Vastu Shastra- ମରିଗଲେ ବି ଏହି 2 ଟି ଜିନିଷର ଦାନ ଭୁଲରେ ବି କରିବେ ନାହିଁ, ସାରା ଜୀବନ ସରିଦ୍ରା ହେଇ ରହିବେ

ଦାନ କରିବା ବହୁତ ପୁଣ୍ୟର କାମ ବୋଲି କୁହାଯାଏ । ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ନା କିଛି ଦାନ କରିବା ଉଚିତ୍ । ଦାନ କରିବା ଦ୍ୱାରା ଦାତା ଓ ଗ୍ରହୀତା ଉଭୟ ଲାଭବାନ୍ ହୋଇଥାନ୍ତି ।

କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ଦାନ ଦେବା ଦ୍ଵାରା ଆପଣଙ୍କୁ ବହୁତ କ୍ଷତି ସହିବାକୁ ପଡିପାରେ? ଶାସ୍ତ୍ରରେ ଉଲ୍ଲେଖ ଅଛି ଭୁଲ୍ ବସ୍ତୁର ଦାନ କରିବା ଦ୍ୱାରା ଆପଣ ନିଜ ପାଇଁ ନର୍କର ଦ୍ଵାରା ଖୋଲି ଦିଅନ୍ତି । ତେବେ ଆସନ୍ତୁ ଜାଣିବା କଣ କୁହେ ବାସ୍ତୁଶାସ୍ତ୍ର । ଶାସ୍ତ୍ର ଅନୁଯାୟୀ କେବେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ନିଜର ଫଟା ପୁରୁଣା ଜୋତା ଓ ଚପଲ ଦାନ କରିବା ଉଚିତ୍ ନୁହେଁ । ଖାସ୍ କରି ବ୍ରାହ୍ମଣ ମାନଙ୍କୁ ନିଜର ପୁରୁଣା ଲୁଗା ଦାନ କରନ୍ତୁ ନାହିଁ ।

ବରଂ ବ୍ରାହ୍ମଣଙ୍କୁ ସର୍ବଦା ନୂଆ ବସ୍ତ୍ର କିଣି ଦାନ କରନ୍ତୁ । ବ୍ରାହ୍ମଣଙ୍କୁ ପୁରୁଣା ଲୁଗା ଓ ଯେ କୌଣସି ବ୍ୟକ୍ତିଙ୍କୁ ପୁରୁଣା ଜୋତା ଚପଲ ଦାନ କରନ୍ତୁ ନାହିଁ । ଏହାଦ୍ବାରା ରାହୁ ଦୋଷ ଉତ୍ପନ ହୁଏ ଯାହା ଆପଣଙ୍କ ଭାଗ୍ୟ ବିଗାଡି ଦେଇପାରେ । ଆପଣ ପୁରୁଣା ବସ୍ତ୍ର ଗରିବଙ୍କୁ ଦାନ କରି ପାରିବେ ।

ସେହିପରି ମଦ ଓ ମାଂସ ଦାନ କରିବା ସବୁଠୁ ବଡ଼ ପାପ ବୋଲି କୁହାଯାଏ । କୌଣସି ବ୍ୟକ୍ତି ନିଜ ଖୁସି ପାଇଁ ଅନ୍ୟ ପ୍ରାଣୀର ମାଂସରେ ମଉଜ କରିବା ଉଚିତ୍ ନୁହେଁ । ମଦ ଓ ମାଂସ ଦାନ କରିବା ଓ ଏହିସବୁରେ ମଉଜ କରିବା ଘୋର ପାପ ଅଟେ । ସେଥିପାଇଁ ଏପରି ଭୁଲ୍ କେବେ ମଧ୍ୟ କରନ୍ତୁ ନାହିଁ ।

ଶାସ୍ତ୍ରରେ ଏପରି ଉଲ୍ଲେଖ ଅଛି କି କାହାକୁ ନିଜର କନ୍ୟା ଦାନ କରିବା ଆଗରୁ ଏକ ସୁନିଶ୍ଚିତ କରି ଦିଅନ୍ତୁ ଯେ ବ୍ୟକ୍ତିଜଣକ କିପରି ସ୍ୱଭାବର ଅଟନ୍ତି । କୌଣସି ରାକ୍ଷସ ବା ମନ୍ଦ ପ୍ରକୃତିର ବ୍ୟକ୍ତିଙ୍କୁ ନିଜ କନ୍ୟା ଦାନ କରିବା ଦ୍ୱାରା ଆପଣ ନିଜ ପାଇଁ ନର୍କ ଦ୍ଵାର ଖୋଲିଦେବେ ଓ ଏହାସହ ଆପଣଙ୍କ ଘର ମଧ୍ୟ ନଷ୍ଟ ହୋଇଯିବ । ଈଶ୍ୱର ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେବେ ଓ ଆପଣ ନିଜେ ନିଜ ମୃତ୍ୟୁର କାରଣ ହେବେ । ସେଥିପାଇଁ କୌଣସି ସୁପୁରୁଷଙ୍କୁ ହିଁ କନ୍ୟାଦାନ କରନ୍ତୁ । କାରଣ ଏହା ଶୁଭ ଓ ମଙ୍ଗଳକାରକ ଅଟେ ଓ ଏହାକୁ ସବୁଠୁ ବଡ଼ ପୁଣ୍ୟ ବୋଲି କୁହାଯାଏ ।

ବାସି ଯାଇଥିବା ବା ପଚି ଯାଇଥିବା ଖାଦ୍ୟ କେବେ ମଧ୍ୟ କାହାକୁ ଦାନ କରନ୍ତୁ ନାହିଁ ବା ଖୁଆନ୍ତୁ ନାହିଁ । ସଢ଼ି ଯାଇଥିବା ଖାଦ୍ୟ ଭୟଙ୍କର ରୋଗ ସବୁକୁ ଆମନ୍ତ୍ରିତ କରିଥାଏ । କୌଣସି ଗରିବ ବ୍ୟକ୍ତିଙ୍କୁ ଭୋଜନ କରାଇବା ଆଗରୁ ଖାଦ୍ୟ କିପରି ଅଛି ନିଜେ ପରଖି ନିଅନ୍ତୁ । ଶୁଦ୍ଧ ଭୋଜନ ଦେବା ଦ୍ଵାରା ଈଶ୍ୱର ଖୁବ୍ ପ୍ରସନ୍ନ ହୁଅନ୍ତି ।

ଘରେ ବ୍ୟବହୃତ ହେଉଥିବା ଝାଡୁ କେବେ ମଧ୍ୟ କାହାକୁ ଦାନ କରନ୍ତୁ ନାହିଁ । ଏହା ଦ୍ବାରା ଧନଦେବୀ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି । ଏହାଦ୍ବାରା ଆପଣଙ୍କ ଭାଗ୍ୟ ବିଗିଡି ପାରେ । ମାତ୍ର ଘର ବାହାରେ ନୂଆ ଝାଡୁ କିଣି ଆପଣ ଦାନ କରି ପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।