ଆରମ୍ଭ ହେଲା ପ୍ରବଳ ବର୍ଷା ପବନ,ମାଡି ଆସୁଛି ପୂଣୀଏକ ଲଘୁଚାପ, ୧୫ ଜିଲ୍ଲାକୁ ହାଇ ଆଲର୍ଟ କଣହେବ!

ଏବେକାର ଗୋଟେ ଲଟେଷ୍ଟ ଅପଡେଟ ଯାହା କିଛି ଆମ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆସୁଛି କି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଟି ଅବପାତ ରୂପ କାଲିଠାରୁ ନେଇସାରିଛି । ଆଜି ଏହା ବିଶାଖାପାଟଣା ଅତିକ୍ରମ କରିବ । ଆଜିଠାରୁ ହିଁ ଆମ ଓଡ଼ିଶାର ଜିଲ୍ଲା ମାନଙ୍କରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ଲାଗିକି ରହିବ ।

ତା ଛଡା ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଏବଂ ବାକି ସବୁ ବନ୍ଦର କୁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ସବୁ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଉ କୋଉ ଜିଲ୍ଲା ମାନଙ୍କରେ କେତେ ମାତ୍ରାରେ ବର୍ଷା ହେବ ଏବଂ ପବନ ର ବେଗ ପାଖାପାଖି ୪୫ ରୁ ୫୫ ହେବ ।

୭୦ କିଲୋମିଟର ପର୍ଯ୍ୟନ୍ତ ପବନ ର ବେଗ ମଧ୍ୟ ରହିପାରେ । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଟି ପ୍ରଥମେ ୱଳ୍ମର୍କ ଲୋ ପ୍ରେସର ରେ ପରିଣତ ହେଲା ପରେ ପରେ ଏହା ଗତ କାଲି ଅବପାତ ର ରୂପ ମଧ୍ୟ ନେଇଛି । ଆଜି ଏହା ବିଶାଖାପାଟଣା ଅତିକ୍ରମ କରିବ ଯାହା ପ୍ରଭାବରେ ଆମ ଓଡ଼ିଶାର ଅଧିକାଂଶ ଜିଲ୍ଲା ମାନଙ୍କରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି ।

୧୪ ଟି ଜିଲ୍ଲା ମାନଙ୍କୁ କଡ଼ା ସତର୍କତା ସୂଚନା ମଧ୍ୟ ଲାଗୁ କରାଯାଇଛି । ବର୍ଷା ସହିତ ପବନ ର ବେଗ ମଧ୍ୟ ପାଖାପାଖି ୪୫ ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିବ । ସମୁଦ୍ର ଉପକୂଳ ଜିଲ୍ଲା ମାନଙ୍କରେ ପବନ ର ବେଗ ମଝିରେ ମଝିରେ ୬୦ ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ରହିପାରେ । ମତ୍ସ୍ୟ ଯିବି ମାନଙ୍କୁ ୧୩ ତାରିଖ ପର୍ଯ୍ୟନ୍ତସମୁଦ୍ର ଭିତରକୁ ଯିବାପାଇଁ ବାରଣ କରାଯାଇଛି ।

୫ ଟି ଜିଲ୍ଲା ମାନଙ୍କରେ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବ ବୋଲି ଅରେଞ୍ଜ ୱର୍ଣୀ ର ଶିକାର ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, ରାଇଗଡ, ଗଜପତି, ଏବଂ ଗଞ୍ଜାମ । ଏହି ୫ ଟି ଜିଲ୍ଲା ମାନଙ୍କରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ । ୯ ଟି ଜିଲ୍ଲା ମାନଙ୍କୁ ୟେଲୋ ୱ୍ଵାନିଂ ମଧ୍ୟ ଜାରି କରାଯାଇଛି ।

ସେ ସବୁ ଜିଲ୍ଲା ଗୁଡ଼ିକ ହେଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଏବଂ ନବରଙ୍ଗପୁର । ଏହି ସବୁ ଜିଲ୍ଲା ମାନଙ୍କୁ ୟେଲୋ ୱାନଂ ଜାରି କରାଯାଇଛି । ମାନେ ପ୍ରବଳ ମାତ୍ରା ରେ ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଏମିତି ଲାଗିକି ରହିବ । ମଝିରେ ମଝିରେ ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖରେ ଆଣ୍ଡମାନ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ତେବେ ଆପଣଙ୍କ ଜିଲ୍ଲା ରେ ପାଣିପାଗ କେମିତି ରହିଛି ଆମକୁ ନିଶ୍ଚୟ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।