କମ ବଜେଟରେ ତିଆରି ହୋଇଥିବା ଏହି 8 ଫିଲ୍ମ ଆୟ ମାମଲାରେ ଭାଙ୍ଗିଲା ସବୁ ରେକର୍ଡ

ବଲୀଉଡ ଇଣ୍ଡଷ୍ଟ୍ରିରେ ସବୁ ବର୍ଷ ବହୁତ ଫିଲ୍ମ ରିଲିଜ ହୋଇଥାଏ । ଯେଉଁମାନଙ୍କର କାହାଣୀ ବହୁତ ଭଲ ହୋଇଥାଏ । ଯେଉଁ କାରଣରୁ ଦର୍ଶକମାନେ ସେହି ଫିଲ୍ମକୁ ଏତେ ପସନ୍ଦ କରନ୍ତି କି ସେହି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଯାଏ ଓ ଭଲ ଆୟ ମଧ୍ୟ କରିଥାଏ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ବଲୀଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ କମ ଫିଲ୍ମ ଅଛି ଯାହାକୁ ବଲୀଉଡର ସବୁଠୁ ହିଟ ଫିଲ୍ମର ଟାଇଟେଲ ମିଳିଥାଏ । ସେହି ଫିଲ୍ମର କାହାଣୀ ତ ଭଲ ହୋଇଥାଏ କିନ୍ତୁ ଏହା ସହିତ ସେହି ଫିଲ୍ମ ଗୁଡିକ କମ ବଜେଟ ହୋଇଥିବା ସତ୍ବେ ବି ପୁରା ବିଶ୍ଵରୁ ଏତେ ଭଲ ଆୟ କରିଥାଏ କି ସେହି ଫିଲ୍ମ ଗୁଡିକ ବଲୀଉଡର ସବୁଠୁ ହିଟ ଫିଲ୍ମ ପ୍ରମାଣିତ ହୋଇଯାଏ । ଆଜି ଆମେ ଆପଣଙ୍କୁ ବଲୀଉଡର ସେହି ଫିଲ୍ମ ଗୁଡିକ ବିଷୟରେ କହିବୁ ଯାହାକୁ ବଲୀଉଡ ହିଟ ଟାଇଟେଲ ମିଳିଛି ।

ବଜରଙ୍ଗୀ ଭାଇଜାନ

ସଲମାନ ଖାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନ ୨୦୧୫ରେ ରିଲିଜ ହୋଇଥିଲା । ଫିଲ୍ମର କାହାଣୀକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଯେଉଁ କାରଣରୁ ୧୨୦ କୋଟି ଟଙ୍କା ବଜେଟ ବାଲା ଏହି ଫିଲ୍ମ ବକ୍ସ ଅଫିସରେ ୩୨୦ କୋଟି ଟଙ୍କା ଆୟ କରିଥିଲା । ଏହା ସହିତ ପୁରା ବିଶ୍ଵରୁ ୬୯୫ କୋଟି ଟଙ୍କା ଆୟ କରିଥିଲା ।

କାହୋନ ପ୍ୟାର ହେ

୨୦୦୨ରେ ଋତିକ ରୋଶନଙ୍କ ଫିଲ୍ମ ‘କହୋନା ପ୍ୟାର ହେ’ ଏକ ରୋମାଣ୍ଟିକ ଫିଲ୍ମ ଡ୍ରାମା ଅଟେ । ଯେଉଁଥିରେ ଅମିଶା ପଟେଲ ବି ନଜର ଆସିଥିଲେ । ଦୁଇ ଜଣଙ୍କ ଏହି ଯୋଡି ବାଲା ଏହି ଫିଲ୍ମ ହିଟ ମଧ୍ୟ ହୋଇଗଲା । ଯେଉଁଠି ଫିଲ୍ମର ବଜେଟ ମାତ୍ର ୫ କୋଟି ଟଙ୍କା ଥିଲା ତେବେ ବକ୍ସ ଅଫିସରେ ଏହି ଫିଲ୍ମ ୪୭ କୋଟି ଟଙ୍କା ଆୟ କରିଥିଲା । ଏହା ସହିତ ପୁରା ବିଶ୍ଵରୁ ଏହା ୯୦ କୋଟି ଟଙ୍କା ଆୟ କରିଥିଲା ।

ଦିଲୱାଲେ ଦୁଲ୍ହନିୟା ଲେ ଜାଏଂଗେ

୧୯୯୫ରେ ଆସିଥିବା ଶାହରୁଖ଼ ଖ଼ାନ ଓ କାଜୋଲଙ୍କ ଫିଲ୍ମ ଦିଲୱାଲେ ଦୁଲ୍ହନିୟା ଲେ ଜାଏଂଗେ ବଲୀଉଡର ସବୁଠୁ ଫେବରେଟ ଫିଲ୍ମ ମଧ୍ୟରୁ ଗୋଟିଏ ଅଟେ । ଏହି ଫିଲ୍ମର ବଜେଟ ୮ କୋଟି ଟଙ୍କା ଥିଲା । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ୯୮ କୋଟି ଟଙ୍କାରଆୟ କରିଥିଲା ଓ ପୁରା ବିଶ୍ଵରୁ ୧୦୮ କୋଟି ଟଙ୍କା ଆୟ କରିଥିଲା ।

ଉରି : ଦ ସର୍ଜିକଲ ସ୍ଟ୍ରାଇକ

୨୦୧୬ରେ କାଶ୍ମୀର ଉପରେ ହୋଇଥିବା ସର୍ଜିକଲ ସ୍ଟ୍ରାଇକ ଉପରେ ଏହି ଫିଲ୍ମ ଆଧାରିତ ଅଟେ । ଯେଉଁଥିରେ ବିକ୍କୀ କୌଶଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ୨୮ କୋଟି ବଜେଟର ପ୍ରସ୍ତୁତ ଏହି ଫିଲ୍ମ ବକ୍ସ ଅଫିସରେ ୨୪୦ କୋଟି ଟଙ୍କା ଆୟ କରିଥିଲା ଓ ପୁରା ବିଶ୍ଵରୁ ୩୪୨ କୋଟି ଟଙ୍କା କରିଥିଲା ।

୩ ଈଡିୟଟ୍ସ

୨୦୦୯ରେ ଆମିର ଖାନଙ୍କ ଫିଲ୍ମ ୩ ଈଡିୟଟ୍ସ ମାତ୍ର ୬୦ କୋଟି ଟଙ୍କାରେ ତିଆରି ହୋଇଥିଲା । କିନ୍ତୁ ବକ୍ସ ଅଫିସରେ ଏହା ୨୦୨ କୋଟି ଓ ପୁରା ବିଶ୍ୱରୁ ୨୪୭ କୋଟି ଟଙ୍କା ଆୟ କରିଥିଲା ।

ଗଦର ଏକ ପ୍ରେମ କଥା

ସନି ଦିଓଲଙ୍କ ଏହି ଫିଲ୍ମ ମାତ୍ର ୧୦ କୋଟି ଟଙ୍କାରେ ତିଆରି ହୋଇଥିଲା । କିନ୍ତୁ ଏହି ଫିଲ୍ମ ୮୦ କୋଟି ଓ ପୁରା ବିଶ୍ୱରୁ ୧୨୦ କୋଟି ଟଙ୍କା ଆୟ କରଥିଲା ।

ଦଙ୍ଗଲ

୨୦୧୬ରେ ଆମିର ଖାନଙ୍କ ଫିଲ୍ମ ଦଙ୍ଗଲ ବି ମାତ୍ର ୧୫୦ କୋଟି ଟଙ୍କାରେ ପ୍ରସ୍ତୁତ ହୋଇଥିଲା । ଏହା ବକ୍ସ ଅଫିସରେ ୩୮୮ କୋଟି ଟଙ୍କା କଲେକ୍ସନ କରିଥିଲା ଓ ପୁରା ବିଶ୍ଵରୁ ୨୨୦୯ କୋଟି ଟଙ୍କା ଆୟ କରିଛି ।

ବର୍ଡର

ଏହି ଫିଲ୍ମରେ ବହୁତ ବଡ ବଡ ଅଭିନେତା ନଜର ଆସିଥିଲେ । ୧୦ କୋଟି ବଜେଟ ବାଲା ଏହି ଫିଲ୍ମ ୪୦ କୋଟି ଓ ପୁରା ବିଶ୍ଵରୁ ୬୫ କୋଟି ଟଙ୍କା ଆୟ କରିଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।