୧୦ ବର୍ଷ ପରେ ଏହି ବଡ ବଜେଟ ଫିଲ୍ମରେ ଆସୁଛନ୍ତି ସୁନୀଲ ସେଟ୍ଟୀ, ‘ବାହୁବଳି’ ଭଳି ହେବ ତାଙ୍କର ରୋଲ୍

ବଲୀଉଡର ଅଭିନେତା ସୁନୀଲ ସେଟ୍ଟୀଙ୍କର ଫିଲ୍ମ ଡାଇଲଗକୁ ଆଜି ବି ଲୋକମାନେ ମନେ ପକାନ୍ତି । ୧୯୯୨ ରେ ‘ବଳବାନ’ ଫିଲ୍ମରୁ ସୁନୀଲ ସେଟ୍ଟୀ ବଲୀଉଡରେ ପାଦ ଦେଇଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ହିଟ ରହିଲା ଏବଂ ଏହି ଫିଲ୍ମ ତାଙ୍କୁ ବଲୀଉଡ ଇଣ୍ଡଷ୍ଟ୍ରିରେ ଏକ ଆକ୍ସନ ହିରୋର ପରିଚୟ ଦେଲା । ହେଲେ ୧୦ ବର୍ଷ ହେବ ସୁନୀଲ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ଯେଉଁ ଖବର ଆସୁଛି ତାହା ହେଉଛି କି ସୁନୀଲ ସେଟ୍ଟୀ ପୁଣିଥରେ ଏକ ଫିଲ୍ମରେ ନଜର ଆସିବେ ।

ସୁନୀଲ ସେଟ୍ଟୀ ଏହା ପୂର୍ବରୁ ୨୦୦୮ରେ ଆସିଥିବା ଫିଲ୍ମ ‘ୟାହାଁ କେ ହମ ସିକନ୍ଦର’ ରେ ନଜର ଆସିଥିଲେ । ଯାହା ପରେ ସେ ଫିଲ୍ମରୁ ଗାୟବ ହୋଇଗଲେ । କିନ୍ତୁ ବର୍ତ୍ତମାନ ସେ ୧୦ ବର୍ଷ ପରେ ଫିଲ୍ମ ଦୁନିଆକୁ ଫେରିଛନ୍ତି । କହିଦେଉଛୁ ଯେ ସୁନୀଲ ପୁଣି ଥରେ ନିର୍ଦେଶକ ପ୍ରିୟଦର୍ଶନଙ୍କ ସହ ହାତ ମିଶାଇଛନ୍ତି । ଏବଂ ତାଙ୍କର ଏକ ଫିଲ୍ମରେ ସେ ଏକ ମୁଖ୍ୟ ରୋଲରେ ନଜର ଆସିବେ ।

କହିଦେଉଛୁ ଯେ ସୁନୀଲ ଫିଲ୍ମ “ଦେ ଦନା ଦନ”ରେ ପ୍ରିୟଦର୍ଶନଙ୍କ ସହ କାମ କରିଥିଲେ । ଏହି ନୂଆ ପ୍ରୋଜେକ୍ଟରେ ସୁନୀଲ ଏକ ସାମୁଦ୍ରିକ ଯୋଧ୍ୟା ରୂପରେ ନଜର ଆସିବେ । ଖବର ଅନୁସାରେ ଫିଲ୍ମର ଶୁଟିଙ୍ଗ ଆରମ୍ଭ ହୋଇଯାଇଛି । ସେହି ଫିଲ୍ମର ନାମ ‘ମରକ୍କଡ- ଦ ଲାୟନ ଅଫ ଆରବିୟାନ ସୀ’ ବୋଲି କୁହାଯାଉଛି । ଏହି ଫିଲ୍ମ ହଲିଉଡ ଫିଲ୍ମ “ଟାୟ”ରୁ ପ୍ରେରିତ ଅଟେ । ଫିଲ୍ମରେ ସୁନୀଲଙ୍କ ବ୍ୟତିତ ପ୍ରଭୂଦେବା ଏବଂ ମୋହନଲାଲ ବି ଲିଡ ରୋଲରେ ନଜର ଆସିବେ ।

କହିଦେଉଛୁ ଯେ ଫିଲ୍ମର ବଜେଟ ୧୫୦ କୋଟି ଟଙ୍କା କୁହାଯାଉଛି । ଯାହାକି ସୁନୀଲଙ୍କ କ୍ୟାରିୟରର ସବୁଠୁ ବଡ ଫିଲ୍ମ ହେବାକୁ ଯାଉଛି । ଏହି ଫିଲ୍ମରେ ଆପଣଙ୍କୁ ବାହୁବଳି ଭଳି ବିଏଫଏକ୍ସର କଳାକୃତି ଦେଖିବାକୁ ମିଳିବ । ସୂତ୍ର ଅନୁସାରେ ଫିଲ୍ମର ଶୁଟିଙ୍ଗ ଏହି ମାସର ଏପ୍ରିଲରେ ଶେଷ ହେବାର ସମ୍ଭାବନା ଅଛି । କିନ୍ତୁ ଦର୍ଶକମାନଙ୍କ ପାଖରେ ଏହି ଫିଲ୍ମ ୨୦୨୦ରେ ପହଞ୍ଚିବ ।

ଏହା ସହିତ ଏହି ଫିଲ୍ମକୁ କେବଳ ହିନ୍ଦୀରେ ନୁହେଁ, ତାମିଲ, ତେଲୁଗୁ ଏବଂ ମାଲାୟଲମ ଭାଷାରେ ମଧ୍ୟ ରିଲିଜ କରାଯିବ । ଫିଲ୍ମର କାହାଣୀ ନେବି ଚିଫ ମୋହମ୍ମଦ ଅଲୀ କୁନାଜୀ ମରକ୍କଡ ଚତୁର୍ଥ ଉପରେ ଆଧାରିତ । ସୁନୀଲ ନିଜର ଫିଲ୍ମ କ୍ୟାରିୟରରେ ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି କିନ୍ତୁ ତାଙ୍କର ଏହି ଫିଲ୍ମ ବକ୍ସ ଅଫିସର ଚାଲିବ କି ନାହିଁ ତାହା ଦେଖିବାର ଅଛି ।

ଆପଣଙ୍କୁ ଆମର ଏଇ ଲେଖାଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଏହିଭଳି ବଲୀଉଡର ନୂଆ ନୂଆ ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି।