କରୋନା ଭଲ ହେବା ପରେ ଭ୍ୟାକ୍ସିନ କେବେ ଲଗାଇବା ଉଚିତ, ନିଶ୍ଚୟ ଜାଣି ରଖନ୍ତୁ- Dr. B. K. Mishra

ଆମ ଦେଶରେ କରୋନା ଯେପରି ତୀବ୍ର ଗତିରେ ବ୍ୟାପି ଚାଲିଛି, ଏପରି ପରିସ୍ଥିତିରେ ଆପଣ ଯେତେ ଶୀଘ୍ର ଟୀକା ନେବେ ଆପଣଙ୍କ ପାଇଁ ସେତେ ଭଲ ହେବ । କାରଣ ଟୀକା ନେବା ପରେ ମଧ୍ୟ ଯଦି

ଆପଣଙ୍କୁ ପୁନଃ ସଂକ୍ରମଣ ହେଉଛି ତେବେ ଏହା ଆପଣଙ୍କ ପାଇଁ ସେତେ ଘାତକ ହେବ ନାହିଁ ବୋଲି କୁହା ଯାଉଛି । ଟୀକା ନେବା ଦ୍ଵାରା ଏହି ଭାଇରସ ବିରୁଦ୍ଧରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ବର୍ତ୍ତମାନ ପ୍ରଶ୍ନ ହେଉଛି ଯଦି ଆପଣ ସଂକ୍ରମଣରୁ ସୁସ୍ଥ ହୋଇ ସାରିଛନ୍ତି ତେବେ ଆପଣଙ୍କୁ ଟୀକା ନେବା ଉଚିତ୍ କି ନାହିଁ? ଯଦି ଟୀକା ନେବା ଉଚିତ୍, ତେବେ କେବେ ଆପଣ ଟୀକା ନେଇ ପାରିବେ?

ବର୍ତ୍ତମାନ ଭାରତରେ ଯେଉଁ ଟୀକା ଦିଆ ଯାଉଛି ତାହା ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ୮୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ବୋଲି ବିଜ୍ଞାନ କହୁଛି । ଏହି ଟୀକା ନେବା ପରେ ଯଦି ଆପଣ ଆଉ ଥରେ ସଂକ୍ରମିତ ହେଉଛନ୍ତି ତେବେ ଏହା ଆପଣଙ୍କ ଲକ୍ଷଣକୁ କମ୍ କରେ, ଗୁରୁତର ଭାବେ ସଂକ୍ରମଣ ହେବାରୁ କମ୍ କରେ, ମୃତ୍ୟୁ ଆଶଙ୍କାକୁ ମଧ୍ୟ କରେ ଓ ଏଥିରୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରେ । ସମ୍ଭବପର ଏହି ଟୀକା ଭାଇରସର ବିଭିନ୍ନ ମ୍ଯୁଟାଣ୍ଟ ବିରୋଧରେ ମଧ୍ୟ କାର୍ଯ୍ୟ କରେ ବୋଲି ବିଶ୍ୱାସ କରାଯାଉଛି ।

ତେବେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଏହି ଟୀକା ନେବା ଉଚିତ୍ । ମାତ୍ର ଆପଣ ଯଦି କରୋନା ସଂକ୍ରମଣରୁ ଏବେ ଏବେ ସୁସ୍ଥ ହୋଇଛନ୍ତି, ତେବେ ବିଜ୍ଞାନ ଅନୁଯାୟୀ ଆପଣଙ୍କୁ ଟୀକା ନେବା ପାଇଁ କିଛି ସପ୍ତାହ ଅପେକ୍ଷା କରିବା ଆବଶ୍ୟକ । କାରଣ ଏହି ସଂକ୍ରମଣରୁ ସୁସ୍ଥ ହେବା ପରେ ଆମ ଶରୀର ଆପେ କରୋନା ଭାଇରସ୍ ପ୍ରତି ଆଣ୍ଟିବଡି ତିଆରି କରେ । ପ୍ରାକୃତିକ ଭାବେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ତିଆରି ହୁଏ, ତାର ଗୁଣବତ୍ତା ସବୁଠୁ ଭଲ ହୋଇଥାଏ ଓ ଏହା ଭାଇରସ ପ୍ରତି ଲଢ଼ିବାରେ ଆମକୁ ସାହାଯ୍ୟ କରେ ।

ବିଜ୍ଞାନ କୁହେ, ଏହି ଯେଉଁ ଆଣ୍ଟିବଡି ତିଆରି ହୁଏ ଏହା ସମ୍ଭାବ୍ୟ ୩ ରୁ ୬ ମାସ ଯାଏ । ତା ପରେ ଧିରେ ଧିରେ ଏହା ଦୁର୍ବଳ ହୋଇଥାଏ । ବିଭିନ୍ନ ଲୋକଙ୍କ ଠାରେ ଏହା ଭିନ୍ନ ଭିନ୍ନ ହୋଇଥାଏ ଓ ଆପଣ କେତେ ଗୁରୁତର ଭାବେ ସଂକ୍ରମିତ ହୋଇଥିଲେ ତା ଉପରେ ଏହା ନିର୍ଭରଶୀଳ । ତେବେ ଆପଣ ସୁସ୍ଥ ହେବାର ୨ ରୁ ୮ ସପ୍ତାହ ମଧ୍ୟରେ ଟୀକା ନେବା ଉଚିତ୍ ହେବ ବୋଲି କୁହା ଯାଉଛି ।

ଆପଣ ଯେପର୍ଯ୍ୟନ୍ତ ସଂକ୍ରମଣରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ନ ହୋଇଛନ୍ତି ସେପର୍ଯ୍ୟନ୍ତ ଆପଣ ଟୀକା ନେବା ବିଲକୁଲ୍ ମଧ୍ୟ ଉଚିତ୍ ନୁହେଁ । ଯଦି ଆପଣ ଗୋଟିଏ ଡୋସ୍ ଟୀକା ନେବା ପରେ ଦୁର୍ଭାଗ୍ୟବଶତଃ ଆପଣ ଭାଇରସ ଦ୍ଵାରା ସଂକ୍ରମିତ ହୋଇଗଲେ, ତେବେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦୁଇ ସପ୍ତାହ ପରେ ଯାଇ ଟୀକା ନେବା ଆବଶ୍ୟକ ।

ଯଦି ଆପଣ ଅସମୟରେ ଟୀକା ନେଉଛନ୍ତି ତେବେ ଏହା ପ୍ରଭାବଶାଳୀ ହେବ ନାହିଁ ଓ ଆପଣଙ୍କ ଶରୀରକୁ ଚାପ ପକାଇବ । ଯେକୌଣସି ସ୍ଥିତିରେ ମଧ୍ୟ ଆପଣଙ୍କୁ ଦୁଇଟି ଯାକ ଡୋସ୍ ଉପଯୁକ୍ତ ସମୟ ବ୍ୟବଧାନରେ ନେବା ଆବଶ୍ୟକ । ଟୀକା ନେବା ପୂର୍ବରୁ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ସଂଗ୍ରହ କରନ୍ତୁ ଓ ତା ପରେ ଟୀକା ନିଅନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ