ଖୁଲାସା ହେଲା ଘଟଣାଦିନର ବଡ ଖବର, ଠିକରେ ଚାଲି ପାରୁ ନଥିଲେ Babushan, ତାଙ୍କୁ ଧରି ଧରି ଏୟାରପୋର୍ଟ ନେଉଥିଲେ Prakruti… ଦେଖନ୍ତୁ video

ଓଡିଆ ଷ୍ଟାର ପରିବାରର ଘର କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଅଭିନେତା ଓ ବାବୁଶାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ହେବା ନେଇ ହଙ୍ଗାମା ମଚାଇଛନ୍ତି ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ । ତୃପ୍ତି ବାବୁଶାନ ଓ ପ୍ରକୃତିଙ୍କ ସହ ଝଗଡା କରିବା ସହ ମାଡ ବି ମାରିଥିବା ନେଇ ଅଭିଯୋଗ ହୋଇଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ବଡ ଖବର ।

ଯେଉଁଦିନ ରାଜରାସ୍ତାରେ ବାବୁଶାନ ଓ ପ୍ରକୂତିଙ୍କୁ ତୃପ୍ତି ମାଡ କରିଥିଲେ ସେଦିନ ଏହି ଘଟଣା ପରେ ବାବୁଶାନ ଓ ପ୍ରକୃତି ଉଭୟ ଚେନ୍ନାଇ ପଳାଇଛନ୍ତି । ସେ ବି ଗୋଟିଏ ଫ୍ଲାଇଟ । ବାବୁଶାନ ଓ ପ୍ରକୃତିଙ୍କୁ ଏକାଠି ଦେଖିଥିବା ଜଣେ ପ୍ରତ୍ଯକ୍ଷଦର୍ଶୀ ତାଙ୍କ ନାଁ ଗୋପନ ରଖି ସେମାନଙ୍କୁ ଏକାଠି ଦେଖିଥିବା ଜଣାଇଛନ୍ତି । ସକାଳ ୮ଟା ୫୫ରେ ଭୁବନେଶ୍ବରରୁ ଛାଡିଥିବା ଫ୍ଲାଇଟ ୧୦ଟା ୫୫ରେ ଚେନ୍ନାଇରେ ପହଞ୍ଚିଥିଲା । ସମସ୍ତଙ୍କ ଠାରୁ ଶେଷରେ ଆସି ପହଞ୍ଚିଥିଲେ ବାବୁଶାନ ଓ ପ୍ରକୃତି ମିଶ୍ର ।

ସବୁଠୁ ଶେଷରେ ବାବୁଶାନ ଓ ପ୍ରକୃତି ଏଣ୍ଟ୍ରି ମାରିଥିବା ବେଳେ ସବୁଠୁ ବଡ କଥା ହେଉଛି କୌଣସି କାରଣରୁ ବାବୁଶାନ ଚାଲି ପାରୁ ନଥିଲେ । ତେଣୁ ପ୍ରକୃତି ତାଙ୍କୁ ଧରି ଧରି ନେଉଥିଲେ । ସେମାନଙ୍କ ସହ ଆଉ ଜଣେ ମଧ୍ୟ ଥିଲେ ଓ ସେମାନେ ଫ୍ଲାଇଟର ଶେଷ ସିଟ୍ ରେ ବସି ଚେନ୍ନାଇ ଯାଇଥିଲେ ।

ଚେନ୍ନାଇରେ ପହଞ୍ଚିବା ପରେ କିଛି ଓଡିଆ ସେମାନଙ୍କ ସହ ସେଲଫି ନେବା ପାଇଁ ଚାହିଁଥିଲେ କିନ୍ତୁ ସେମାନେ ରାଜି ହୋଇ ନଥିଲେ । ସେତିକି ବେଳେ ତାଙ୍କର କେହି ଜଣେ ଭିଡିଓ ବନାଉଥିବା ବେଳେ ବାବୁଶାନ ତାଙ୍କୁ ବଡ ବଡ ଆଖି କରି ଅନାଉଥିଲେ । ଜଣେ ପ୍ରତ୍ଯକ୍ଷଦର୍ଶୀ ଏସବୁ ଘଟଣା ନିଜେ ଜଣାଇଛନ୍ତି । ସେଦିନ ଏତେ ବଡ କାଣ୍ଡ ଘଟିବା ପରେ ବି ବାବୁଶାନ ଓ ପ୍ରକୃତି ସାଙ୍ଗେ ସାଙ୍ଗେ ଏୟାରପୋର୍ଟ ଚାଲି ଯାଇଥିଲେ ।

କାରଣ ଘଟଣା ବେଳେ ବାବୁଶାନ ଯେଉଁ ପୋଷାକ ପିନ୍ଧିଥିଲେ ଚେନ୍ନାଇରେ ସେହି ପୋଷାକରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏତେ ସବୁ ପରେ ବି ସେମାନେ ଚେନ୍ନାଇ ଚାଲିଗଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।