ବଦଳିଲା ATM ସହ ଜଡିତ ଏହି ବଡ ନିୟମ, ଜାଣନ୍ତୁ ଏହା ଆପଣଙ୍କ ଉପରେ କଣ ପକାଇବ ପ୍ରଭାବ

ATM ରୁ ଟଙ୍କା ବାହାର କରିବାର ନିୟମ କାଲି ୧ ଜୁଲାଇ ଠାରୁ ବଦଳିବାକୁ ଯାଉଛି । ବର୍ତ୍ତମାନ ୧ ଜୁଲାଇ ଠାରୁ ATMରୁ ଅଧିକ ଥର ଟଙ୍କା ଉଠାଇଲେ ଆପଣଙ୍କ ଖାତାରୁ ଟଙ୍କା କଟାଯାଇ ପାରେ କିମ୍ବା ଆପଣଙ୍କୁ ଏକ୍ସଟ୍ରା ଚାର୍ଜେସ ଦେବାକୁ ପଡିବ । କରୋନା ସଙ୍କଟ ଏବଂ ଏହା କାରଣରୁ ଲାଗୁ କରାଯାଇ ଥିବା ଲକଡାଉନର ତତ୍କାଳ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ATMରୁ ଅଧିକ ଟଙ୍କା ଉଠାଇବା ଉପରେ ଲାଗୁଥିବା ଚାର୍ଜେସକୁ ତିନି ମାସ ପାଇଁ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ ।

ଅର୍ଥ ମନ୍ତ୍ରାଳୟ ଏହି ନିଷ୍ପତ୍ତି ଏଥିପାଇଁ ନେଇଥିଲେ କି ଟଙ୍କା ଉଠାଇବା ପାଇଁ କମ ଲୋକ ବ୍ୟାଙ୍କ ଶାଖାକୁ ଯିବେ । ବର୍ତ୍ତମାନ ଏହି ଘୋଷଣାର ଡେଟଲାଇନ ଆଜି ଶେଷ ହୋଇ ଯାଉଛି । ଏହା କେବଳ ଏପ୍ରିଲ, ମେ ଏବଂ ଜୁନ ମାସ ପର୍ଯ୍ୟନ୍ତ ଜାରି କରାଯାଇ ଥିଲା । ଏହି ବୃଦ୍ଧିକୁ ନେଇ ଅର୍ଥ ମନ୍ତ୍ରାଳୟ କିମ୍ବା ବ୍ୟାଙ୍କ ଗୁଡିକ ଦ୍ଵାରା କୌଣସି ସୂଚନା ଦିଆଯାଇ ନାହିଁ । ବର୍ତ୍ତମାନ ଆପଣଙ୍କୁ ଏହି ସୁବିଧା କାଲି ଠାରୁ ମିଳିବ ନାହିଁ । ଆଜି ଏହାର ରିହାତିର ଶେଷ ଦିନ ଅଟେ ।

ନିର୍ମଳା ସୀତାରମଣଙ୍କ ଦ୍ଵାରା ୨୪ ମାର୍ଚରେ କରାଯାଇ ଥିବା ଏହି ଘୋଷଣା ପରେ ATM ଧାରକ ମାନେ ମଧ୍ୟ ବ୍ୟାଙ୍କର ATMରୁ ୩୦ ଜୁନ ପର୍ଯ୍ୟନ୍ତ ଯେତେ ଥର ଚାହିଁବେ ଟଙ୍କା ଉଠାଇ ପାରିବେ । ଏଥି ପାଇଁ ସେମାନଙ୍କୁ କୌଣସି ଅତିରିକ୍ତ ଟ୍ରାଞ୍ଜାକ୍ସନ ଚାର୍ଜ ଦେବାକୁ ପଡିବ ନାହିଁ । ଅର୍ଥ ମନ୍ତ୍ରାଳୟ କେବଳ ଏପ୍ରିଲ, ମେ ଏବଂ ଜୁନ ମାସ ପାଇଁ ଏହି ରିହାତି ପ୍ରଦାନ କରିଥିଲେ । ଏହି ରିହାତି କାଲି ଠାରୁ ଶେଷ ହୋଇଯିବ ବା ୩୦ ଜୁନ ପରେ ଆପଣ ମାନଙ୍କୁ ଏହି ରିହାତି ଆଉ ମିଳିବ ନାହିଁ ।

ସାଧାରଣ ଭାବରେ କୌଣସି ବି ବ୍ୟାଙ୍କ ଦ୍ଵାରା ଏକ ମାସରେ ଅଧିକରେ ପାଞ୍ଚ ଥର ମାଗଣାରେ କାରବାରର ସୁବିଧା ଦିଆଯାଇ ଥାଏ । ଯଦି ଅନ୍ୟ ବ୍ୟାଙ୍କ ATMରୁ ଟଙ୍କା ଉଠାଯିବ ତାହେଲେ ଏହା କେବଳ ତିନି ଥର ହିଁ କରାଯାଇ ପାରିବ । ଏହି ସୀମା ଠାରୁ ଯଦି କେହି ଗ୍ରାହକ ATMରୁ ଅଧିକ ଥର ଟଙ୍କା ଉଠାଇ ଥାଏ ତାହେଲେ ସେମାନଙ୍କ ଠାରୁ ୮-୨୦ ଟଙ୍କାର ଅତିରିକ୍ତ ଚାର୍ଜ ଆଦାୟ କରାଯାଇ ଥାଏଆ ।