ଭାରତୀୟ ସେନା ନେଲା ପୁଲୱାମା ଆକ୍ରମଣ ର ବଦଲା, ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଜୈଶ କମାଂଡର ଗାଜୀ ମୃତ, ଏମିତି ଘେରିଥିଲେ…

ପୁଲୱାମାରୁ ବଡ ଖବର ଆସୁଛି । ୪୦ ଯବାନଙ୍କର ହତ୍ୟାକାରୀ ଗାଜିକୁ ସେନା ମାରି ସାରିଲାଣି । ଏହା ସେନା ପାଇଁ ଏକ ବଡ ସଫଳତା ଅଟେ । ଏକ ବହୁତ ବଡ ଆଶ୍ଵସ୍ତି । ସୈନିକ ମାନେ ୨ଟି ଆତଙ୍କବାଦୀଙ୍କୁ ମାରି ପକାଇଛନ୍ତି । ସେ ଦୁଇଜଣଯାକ ଜୈଶ କମାଂଡର ଥିଲେ। ଦ୍ଵିତୀୟ ଜଣକ ନାଁ କାମରାନ ଥିଲା। କାମରାନ କେତେ ଗୁଡିଏ ଆତଙ୍କି ଆକ୍ରମଣ ପଛର ମାଷ୍ଟର ମାଇଣ୍ଡ ରହିସାରିଥିଲା। ଯେଉଁଥିରେ ପୁଲୱାମା ଆକ୍ରମଣ ମଧ୍ୟ ସାମିଲ ଅଛି ।

ବର୍ତ୍ତମାନ ଦିଲ୍ଲୀ ର ଗୃହ ମନ୍ତ୍ରଣାଳୟ ରେ ବଡ ବୈଠକ ଚାଲିଛି। କିନ୍ତୁ ଏହି ଏନକାଉନ୍ଟାର ରେ ସୁରକ୍ଷା କର୍ମୀଙ୍କ ୪ ଯବାନ ସହିଦ ହୋଇଛନ୍ତି । ସହିଦ ମାନଙ୍କ ମଧ୍ୟରେ ମେଜର ପଦବୀର ମଧ୍ୟ ଅଫିସର ସାମିଲ ଥିଲେ, ଯେଉଁଥିରେ ଜଣେ ଘୟାଲ ମଧ୍ୟ ହୋଇଛନ୍ତି। ଏହି ଆତଙ୍କବାଦୀ ଓ ସୁରକ୍ଷା ବଳଙ୍କ ଗୁଳିଚାଳନା ପୁଲୱାମା ଜିଲ୍ଲାର ପିଙ୍ଗଲିନା ସ୍ଥାନରେ ଚାଲୁଅଛି ।

ଅଧରାତିରୁ ଏହି ଅପରେଶନରେ 55RR, CRPF ଏବଂ SOG ର ଯବାନ ମାନେ ମିଶି କରିଥିଲେ। ସଠିକ ସୂଚନା ମିଳିବା ପରେ ହିଁ ସୁରକ୍ଷାକର୍ମୀ ଏହି ଅପରେସନ ଆରମ୍ଭ କରିଥିଲେ। ଯେଉଁ ଯବାନ ଏଥିରେ ସହିଦ ହୋଇଛନ୍ତି ସେମାନଙ୍କ ମଧ୍ୟରେ ମେଜର ଡୀଏସ ଡୋଂଡିୟାଲ, ହେଡ କନେଷ୍ଟବଳ ସେବା ରାମ, ସିପାହୀ ଅଜୟ କୁମାର ଏବଂ ସିପାହୀ ହରୀ ସିଂହ ସାମିଲ ଅଛନ୍ତି । ଜଣେ ଯବାନ ଆହତ ହୋଇ ହସ୍ପିଟାଲ ରେ ଚିକିତ୍ସାଧିନ ଅଛନ୍ତି ।

ଏହି ଏନକାଉଂଟର ରବିବାର ମଧ୍ୟରାତିରୁ ଆରମ୍ଭ ହୋଇଥିଲା। ଏନକାଉଂଟରରେ ଘାୟଲ ହୋଇଥିବା ଯବାନଙ୍କୁ ଏନକାଉଂଟର ହେଉଥିବା ଯାଗାରୁ ବାହାର କରି ଶ୍ରୀନଗର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଶେଠୀ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।