Prakruti ବୁକ୍ କରିଥିବା ଗେଷ୍ଟ ହାଉସକୁ ନେଇ ବଡ ଖୁଲାସା କଲେ ସ୍ଥାନୀୟ ଯୁବକ, ସେ ଯାହା କହିଲେ ନା ଶୁଣିଲେ ଆପଣ କାବା ହୋଇଯିବେ, ଦେଖନ୍ତୁ video

ଓଲିଉଡ ଅଭିନେତା ବାବୁଶାନ ମହାନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବାବୁଶାନଙ୍କ ପତ୍ନୀ ରାସ୍ତାରେ ମାଡ ମାରିବା ପରେ ଷ୍ଟାର ପରିବାରର କଳି ଏବେ ସବୁଆଡେ ଚର୍ଚ୍ଚାରେ ରହିଛି । ବାବୁଶାନ ପ ପ୍ରକୃତି ଉଭୟ ଏକାଠି ରହୁଥିବା ଓ ତାଙ୍କ ଭିତରେ ଅନୈତିକ ପ୍ରେମ ସମ୍ପର୍କ ଥିବା ନେଇ ଅଭିଯୋଗ ଆଣିଛନ୍ତି ବାବୁଶାନଙ୍କ ପତ୍ନୀ ଓ ପରିବାର । ଘଟଣାଦିନ ରାତି ସାଢେ ତିନିଟାରୁ ତୃପ୍ତି ସେମାନଙ୍କୁ ଜଗିଥିଲେ ଓ ଏବଂ ସୁଯୋଗ ଦେଖି ସେମାନଙ୍କୁ ଏକାଠି ଧରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି ।

ତେବେ ସେମାନଙ୍କୁ ଯେଉଁ ସ୍ଥାନରେ ବାବୁଶାନଙ୍କ ପତ୍ନୀ ତୃପ୍ତି ଧରିଥିଲେ ସେହି ସ୍ଥାନରେ ଏକ ଗେଷ୍ଟ ହାଉସ ଥିଲା । ଉକ୍ତ ଗେଷ୍ଟ ହାଉସକୁ ପ୍ରକୃତି କିଛି ଜିନିଷ ନେବାକୁ ଆସିଥିଲେ ବୋଲି କହିଥିଲେ ସେହି ଗେଷ୍ଟ ହାଉସର ମାଲିକ । ତାଙ୍କ କହିବା ଅନୁଯାୟୀ ପ୍ରକୃତି ଗତ ଜୁନ ୩୦ ଏବଂ ଜୁଲାଇ ୧ ଓ ୨ ତାରିଖ ପାଇଁ ସେହି ଗେଷ୍ଟ ହାଉସରେ ରୁମ୍ ବୁକ୍ କରିଥିଲେ । ସେ ଗେଷ୍ଟ ହାଉସରୁ ଚେକ୍ ଆଉଟ କରିବା ବେଳେ ସେଠାରେ କିଛି ଜିନିଷପତ୍ର ଛାଡି ଯାଇଥିଲେ ।

ଯାହାକି ସେ ଚେନ୍ନାଇ ଯିବା ଆଗରୁ ଘଟଣା ଦିନ ନେବାକୁ ଆସିଥିଲେ ଓ ବାବୁଶାନ ତାଙ୍କୁ କାର୍ ରେ ଅପେକ୍ଷା କରିଥିଲେ । ପ୍ରକୃତି ଗେଷ୍ଟ ହାଉସରୁ ଜିନିଷପତ୍ର ନେଇ ଆସି କାର୍ ରେ ବସିବା ବେଳେ ସେମାନଙ୍କୁ ଧରିଥିଲେ ତୃପ୍ତି । ଯାହାପରେ ଯେଉଁ ଘଟଣା ଘଟିଥିଲା ତାହା ଏବେ ସାରା ଓଡିଶାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

କିନ୍ତୁ ଏବେ ଏହି ଘଟଣାରେ ଆଉ ଏକ ଟ୍ଵିଷ୍ଟ ଆସିଛି । କାରଣ ସ୍ଥାନୀୟ କ୍ଲବର କିଛି ପିଲା ଗେଷ୍ଟ ହାଉସକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ତାଙ୍କ କହିବ ଅନୁଯାୟୀ ସେଇଟା କୌଣସି ଗେଷ୍ଟ ହାଉସ ନୁହେଁ ବରଂ ଏକ ଲେଡିଜ ହଷ୍ଟେଲ । ସେହି ସ୍ଥାନରେ ଯେତେ ବି ବିଲଡିଙ୍ଗ ରହିଛି ପ୍ରାୟତଃ ସବୁ ହଷ୍ଟେଲ ।

ସେମାନେ ଚାନ୍ଦା ଆଦାୟ କରିବାକୁ ଯିବା ବେଳେ ଦେଖିଛନ୍ତି ସେଇଟା ଏକ ଲେଡିଜ ହଷ୍ଟେଲ । ହଷ୍ଟେଲ ବୋଲି ସେଠାରେ ଏବେବି ପୋଷ୍ଟର ଲଗାହୋଇଛି ବୋଲି ସେ କହିଛନ୍ତି । ତେବେ ଏନେଇ ପୋଲିସ ତଦନ୍ତ କରିବା ଆରମ୍ଭ କରିଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।