10 ବର୍ଷରେ 10 ଟି ଶିଶୁକୁ ଜନ୍ମ ଦେଲେ ଏହି ମହିଳା, ଟାର୍ଗେଟ ରଖିଛନ୍ତି 12 ଜାଣନ୍ତୁ କାହିଁକି

ଆମେରିକାର ଜଣେ ମହିଳା ବର୍ତ୍ତମାନ ସମୟରେ ପୁରା ବିଶ୍ଵରେ ଚର୍ଚାର ବିଷୟ ହୋଇ ଯାଇଛନ୍ତି । ଏହି ମହିଳା ଜଣକ ଚର୍ଚାରେ ରହିବାର କାରଣ ଏହା ଅଟେ କି ସେ ଗତ ୧୦ ବର୍ଷ ମଧ୍ୟରେ ୧୦ଟି ଶିଶୁକୁ ଜନ୍ମ ଦେଇଛନ୍ତି । ଏମିତିରେ ତାଙ୍କର ଲକ୍ଷ ହେଉଛି ଆଉ ଦୁଇ ବର୍ଷ ମଧ୍ୟରେ ଦୁଇଟି ଶିଶୁକୁ ଜନ୍ମ କରିବେ, ସେ ୧୨ ବର୍ଷ ମଧ୍ୟରେ ୧୨ଟି ସନ୍ତାନକୁ ଜନ୍ମ ଦେବେ । ଏହାର ଅର୍ଥ ଏହା ଅଟେ କି ମହିଳା ଓ ତାଙ୍କର ସ୍ଵାମୀଙ୍କୁ ମିଶାଇ ସେ ନିଜର ପରିବାର ସଦସ୍ୟଙ୍କ ସଂଖ୍ୟା ୧୪ କରିବେ ବୋଲି ଆଶା ରଖିଛନ୍ତି ।

ସେ ଲକ୍ଷ ରଖିଛନ୍ତି କି ୧୨ ବର୍ଷ ମଧ୍ୟରେ ସେ ୧୨ଟି ଶିଶୁର ମା ହେବେ । ବର୍ତ୍ତମାନ ସମୟରେ ତାଙ୍କର ୬ ଜଣ ପୁଅ ଓ ୪ ଜଣ ଝିଅ ଅଛନ୍ତି । ୩୬ ବର୍ଷୀୟ Courtney Rogers ଓ ତାଙ୍କର ସ୍ଵାମୀ Cris Rogers ୨୦୦୮ ମସିହାରେ ବିବାହ କରିଥିଲେ ।

ଏହା ପରେ ୨୦୧୦ରେ ମହିଳା ଜଣକ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ଏହା ପରେ ସେ ୯ ଥର ଗର୍ଭଧାରଣ କରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ଗତ ୧୦ ବର୍ଷ ଭିତରେ ମାତ୍ର ୯ ମାସ ବିନା ଗର୍ଭବତୀରେ ଅଛନ୍ତି । ସେ ବର୍ତ୍ତମାନ ସମୟରେ ବି ଗର୍ଭବତୀ ଅଛନ୍ତି ଓ ଆସନ୍ତା ନଭେମ୍ବର ମାସରେ ସେ ନିଜର ୧୧ ତମ ଶିଶୁକୁ ଜନ୍ମ ଦେବେ । ସ୍ଵାମୀ ସ୍ତ୍ରୀ ନିଜର ନାଁ Courtney ଓ Cris ଭଳି ନିଜର ସବୁ ସନ୍ତାନମାନଙ୍କର ପ୍ରଥମ ଅକ୍ଷର C ରଖିଛନ୍ତି ।

ଏହି ନାଁ ଗୁଡିକ ହେଲା – Clint, Clay, Cade, Callie, Cash, twins Colt and Case, Calena, Caydue, and Coralee । ମିଳିଥିବା ସୂଚନା ଅନୁସାରେ ଏହି ମହିଳାର ଜଣଙ୍କର ୩ ମାସରେ ଦୁଇ ଥର ମିସକ୍ୟାରେଜ ହୋଇସାରିଛି । ଏମିତିରେ ୧୦ ୧୦ ଟି ସନ୍ତାନକୁ ପାଳନ କରିବା ଓ ସେଥିରେ ପୁଣି ସ୍ତ୍ରୀ ଗର୍ଭବତୀ ହୋଇଥିବ ଏମିତିରେ ସମସ୍ତଙ୍କର ଦେଖା ଶୁଣା କରିବା ବି ସହଜ କଥା ନୁହେଁ ।

Image courtesy: Instagram

ଦୁଇ ଜଣ ନିଜର ପିଲାମାନଙ୍କୁ ସମ୍ଭାଳିବାରେ ଏତେ ବ୍ୟସ୍ତ ଥାନ୍ତି କି ତାଙ୍କୁ ନିଜ କାମ ପାଇଁ ବି ସମୟ ନ ଥାଏ । ମାସକୁ ଏହି ପରିବାରର କେବଳ ଖାଦ୍ୟପ୍ୟୟରେ ପାଖାପାଖି ଭାରତ ଟଙ୍କା ହିସାବରେ ୯୦,୦୦୦ ଟଙ୍କା ଖର୍ଚ ହୋଇଯାଏ । ଆର୍ଥିକ ସମସ୍ୟା ଥିବା ସତ୍ବେ ବି ମହିଳା ଜଣକ ନିଜର ପରିବାରର ସଦସ୍ୟଙ୍କ ସଂଖ୍ୟାକୁ ୧୪ କରିବାକୁ ଚାହୁଁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।