Vastu Tips- ଘୋଡା ନାଲକୁ ଘରର ଏହି ଜାଗାରେ ଭୁଲରେ ବି ଲଗାନ୍ତୁ ନାହିଁ, ସାରା ଜୀବନ ଭିକ ମାଗୁଥିବେ

ଆପଣ ଅନେକଙ୍କ ଘରର ଦ୍ବାର ଉପରେ ଘୋଡ଼ାନାଲ ଟଙ୍ଗା ହୋଇଥିବାର ଦେଖିଥିବେ । ଆପଣ କଣ ଜାଣିଛନ୍ତି କି ଘୋଡ଼ାନାଲ ଦ୍ଵାରା ଆପଣଙ୍କୁ ଅନେକ ଲାଭ ହାସଲ ହୋଇପାରେ ?

ଯଦି ଆପଣଙ୍କ ଘରେ ଧନ ରହୁନାହିଁ, ଘରେ ସବୁବେଳେ କ୍ଳେଶ ଦେଖା ଦେଉଛି, ଲୋକଙ୍କ ଖରାପ ନଜରର ପ୍ରଭାବ କିମ୍ୱା ନକାରାତ୍ମକତା ବଢୁଛି ତେବେ ଘୋଡ଼ାନାଲ ଆପଣଙ୍କୁ ଏହି ସମସ୍ତ ସମସ୍ୟାରୁ ମୁକ୍ତି ଦେଇ ପାରିବ । ଆସନ୍ତୁ ଜାଣିବା ଘୋଡ଼ାନାଲର ଉପକାରିତା ସମ୍ବନ୍ଧରେ । ବଜାରରୁ ଘୋଡ଼ା ନାଲ ଆଣି ଏହାକୁ ଲାଲ୍ କପଡ଼ାରେ ଗୁଡ଼ାଇ ମନ୍ଦିରରେ ଗୋଟିଏ ଦିନ ରଖିବା ପରେ, ତା ଉପରେ କୁମକୁମ୍ ରେ ଗଣେଶ ଆଙ୍କି, ଇଂରାଜୀ ଶବ୍ଦ ୟୁ ଆକାରରେ କେବଳ ଘରର ମୁଖ୍ୟ ଦ୍ଵାରରେ ଲଗାନ୍ତୁ ।

ଅନ୍ୟ କେଉଁଠି ଲଗାଇବା ଜ୍ୟୋତିଷ ଶାସ୍ତ୍ରମତରେ ଅଶୁଭ ଅଟେ । ଏହାଦ୍ବାରା ଗୃହରେ ସକାରାତ୍ମକ ଉର୍ଜା ବାସ କରେ ଓ ଗୃହରେ ସୁଖ ସମୃଦ୍ଧି ଆସେ । ଯଦି ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ବଢ଼ି ଚାଲିଛି, ବାରମ୍ବାର ପରିବାର ସଦସ୍ୟଙ୍କ ମଧ୍ୟରେ କଲି ଝଗଡା ବା ମନୋମାଳିନ୍ୟ ଆଦି ହେଉଛି ଓ ଘରେ ଧନର ଅଭାବ ଦେଖା ଦେଉଛି ତେବେ ଆପଣ କଳା ଘୋଡାର ନାଲି ଆଣି କୁମକୁମ୍ ପାଖରେ ତିଳକ ଲଗାନ୍ତୁ ଓ ଏହାକୁ ଓଲଟା ୟୁ ଶବ୍ଦ ପରି ରଖି ଘରର ମୁଖ୍ୟ ଦ୍ଵାର ଉପରେ ଲଗାନ୍ତୁ ।

ମାତ୍ର ଓଲଟା ୟୁ ଶବ୍ଦ ପରି ନ ରଖି ଯଦି ଏହା ମଧ୍ୟ ଭାଗରେ ଏହା ଛୋଟ ଆଇନା ଲଗାଇ ଦେବେ ତେବେ ଘରେ ଥିବା ସମସ୍ତ ନକାରାତ୍ମକ ଉର୍ଜା ଘର ଛାଡ଼ି ପଳାଇବେ ।  କଳା ଘୋଡାର ନାଲ ଉପରେ ଆଇନା ଲଗାଇବା ସବୁଠୁ ଶୁଭ ବୋଲି ମାନା ଯାଇଛି । କୁହାଯାଏ ଏହାଦ୍ବାରା ଘର ଉପରେ କାହାର କୁଦୃଷ୍ଟିର ପ୍ରଭାବ ପଡେ ନାହିଁ ଓ ଦୁଷ୍ଟ ଶକ୍ତି ସବୁ ଘରଠୁ ଦୂରେଇ ରୁହନ୍ତି ।

ଯଦି ଆପଣଙ୍କୁ କାହାର କୁଦୃଷ୍ଟି ପଡ଼ୁଛି ବା ଆପଣଙ୍କ ଘରର କୌଣସି ସଦସ୍ୟଙ୍କୁ କେହି ବଶରେ ରଖିବାକୁ ଚେଷ୍ଟା କରୁଛି, ତେବେ ଶନିବାର ଦିନ ଘୋଡ଼ା ନାଲ ନିଅନ୍ତୁ ଓ ଏକ କଳା ସୂତା ନେଇ ନଜର ଲାଗିଥିବା ବ୍ୟକ୍ତିର ଉଚ୍ଚତା ଅନୁଯାୟୀ ମାପି କାଟି ଦିଅନ୍ତୁ ।

ତା ପରେ ସେହି ସୂତାରେ ଆଠଟି ଗଣ୍ଠି ପକାଇ କଳା ଘୋଡ଼ା ନାଲ ଉପରେ ବାନ୍ଧି ଦିଅନ୍ତୁ ଏବଂ ନାଲ ଟିକୁ କେଉଁଠି ମଧ୍ୟ ମାଟି ତଳେ ପୋତି ଦିଅନ୍ତୁ । ଏହାଦ୍ବାରା କୁଦୃଷ୍ଠିର ପ୍ରଭାବ ଶେଷ ହୋଇଯିବ । ଯଦି ଆପଣଙ୍କ ବ୍ୟାପାର ସଠିକ୍ ଚାଲୁ ନାହିଁ ଓ ସେଥିରେ ବାରମ୍ବାର କ୍ଷତି ସହିବାକୁ ପଡୁଛି, ତେବେ ନିଜ ଦୋକାନର ବାହାର ଦ୍ଵାର ଉପରେ ମଧ୍ୟ ଘୋଡ଼ା ନାଲର ପ୍ରୟୋଗ ନିଶ୍ଚୟ କରନ୍ତୁ । ଏହାଦ୍ବାରା ଆପଣଙ୍କ ଧନ ପ୍ରାପ୍ତିର ସମ୍ଭାବନା ଅନେକ ଗୁଣରେ ବଢିଯିବ ।

ଯଦି ଘରେ କ୍ଳେଶର ମାହୋଲ ବଢ଼ି ଚାଲିଛି ତେବେ ଏପରି ସ୍ଥିତିରେ ସମ୍ଭାବ୍ୟ ଶନି ଦେବଙ୍କ କୁଦ୍ରୁଷ୍ଟି ଆପଣଙ୍କ ଉପରେ ପଡୁଛି । ଶନି ଦେବ କର୍ମ ଫଳଦାତା ଅଟନ୍ତି । ତାଙ୍କ କୁଦୃଷ୍ଟିକୁ ଦେବତା ମାନେ ମଧ୍ୟ ଭୟ କରନ୍ତି । ସେଥିପାଇଁ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ସୋରିଷ ତେଲରେ କଳା ତିଳ ମିଳାଇ ଦ୍ଵାରରେ ଲାଗିଥିବା ଘୋଡ଼ା ନାଲର ଦୁଇଟି ଶେଷ ଭାଗରେ ତିଳକ ଲଗାନ୍ତୁ । ଏହାଦ୍ବାରା ଶନି ଦେବଙ୍କ ପ୍ରକୋପ ଶାନ୍ତ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।