“ସେ ମୋ ବେଷ୍ଟ ଫ୍ରେଣ୍ଡ ବୋଲି ମୁଁ କେବେ ଏକଥା ତାଙ୍କୁ କହିନି କିନ୍ତୁ ମୁଁ ତାଙ୍କୁ…” ଏହି କାର୍ଯ୍ୟକ୍ରମରେ Prakruti ଖୁଲାସା କରିଥିଲେ ଉଭୟଙ୍କ ସମ୍ପର୍କ

ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ବନ୍ଧକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଉଭୟଙ୍କର କିଛି ପୁରୁଣା ଭିଡିଓ ସବୁ ଭାଇରାଲ ହେଉଛି । ବାବୁଶାନ ଓ ପ୍ରକୃତି ନିକଟରେ ଏକାଠି ଫିଲ୍ମ “ପ୍ରେମମ୍” ରେ କାମ କରିଛନ୍ତି ଓ ଫିଲ୍ମଟି ସିନେମା ହଲ୍ ରେ ରିଲିଜ ମଧ୍ୟ ହୋଇସାରିଛି । ଫିଲ୍ମ ରିଲିଜ ପୂର୍ବରୁ ଉଭୟଙ୍କୁ ଏକାଠି ଫିଲ୍ମର ପ୍ରମୋଶନ ପାଇଁ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳିଥିଲା ।

ବାବୁଶାନ ଓ ପ୍ରକୃତି ତରଙ୍ଗ ମ୍ୟୁଜିକର ଚ୍ଯାନେଲର ଏକ କାର୍ଯ୍ୟକ୍ରମ “ଲାଇଟ କ୍ୟାମେରା ଆକ୍ସନ” ଶୋ ରେ ଯୋଗ ଦେଇଥିଲେ । ଶୋ’ଟି ଏକ ଗପସପ ଶୋ ଭଳି, ଯେଉଁଠି ହୋଷ୍ଟ ବାବୁଶାନ ଓ ପ୍ରକୃତିଙ୍କୁ ସେମାନଙ୍କ ବିଷୟରେ ଅନେକ କିଛି ପଚାରିବା ସହ ଫିଲ୍ମ ବିଷୟରେ ମଧ୍ୟ କଥା ହୋଇଥିଲେ । ତେବେ ବାବୁଶାନ ଓ ପ୍ରକୃତି ମିଶ୍ର ପ୍ରଥମ ଥର ପାଇଁ ପ୍ରେମମ୍ ଫିଲ୍ମରେ ଏକାଠି କାମ କରିଥିଲେ ।

ଏହା ପୂର୍ବରୁ ପ୍ରକୃତି ମିଶ୍ର “ଥୁକୁଲ” ଫିଲ୍ମରେ ମଧ୍ୟ କାମ କରିଥିଲେ, କିନ୍ତୁ ମୁଖ୍ୟ ନାୟିକା ଭାବେ ଏହା ତାଙ୍କର ବାବୁଶାନଙ୍କ ସହ ପ୍ରଥମ ଫିଲ୍ମ ଥିଲା । ଉଭୟ ଉଭୟଙ୍କୁ ବେଷ୍ଟ ଫ୍ରେଣ୍ଡ ଭଳି ମାନନ୍ତି ବୋଲି ଏହି ଶୋ’ରେ ପ୍ରକାଶ କରିଥିଲେ । ହୋଷ୍ଟ ପ୍ରକୃତିଙ୍କୁ ବାବୁଶାନଙ୍କ ବିଷୟରେ ଓ ବାବୁଶାନଙ୍କୁ ପ୍ରକୃତିଙ୍କୁ ବିଷୟରେ ଅନେକ କିଛି ପଚାରିଥିଲେ ତଥା ଏକ ରାପିଡ୍ ଫାୟାର ରାଉଣ୍ଡ ଉଭୟଙ୍କ ସହ ଖେଳିଥିଲେ ।

ଦୁହେଁ ପରସ୍ପର ବିଷୟରେ ଯେତେ ଭଲ ଉତ୍ତର ଦେଇଥିଲେ ଏଥିରୁ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଯେ କେତେ ଘନିଷ୍ଠ ତାହା ଆପଣ ତାହା ଭଲ ଭାବେ ଅନୁମାନ କରିପାରିବେ । ବାବୁଶାନଙ୍କ ପ୍ରିୟ ଖାଦ୍ଯ ଫଳମୂଳ ହୋଇଥିବା ବେଳେ ପ୍ରକୃତି ପଖାଳ ଓ ମାଛ ଖାଇବାକୁ ବେଶ ଭଲ ପାଆନ୍ତି । ପ୍ରେମମ୍ ର ଶୁଟିଙ୍ଗ ଚାଲିଥିବା ବେଳେ ଶୁଟିଙ୍ଗ ସେଟ୍ ରେ ପ୍ରକୃତି ପ୍ରାୟତଃ ସବୁବେଳେ ମାଛ ଅର୍ଡର କରନ୍ତି ବୋଲି ମଧ୍ୟ କହିଥିଲେ ।

ସେହିଭଳି ପ୍ରକୃତିଙ୍କ ପ୍ରିୟ ଡେଷ୍ଟିନେସନ ମାଳଦୀପ ବୋଲି ବାବୁଶାନ କହିଥିଲେ ଓ ପ୍ରକୃତି ମଧ୍ୟ ହଁ ଭରିଥିଲେ । ତେବେ ପ୍ରକୃତି ବାବୁଶାନଙ୍କ ସହ କାମ କରି ତାଙ୍କ ଠାରୁ ଅନେକ କିଛି ଶିଖିଥିବା କହିବା ସହ ସହ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ତାଙ୍କ ଫିଲ୍ମ ବହୁତ ଭଲ ଭାବେ ତିଆରି ହୋଇଛି ଓ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି ତେଣୁ ଫିଲ୍ମ ଦେଖିବା ପାଇଁ ସେ ଦର୍ଶକଙ୍କୁ ଅନୁରୋଧ କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।