ଆଖିତଳ କଳା ପଡିବା ସମସ୍ୟା ମାତ୍ର ୩ ଦିନରେ ହୋଇଯିବ ଗାୟବ, ଚମତ୍କାରୀ ଘରୋଇ ଉପଚାର

ଆଜି କାଲିର ଏହି ଭାଗଦୌଡ ଜୀବନରେ ଲୋକମାନେ ନିଜ ଶରୀର ର ଯତ୍ନ ନେବାରେ ଅବହେଳା କରିଦେଉଛନ୍ତି । ଏଣୁ ଶରୀରରେ ନାନା ସମସ୍ୟା ଦେଖାଯାଉଛି । ଖାସ କରି ଯୁବପିଢି ରେ ଏହି ସବୁ ସମସ୍ୟା ଖୁବ ଶୀଘ୍ର ଦେଖା ଯାଉଛି । ଯେପରି ବ୍ରଣ, ଦାଗ, ଆଖିତଳ କଳା ପଡିବା ଇତ୍ୟାଦି । ଏଥି ମଧ୍ୟରୁ ଆଜି ଆମେ ଆପଣ ମାନଙ୍କୁ ଆଖିତଳ କଳା ପଡ଼ିବା ସମସ୍ୟା ର ସମାଧାନ ବିଷୟରେ କହିବାକୁ ଯାଉଛୁ ।

ଆଖି ତଳ କଳା ପଡୁଥିଲେ, ଏହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ । ଏହି ସମସ୍ୟା ଅନେକ କାରଣରୁ ହୋଇପାରେ,ଯେପରିକି ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ, ଭଲରେ ନିଦ ନଆସିବା ଓ ମାନସିକ ବିଷାଦ କିମ୍ବା ବହୁତ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସିିବା।ଏହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇବା ସହ ଆପଣ କଳାଦାଗ ଯୋଗୁଁ ସବୁବେଳେ ଥକା ଥକା ନଜର ଆସିବେ । ଆସନ୍ତୁ ଜାଣିବା ଏହି କଳାଦାଗ ଦୂର କରିବର ପାଇଁ କିଛି ଘରୋଇ ଉପାୟ ।

ମହୁ

ମହୁର ଏହି ଉପକାରୀତା ବିଷୟରେ ଖୁବ କମ ଲୋକ ଜାଣିଛନ୍ତି। ମହୁ କେବେ ମଧ୍ୟ ନଷ୍ଟ ହୁଏ ନାହିଁ। ଆଖିତଳ କଳା ପଡୁଥିଲେ ଆପଣ ମହୁକୁ ବ୍ୟବହାର କରି ପାରିବେ ମହୁ କୁ ଏକ ଚାମଚ ରେ ନିଅନ୍ତୁ ଏବଂ ଏହାକୁ ଗରମ କରନ୍ତୁ, ଅଧଚାମଚ ଉଷୁମ ମହୁ ରେ ଲେମ୍ବୁ ଟିକେ ଚୁପୁଡ଼ି ଏହାକୁ ଆଖି ତଳେ ଲଗାନ୍ତୁ ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଆଖିତଳ କଳା ପଡିବା ସମସ୍ୟା ଦୂର ହୋଇଯିବ।

କାକୁଡ଼ି

କାକୁଡି ରସ କଳାଦାଗ ପାଇଁ ବହୁତ ଉପକାରୀ । କାକୁଡିକୁ ଛୋଟ ସ୍ଲାଇସ କାଟି ଆଖି ଉପରେ ରଖନ୍ତୁ । ୧୫ ମିନିଟ ପରେ ଧୋଇଦିଅନ୍ତୁ । ଏପରି ନିୟମିତ କରିବା ଦ୍ୱାରା ଆପଣ କାକୁଡିର ଉପକାରିତା ଅନୁଭବ କରିପାରିବେ ।

ଆଳୁ

ରାତିରେ ଶୋଇବା ପୂର୍ବରୁ ଚେହେରାକୁ ଭଲରେ ସଫା କରନ୍ତୁ । ଏହା ପରେ ଆଳକୁୁୁ ପତଳା କରି କାଟି ଏକ ସ୍ଲାଇସ ଆଖିରେ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହା ପରେ ଚେହେରାକୁ ଧୋଇ ଦିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଆସ୍ତେ ଆସ୍ତେ ଆଖି ତଳ କଳାଦାଗ ଦୂରେଇ ଯିବ ।

ଟମାଟୋ

ଟମାଟୋ ରସରେ କିଛି ବୁନ୍ଦା ଲେମ୍ବୁରସ, ଏକ ଚୁଟକିି ବେସନ ଓ ହଳଦୀ ମିଶାଇ ନିଅନ୍ତୁ । ଏହି ମିଶ୍ରଣକୁ ଆଖିର ଚାରି ପାଖରେ ଲଗାଇ ନିଅନ୍ତୁ । ଏହି ମିଶ୍ରଣକୁ ସପ୍ତାହରେ ଅତି କମରେ ୩ ଥର ଲଗାନ୍ତୁ । ଏପରି କରିବା ଦ୍ୱାରା କଳାଦାଗ ବା ଡାର୍କସର୍କଲ ଧୀରେ ଧୀରେ କମ ହୋଇଯିବ ।

ଗାଜର ରସ

ଗାଜର ରସ ମଧ୍ୟ ଆମ ସ୍କିନ ପାଇଁ ବହୁତ ଉପକାରୀ । ଏହି ଗାଜର ରସକୁ ଆପଣ ଆଖି ଉପରେ ପ୍ରଲେପ ଦେଇ 20 ମିନିଟ ସୋଇ ଯାଆନ୍ତୁ ଦେଖିବେ ଖୁବ ଶୀଘ୍ର ଆପଣଙ୍କ ଆଖି ତଳ କଳାପଡିବା, ଝୁରି ପଡିବା ଭଳି ସମସ୍ୟା ଦୂର ହୋଇଯିବ ।

ଗୋଲାପ ଜଳ

ବନ୍ଦ ଆଖିରେ ଗୋଲାପ ଜଳରେ ଭିଜା ତୁଳାକୁ ଆଖିରେ ରଖନ୍ତୁ । ଏପରି ୧୦ ମିନିଟ ହିଁ ରଖନ୍ତୁ । ଏପରି କରିବା ଦ୍ୱାରା ଆଖିର ଚାରିପାଖ ତ୍ୱଚା ଆସ୍ତେ ଆସ୍ତେ ଚମକି ଉଠେ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ଗୋଲାପ ତେଲ ଲଗାଇ ନିଶ୍ଚୟ ଶୁଅନ୍ତୁ ।

ବାଦାମ ତେଲ

କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ ତେଲ ବହୁତ ଲାଭଦାୟକ । ବାଦାମ ତେଲକୁୁ ଆଖିର ଚାରିପାଖେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ ।