କାନପୁରର ଚା’ ବାଲାର ଝିଅକୁ ମିଳିଲା ନେସନାଲ ତାଇକ୍ଵାଣ୍ଡୋ ଖେଳିବାର ସୁଯୋଗ, ଆପଣଙ୍କ ହୃଦୟକୁ ଛୁଇଁଯିବ ତାର କାହାଣୀ

ଜୀବନରେ ସମସ୍ତଙ୍କୁ ସବୁ କିଛି ମିଳିପାରେ ନାହିଁ ଯାହା ସେ ଜୀବନରେ ଚହାଁନ୍ତି । ଯଦି ଆପଣ କୌଣସି ଜିନିଷକୁ ହୃଦୟରୁ ଚାହୁଞ୍ଚନ୍ତି ତେବେ ତାହା ଆପଣଙ୍କୁ ନିଶ୍ଚୟ ମିଳି ପାରିବ । କିଛି ଏମିତି କାହାଣୀ ଅଟେ କାନପୁରରେ ରହୁଥିବା ଚା’ ବାଲା ରମେଶ କୁମାରଙ୍କର । ଯାହାର ୧୧ ବର୍ଷର ଝିଅକୁ ନେସନାଲ ତାଇକ୍ଵାଣ୍ଡୋ ଚମ୍ପିୟନସିପରେ UP ତରଫରୁ ଖେଳିବାର ମଉକା ମିଳିଛି । ୨୭ ରୁ ୩୦ ଜାନୁୟାରୀ ପର୍ଯ୍ୟନ୍ତ ତେଲେଙ୍ଗାନାରେ ହେବାକୁ ଯାଉଥିବା ନେସନାଲ ସବଜୁନିୟର ତାଇକ୍ଵାଣ୍ଡୋ ଚାମ୍ପିୟନସିପରେ ପୂଜା ଭାଗ ନେବାକୁ ଯାଉଛନ୍ତି ଓ କାନପୁର କୁ ପ୍ରତିନିଧିତ୍ଵ କରିବେ । ପୂଜା ୨୨ କିଲୋ ଭାର ବର୍ଗର ପ୍ରତିସ୍ପର୍ଦ୍ଧାରେ ନିଜର ପ୍ରଦର୍ଶନ ଦେଖାଇବାକୁ ଯାଉଛନ୍ତି ।

କାନପୁରର ଚା’ ବାଲା ଝିଅକୁ ମିଳିଲା ନେସନାଲ ତାଇକ୍ଵାଣ୍ଡୋ ଖେଳିବାର ସୁଯୋଗ ।

କାନପୁରର ଶିବିଲ ଲାଇନ୍ସ ରେ ରହୁଥିବା ରମେଶ କୁମାର ନିଜ ସ୍ତ୍ରୀ ଫୁଲମତି ଦେବୀ, ବଡ ଝିଅ ପୁଷ୍ପଲତା, ଛୋଟ ଝିଅ ପୂଜା କୁମାରି ଓ ପୁଅ ଆକାଶଙ୍କ ସହିତ ପରମଟ ମନ୍ଦିର ବାହାରେ ଝୁମ୍ପୁଡି ଘର କରି ରୁହନ୍ତି । ସେହି ଝିମ୍ପୁଡିରେ ରମେଶଙ୍କର ଚା’ ଦୋକାନ ଅଛି ଓ ତାକୁ ପୁରା ପରିବାର ଚଳାଇ ଥାଏ । ପୂଜା ଏବେ ଶିବିଲ ଲାଇନ୍ସରେ ନର୍ସରୀ ପବ୍ଲିକ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି । ପୂଜା ନିଜର ପରିଶ୍ରମ ଓ ଉଦ୍ୟମ ବଳରେ ବହୁତ କମ ବୟସରେ ହିଁ ଜିଲ୍ଲା ସ୍ତରରୁ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ଯାଇପାରିଛନ୍ତି । ପୂଜା ଗରିବ ଅବସ୍ଥାରେ ଥାଇ ମଧ୍ୟ ନିଜ ସହର ପାଇଁ ବହୁତ ମେଡାଲ ଜିତିଛନ୍ତି ।

ପୂଜାଙ୍କର ଏହି ଚେଷ୍ଠା ପାଇଁ ତାଙ୍କର ପିତା ରମେଶ କୁମାର କୁହନ୍ତି, “ପରିବାରର ଆର୍ଥିକ ସ୍ଥିତି ଭଲ ନୁହେଁ କି ଆମେ ଝିଅକୁ ଭରପୁର ଡାଏଟ ଦେଇ ପାରିବୁ । ଏହା ପରେ ବି ଝିଅର ଉଦ୍ୟମ କମ ହେଲା ନାହିଁ ଓ ସେ ହାର ମାନିଲା ନାହିଁ । ପୂଜାଙ୍କର କୋଚ ସୁଶାନ୍ତ ଝିଅଙ୍କୁ ଫ୍ରୀ ରେ ଅଭ୍ୟାସ କରାଉଥିଲେ ଓ ଦରକାର ସମୟରେ ସବୁ ପ୍ରକାରର ସାହାର୍ଯ୍ୟ ମଧ୍ୟ କରୁଥିଲେ । ଏଥିପାଇଁ ମୋ ଝିଅକୁ ସହର ବାହାରେ ହେଉଥିବା ପ୍ରତିଯୋଗିତାରେ ଭାଗ ନେବାର ସାହସ ମିଳୁଥିଲା ।“

ପୂଜାଙ୍କର କୋଚ ସୁଶାନ୍ତ କହିଲେ କି ପୂଜାଙ୍କର ମାଟି ଘର ସତ କିନ୍ତୁ ତାଙ୍କ ବିଶ୍ଵାସ ଦୃଢ ଅଟେ । ଆରମ୍ଭରୁ ତାଙ୍କର ଖେଳ ପ୍ରତି ଆଗ୍ରହ ଦେଖି ସେ ତାକୁ ଗାଇଡ କରିବା ଆରମ୍ଭ କଲେ । ଯଦି ଏମିତି ପିଲାଙ୍କୁ କାହାର ସହଯୋଗ ମିଳିଯିବ ତେବେ ସେ ଦିନେ ଦେଶର ନାମ ଉଜ୍ଜ୍ଵଳ କରିବେ । ୨୦୧୫ ରେ ଗ୍ରୀନ ପାର୍କରେ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଡିସେମ୍ବର ୨୦୧୬ ରେ କାନପୁରରେ ହୋଇଥିବା ଜିଲ୍ଲା ପ୍ରତିଯୋଗୀତାରେ ସ୍ଵର୍ଣ୍ଣ ପଦକ ପାଇଥିଲେ । ମେ ୨୦୧୭ ରେ ଜୟପୁରରେ ହୋଇଥିବା ଭଗବାନ ମହାବୀର ଓପେନ ନେସନାଲ ପ୍ରତିଯୋଗୀତାରେ ରଜକ ପଦକ ଜିତିଥିଲେ । ଜୁଲାଇ ୨୦୧୭ ରେ ବରେଲୀ ରେ ହୋଇଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ପାଇଥିଲେ ।

ଏହିପରି ଝିଅମାନେ ହେଉଛନ୍ତି ଆମ ଦେଶର ଗର୍ବ । ଏମାନଙ୍କୁ ଆଗକୁ ବଢିବା ପାଇଁ ଆମର ସହଯୋଗ ଆବଶ୍ୟକ । ଆପଣମାନେ ଯଦି ଆମ କଥାରେ ସହମତ ତେବେ ଏହାକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆହୁରି ଏହି ଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।