ଥଣ୍ଡା, କାଶ, ଜ୍ଵର, ମୁଣ୍ଡ ବିନ୍ଧା ହେଉଛି କି, ସାବଧାନ ! କେମିତି ଜାଣିବେ ଏହା ସାଧାରଣ ନା କରୋନା

ଏବେ ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ହେଉଛି ଓ ମୃ-ତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଏହି ମହାମାରୀରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଆମକୁ ହୋଇଥିବା ଜ୍ଵର ଓ ଲକ୍ଷଣ କରୋନା କି ନୁହେଁ ?

ଏପରି କ୍ଷେତ୍ରରେ ଲୋକ ଚିକିତ୍ସା କରିବାକୁ ଡେରି କରି ଦେଉଛନ୍ତି ଓ ଶରୀରରେ ସଂକ୍ରମଣ ବଢ଼ି ଯାଉଛି । ତେବେ କିପରି ଜାଣିବେ ଆପଣଙ୍କ ଠାରେ ଦେଖା ଯାଉଥିବା ଲକ୍ଷଣ କରୋନା କି ନୁହେଁ? ସମୟ ଅନୁସାରେ ଭାଇରସ ନିଜକୁ ପରିବର୍ତ୍ତନ କରେ । ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହେଉଥିବା ଅବସ୍ଥାରେ ଭାଇରସର ଗୁଣରେ ପରିବର୍ତ୍ତନ ହୋଇଥାଏ । ଗୋଟେ ବର୍ଷ ତଳେ ଆସିଥିବା କରୋନା ଭାଇରସ ଏବେ ଖୁବ୍ ପରିବର୍ତ୍ତିତ ହୋଇ ଯାଇଛି ।

ଯାହା ଫଳରେ ଏହା ଘାତକ ସାଜିଛି ଓ ଏହାର ଲକ୍ଷଣରେ ମଧ୍ୟ କେତେକ ପରିବର୍ତ୍ତନ ହୋଇଛି । ଏବେ ଭାରତରେ ଯେଉଁ ଡବଲ୍ ମ୍ଯୁଟାଣ୍ଟ କରୋନା ଭାଇରସ୍ ଚାଲିଛି ତାହା ପ୍ରଥମ ଭାଇରସ ଠାରୁ ଅଧିକ ଘାତକ ଓ ଟ୍ରିପଲ୍ ମ୍ଯୁଟାଣ୍ଟ କରୋନା ଭାଇରସ୍ ମଧ୍ୟ ଏହା ଠୁ ଆହୁରି ଅଧିକ ଘାତକ ହେବ ବୋଲି କୁହା ଯାଉଛି । ଏପରି ସ୍ଥିତିରେ ଆପଣଙ୍କୁ ହୋଇଥିବା ଜ୍ଵର କରୋନା କି ନୁହେଁ ଏହା ପ୍ରଥମରୁ ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ ।

କରୋନାର ଦୁଇ ପ୍ରକାର ଟେଷ୍ଟ ହେଉଛି । ଗୋଟିଏ RT-PCR ଟେଷ୍ଟ ଓ ଅନ୍ୟଟି ରାପିଡ୍ ଟେଷ୍ଟ । ଅନେକ କ୍ଷେତ୍ରରେ ଲକ୍ଷଣ ଥାଇ ମଧ୍ୟ ରାପିଡ୍ ଟେଷ୍ଟରେ ଫଳ ନେଗେଟିଭ ଆସୁଛି । ଯଦି ନେଗେଟିଭ ଆସୁଛି ଓ ଆପଣଙ୍କ ଠାରେ କିଛି ବି ଲକ୍ଷଣ ଦେଖାଯାଉଛି ତେବେ ଆପଣ RT-PCR ଟେଷ୍ଟ ନିହାତି କରିବା ଆବଶ୍ୟକ । ଘରେ ନିଜେ କୌଣସି ପ୍ରକାର ଚିକିତ୍ସା କରିବାକୁ ଚେଷ୍ଟା ନକରି କିମ୍ବା କୌଣସି ଘରୋଇ ଡାକ୍ତରଙ୍କ ପାଖେ ଅନ୍ୟ ବିଷୟ ଗୁଡ଼ିକର ଚିକିତ୍ସା ନ କରି ଆପଣ ସିଧାସଳଖ କରୋନା ଟେଷ୍ଟ ହିଁ କରନ୍ତୁ ।

ଯାହା ଫଳରେ ସମୟ ଥାଉ ଥାଉ ଆପଣ ଏହି ରୋଗର ଚିକିତ୍ସା କରାଇ ପାରିବେ । ସାଧାରଣ ଜ୍ବରରେ ଆମ ଶରୀର ସେତେ ଅସହଜ ଲାଗେ ନାହିଁ, ଯେତେ କରୋନା ଭାଇରସ ଜ୍ବରରେ ଲାଗେ । ଜ୍ଵର ହେବାର ଏକ ସପ୍ତାହ ପୂର୍ବରୁ ଆପଣଙ୍କୁ ଦୁର୍ବଳ ଅନୁଭବ ହେବା ଆରମ୍ଭ ହୋଇଯାଏ । ଆପଣଙ୍କୁ ଯଦି ଜ୍ଵର ହେଉଛି ତେବେ ମନେ ପକାଇବାକୁ ଚେଷ୍ଟା କରନ୍ତୁ କି ଆପଣଙ୍କୁ ଏକ ସପ୍ତାହ ପୂର୍ବରୁ ଦୁର୍ବଳତା ଅନୁଭବ ହେଉ ଥିଲା କି ନାହିଁ ।

କରୋନା ଭାଇରସ ଦ୍ଵାରା ହୋଇଥିବା ଜ୍ବରରେ ମଧ୍ୟ ଆପଣ ଔଷଧ ଖାଇଲେ ସାଙ୍ଗେ ସାଙ୍ଗେ ଜ୍ଵର ଉତୁରି ଯିବ ଓ ୬ଘଣ୍ଟା ପରେ ଆଉ ଥରେ ଜ୍ଵର ହେବ, ଏପରି ଚାଲିଥିବ । ଯଦି ଆପଣଙ୍କୁ ଔଷଧ ନେବା ପରେ ମଧ୍ୟ ପ୍ରତ୍ୟେକ ୬ଘଣ୍ଟାରେ ଜ୍ଵର ହେଉଛି ତେବେ ଏହା ମଧ୍ୟ କରୋନା ଭାଇରସ ହୋଇପାରେ । ଡବଲ୍ ମ୍ଯୁଟାଣ୍ଟ କରୋନା ଭାଇରସ୍ ର ଲକ୍ଷଣରେ ପୂର୍ବ ଠାରୁ ଅନେକ ପରିବର୍ତ୍ତନ ହୋଇଛି ।

ସେଥିପାଇଁ ଆପଣ ଟିକିନିଖି ଲକ୍ଷଣ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ପେଟ କାଟିବା, ଆଖି ଲାଲ୍ ବା ଗୋଲାପି ହେବା, କାନରେ ରିଙ୍ଗିଂ ଶବ୍ଦ ଶୁଭିଲା ବା କମ୍ ଶୁଭିବା, ଜିଭରେ ଧଳା ପ୍ୟାଚ୍ ହେବା ଆଦି ନୂଆ ନୂଆ ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ