“Babushan ବିଲକୁଲ ଚାଲିବା ଅବସ୍ଥାରେ ନଥିଲେ ସେ ନିଶାରେ…” ଘଟଣା ଦିନର ସଂପୂର୍ଣ୍ଣ କାହାଣୀ ବଖାଣିଲେ ପ୍ରତ୍ଯକ୍ଷଦର୍ଶୀ, ଦେଖନ୍ତୁ Video

ରାଜଧାନୀ ରାଜରାସ୍ତାରେ ବାବୁଶାନଙ୍କ ପରକୀୟାପ୍ରୀତିକୁ ତାଙ୍କ ପତ୍ନୀ ତୃପ୍ତି ପଦାରେ ପକାଇବା ପରେ ଏନେଇ ଏବେବି ସବୁଆଡେ ଚର୍ଚ୍ଚା ଜୋର ଧରିଛି । ଏନେଇ ଜଣେ ପ୍ରତ୍ଯକ୍ଷଦର୍ଶୀ ଯାହାସବୁ ଦେଖିଥିଲେ ତାହା ଗଣମାଧ୍ୟମ ଆଗରେ ବଖାଣିଛନ୍ତି । ବ୍ୟକ୍ତିଜଣକ ସକାଳୁ ତାଙ୍କ ପୁଅକୁ ସ୍କୁଲ ଛାଡିବାକୁ ଯାଉଥିଲେ । ସେହି ସମୟରେ ରାସ୍ତାରେ ଭିଡ ଜମିବା ସହ କେହି ଜଣେ ମହିଳା ବାବୁଶାନ ଓ ପ୍ରକୃତି ମିଶ୍ରଙ୍କୁ ଗାଡି ଭିତରୁ ଟଣାଓଟରା କରୁଥିଲେ ।

ସେହି ସମୟରେ ସେ ଯେତେବେଳେ ଅଟକି ଦେଖିଥିଲେ ବାବୁଶାନ ଗାଡିରୁ ଓହ୍ଲାଇବା ଭଳି ଅବସ୍ଥାରେ ନଥିଲେ । ତାଙ୍କ ଦେହ ଭଲ ନଥିଲା କି ସେ ନିଶାଶକ୍ତ ଅବସ୍ଥାରେ ଥିବା ଭଳି ଲାଗୁଥିଲେ । କିଛି ସମୟ ଠିଆ ହେବା ପରେ ସେ ଦେଖିଥିଲେ କି, ପ୍ରକୃତି ମିଶ୍ର ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରୁଛନ୍ତି । ପଛକୁ ଦେଖିଲା ବେଳକୁ ପ୍ରକୃତି ମିଶ୍ର ଏକ ଅଟୋରେ ପଳାଇବାକୁ ଚେଷ୍ଟା କରିବା ବେଳେ ମହିଳାଜଣକ ତାଙ୍କୁ ପୁଣି ଥରେ ଧକ୍କା ମାରିଥିଲେ ।

ସେତେବେଳେ ସେ ଜାଣି ନଥିଲେ କି ସେମାନଙ୍କ ଭିତରେ କଣ ହୋଇଛି । କିନ୍ତୁ ରୋଡ ଉପରେ ଏମିତି ସବୁ ଡ୍ରାମା ଚାଲିଥିବା ସେ ଦେଖିଥିବା କହିଛନ୍ତି । ବାବୁଶାନଙ୍କ ସ୍ତ୍ରୀଙ୍କୁ ତ ସେ ଆଗରୁ ଜାଣି ନଥିଲେ, ତେଣୁ ସେ ସେଟାକୁ କେମିତି ଆସିଲେ କି ପୂର୍ବରୁ ବାବୁଶାନ ଓ ପ୍ରକୃତିଙ୍କୁ ଧରିବା ପାଇଁ ଜଗି ରହିଥିଲେ ସେକଥା ସେ ଜାଣିନାହାନ୍ତି । ଏନେଇ ତାଙ୍କୁ କେହି ଖବର ଦେଇ ଥାଇପାରେ ବୋଲି କହିଛନ୍ତି ପ୍ରତ୍ଯକ୍ଷଦର୍ଶୀ । ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ସହ ପ୍ରାୟ ୧୦-୧୨ ଜଣ ଲୋକ ଆସିଥିବା କଥା ମଧ୍ୟ ସେ କହିଛନ୍ତି ।

ଘଟଣାସ୍ଥଳରୁ ପ୍ରଥମେ ପ୍ରକୃତି ମିଶ୍ର ପଳାଇବା ପାଇଁ ଚେଷ୍ଟା କରିଥିଲେ । ସେଥିପାଇଁ ସେ ଅଟୋ ପାଖକୁ ଦୌଡି ଯାଇଥିଲେ । କିନ୍ତୁ ବାବୁଶାନ ବିଲକୁଲ ମଧ୍ୟ ଚାଲିବା ଅବସ୍ଥାରେ ନଥିଲେ । କୌଣସି ଘରୋଇ ସମସ୍ଯା ପାଇଁ କିମ୍ବା ବାବୁଶାନ ଓ ପ୍ରକୃତିଙ୍କୁ ତୃପ୍ତି ସେମିତି କିଛି ଅବସ୍ଥାରେ ଦେଖିଥିବେ ଯେଉଁଥି ପାଇଁ ସେ ଏତେ ରାଗିଯାଇ ରୋଡରେ ହଙ୍ଗାମା ସୃଷ୍ଟି କରିଥିଲେ । ତୃପ୍ତି ବାବୁଶାନଙ୍କୁ ଗାଡିରୁ ଓହ୍ଲାଇବା ପାଇଁ କହିଥିଲେ ଏବଂ ଅନ୍ୟକିଛି ଗାଳି ଦେଇ ନଥିଲେ ।

ହେଲେ ପ୍ରକୃତିଙ୍କୁ ବାରମ୍ବାର କହୁଥିଲେ କି ଇଏ ମୋ ଘର ଧ୍ଵଂସ କରିଦେଲା । ଶେଷରେ ସେ କହିଛନ୍ତି ନାମୀଦାମୀ କଳାକାର ମାନଙ୍କୁ ପବ୍ଲିକ ରୋଲ୍ ମଡେଲ ଭାବେ ଦେଖିଥାଏ । କିନ୍ତୁ ରାସ୍ତା ଉପରେ ସେମାନଙ୍କର ଏଭଳି କାର୍ଯ୍ୟକଳାପ ସମାଜ ଉପରେ ଖରାପ ପ୍ରଭାବ ପକାଇବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।