ଦେଖା ମଧ୍ୟ କରିବାକୁ ଦେଉନଥିଲେ । ଯେଉଁ କାରଣରୁ ସୈଫ ପୂରାପୂରି ଭାଙ୍ଗି ପଡିଥିଲେ ।

ସୈଫ ଅଲୀ ଖାନ ଏବଂ ଅମୃତା ସିଂହଙ୍କ ଝିଅ ସାରା

ସୈଫ ଓ ଅମୃତାଙ୍କ ଝିଅଙ୍କୁ ତ ସମସ୍ତେ ଜାଣିଛନ୍ତି । ଲଗାତାର ଦୁଇଟି ହିଟ ଫିଲ୍ମ ଦେଇ ସାରା ଅଲୀ ଖାନ ବଲୀଉଡରେ ରାଜ କରୁଛନ୍ତି ।