ଏହି ସବୁ ସାଉଥ ଷ୍ଟାରଙ୍କ ଘରର ମୂଲ୍ୟ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଆଜି ଆମେ ଆପଣକୁ ବଲିଉଡ୍ ନୁହଁ ବରଂ ଟଲିଉଡ୍ ର କିଛି ଏମିତି ଷ୍ଟାର୍ ମାନଙ୍କ ବିଷୟରେ କହିବୁ ଯେଉଁମାନେ ରୁହନ୍ତି ଆଲିଶାନ୍ ବଙ୍ଗଳାରେ । ଏହି ସବୁ ଷ୍ଟାର୍ ବଲିଉଡ୍ ରୁ ଟଲିଉଡ ପର୍ଯ୍ୟନ୍ତ ଫେମସ୍ । ତେବେ ଚାଲନ୍ତୁ ଜାଣିବା ଏମାନଙ୍କ ଲାଇଫ ଷ୍ଟାଇଲ ବିଷୟରେ ।

ୟଶ୍:-

କନ୍ନଡ଼ ଫିଲ୍ମ୍ Kgf ର ହିରୋ ୟଶ୍ ଙ୍କୁ ଆପଣ ଜାଣିଥିବେ । Kgf ହୀରୋ ୟଶ୍ ବର୍ତମାନ ଟଲିଉଡ଼ ର ଜଣା ଶୁଣା ଆକ୍ଟର ଅଟନ୍ତି । ୟଶ୍ ପୂର୍ବରୁ କନ୍ନଡ଼ ଫିଲ୍ମ୍ ରେ ସ୍ତ୍ରଗଲିଂ ଆକ୍ଟର ଥିଲେ । ଯିଏ ବହୁତ୍ ଫିଲ୍ମ୍ ରେ କାମ କରିଥିଲେ କିନ୍ତୁ ତାଙ୍କୁ ନିଜର ପରିଚୟ Kgf ଚାପ୍ଟର ୧ ରୁ ହିଁ ମିଳିଥିଲା । ଏହି ଫିଲ୍ମ୍ ୨୦୦ କୋଟି ରୁ ଅଧିକ ରୋଜଗାର କରିଥିଲା । ୟଶ୍ ଙ୍କ ପିତା ଆଜି ମଧ୍ୟ ବସ ଡ୍ରାଇଭର ର କାମ କରୁଛନ୍ତି ।

ତାଙ୍କ କହିବା ଅନୁସାରେ ଏହି କାମ ପାଇଁ ହିଁ ସେ ତାଙ୍କ ପୁଅ କୁ ଆଜି ଏତେ ବଡ଼ ଷ୍ଟାର୍ କରିପାରିଛନ୍ତି ଏବଂ ସେ ନିଜ କାମ କୁ କେବେ ବି ଛାଡ଼ିବେ ନାହିଁ । ୟଶ୍ ୧୮ ଟି ଫିଲ୍ମ୍ ରେ କାମ କରିଛନ୍ତି ଆଊ ଆଜି ତାଙ୍କ ପାଖରେ ୫୦ କୋଟି ରୁ ଅଧିକା ସମ୍ପତି ଅଛି । ୟଶ୍ ରହୁଥିବା ବଙ୍ଗଳା ର ଦାମ୍ ୪ କୋଟି ଟଙ୍କା ଅଟେ । ଆଗରୁ ଗୋଟେ ଫିଲ୍ମ୍ ପାଇଁ ସେ ୫ କୋଟି ଚାର୍ଜ କରୁଥିଲେ କିନ୍ତୁ Kgf ର sucess ପରେ ନିଜ ଚାର୍ଜ ମଧ୍ୟ୍ୟ ବଢାଇ ଦେଇଛନ୍ତି । ବର୍ତମାନ ସେ ଗୋଟେ ଫିଲ୍ମ୍ ପାଇଁ ୧୫ କୋଟି ପର୍ଯ୍ୟନ୍ତ ଚାର୍ଜ କରୁଛନ୍ତି ।

ପ୍ରଭାସ:-

ବାହୁବଳୀ ରେ ଲିଡ୍ ରୋଲ କରି ସମସ୍ତଙ୍କ ମନକୁ କିଣିଥିଲେ ସାଉଥ ଆକ୍ଟର ପ୍ରଭାସ । ପ୍ରଭାସ ଟଲିଉଡ଼ ଇଣ୍ଡଷ୍ଟ୍ରି ସହିତ ବର୍ତମାନ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ମଧ୍ୟ୍ୟ ନିଜର ଫେମ କମାଇଛନ୍ତି । ବାହୁବଳୀ ୧ ପାଇଁ ପ୍ରଭାସ ୨୫ କୋଟି ଟଙ୍କା ଚାର୍ଜ କରିଥିଲେ ଏବଂ ସାହୋ ଫିଲ୍ମ୍ ପାଇଁ ୩୦ କୋଟି ଚାର୍ଜ କରିଥିଲେ । ପ୍ରଭାସ ରହୁଥିବା ଘର ର ଦାମ୍ ୭ କୋଟି ରୁ ଅଧିକ ।

ମହେଶ ବାବୁ:-

ଟଲିଉଡେ ଆକ୍ଟର ମହେଶ ବାବୁ ବଲିଉଡ୍ ଷ୍ଟାର୍ ନମ୍ରତା ସିରୋଗଟି ଙ୍କୁ ବିବାହ କରିଛନ୍ତି । ମହେଶ ବାବୁ ରହୁଥିବା ଘର କୌଣସି ଅଲିଶାନ୍ ବଙ୍ଗଳା ଠାରୁ କମ୍ ନୁହଁ । ଘର ଭିତରେ ସ୍ଵିମ୍ମିଂ ପୂଲ୍ ଠାରୁ ଆରମ୍ଭ କରି gym ପର୍ଯ୍ୟନ୍ତ ସବୁ ଅଛି । ସେ ରହୁଥିବା ବଙ୍ଗଳା ର ଦାମ୍ ୪ କୋଟି ରୁ ଅଧିକ ।

ନାଗାର୍ଜୁନ:-

ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ବହୁତ୍ ଫେମସ୍ ଅଟନ୍ତି ନାଗାର୍ଜୁନ । ରୋମାନ୍ସ ହେଉ କିମ୍ବା ଆକ୍ସନ୍ ସବୁଥିରେ ନାଗାର୍ଜୁନ ବେଷ୍ଟ ଅଟନ୍ତି । ଯଦି ସମ୍ପତି ବିଷୟରେ କହିବା ତା ହେଲେ ନାଗାର୍ଜୁନ ସାଉଥ ର ସବୁ ଆକ୍ଟରଙ୍କ ଠାରୁ ଧନୀ ଅଟନ୍ତି । ନାଗାର୍ଜୁନ ୩୦୦୦ କୋଟି ଟଙ୍କାର ମାଲିକ୍ ଅଟନ୍ତି । ନାଗାର୍ଜୁନ ରହୁଥିବା ଘରର ଦାମ୍ ୧୦ କୋଟିରୁ ଅଧିକ ଅଟେ । ସେ ରହୁଥିବା ଘରେ ସବୁ ସୁବିଧା ଅଛି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଏହିପରି ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।