SSR ମାମଲା- ପୁଣି CBI ଏବେ ଆକ୍ସନ ମୋଡ଼ରେ, ଜୁନ 13 ରେ ଖୁଲାସା କଲେ ପଡୋଶୀ

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ପୁଣି ଥରେ ଅକ୍ସନ ମୋଡ଼ କୁ ଆସିଛି । କିଛି ଦିନ ର ବେବଧାନ ପରେ ମାମଲାକୁ ନେଇ ଖୋଳ ତାଡ଼ ଆରମ୍ଭ କରିଛି । ମୃତ୍ୟୁ ପୂର୍ବ ଦିନ ଅର୍ଥାତ୍ ଜୁନ ୧୩ ରେ ପ୍ରେମିକା ରିୟା ଚକ୍ରବର୍ତ୍ତୀ ତାଙ୍କୁ ଭେଟିଥିବାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଏନେଇ ସୁଶାନ୍ତ ଙ୍କ କିଛି ପଡୋଶୀ ଦାବି କରିଥିଲେ ଯାହାକୁ ନେଇ ଏବେ CBI ନୋଟିସ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଖବର ଅନୁସାରେ ନୋଟିସ ରେ CBI ଘଟଣାର ସତ୍ୟତା କୁ ପରଖିବା ସହ ମିଛ ଏବଂ ଗୁଜବ କୁ ପ୍ରଚାର ନ କରିବାକୁ କହିଛନ୍ତି । ମାମଲାରେ ଯଦି ସତ୍ୟତା ଥାଏ ତେବେ ତଦନ୍ତକାରି ସଂସ୍ଥା ରେ ହାଜର ହେବାକୁ କୁହାଯାଇଛି । ଅନ୍ୟ ପଟେ ରିୟା ଙ୍କ ଓକିଲ ସତିଶ ମାନତନ୍ଦେ ପଡୋଶୀ ଙ୍କ ଦାବିକୁ ମିଛ କହିବା ସହ ଆଇନ ର ଆଶ୍ରୟ ନେବେ ବୋଲି କହିଛନ୍ତି ।

ଜୁନ ୧୪ ରେ ସୁଶାନ୍ତ ଙ୍କ ମୃତ ଦେହ ତାଙ୍କ ବାନ୍ଦ୍ରା ଘରୁ ମିଳିଥିଲା । ଦେଶରେ ସବୁଠୁ ବଡ଼ ହାଇ ପ୍ରୋଫାଇଲ ମାମଲାରେ ସିବିଆଇ ସମେତ ଇଡି, ଏନ ସି ବି ତଦନ୍ତ କରୁଛନ୍ତି । ସୁଶାନ୍ତ ଙ୍କ ମୃତ୍ୟୁ କୁ ୪ ମାସ ହୋଇସାରିଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ପ୍ରକୃତ ଆସାମୀ ସାମ୍ନାକୁ ଆସିନାହିଁ ।

CBI କହିଛିି ଏହା ଆତ୍ମହତ୍ୟା ନୁହଁ ବରଂ ହତ୍ୟା ଅଟେ । ଖୁବ ଶୀଘ୍ର ସୁଶାନ୍ତ ଙ୍କ ହତ୍ୟାକାରୀ ସାମ୍ନାକୁ ଆସିବ ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ନିହାତି ମିଳିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।