ପାକିସ୍ଥାନ ଉପରେ ଭାରତର ଏ ପର୍ଯ୍ୟନ୍ତର ସବୁଠୁ ବଡ ସାଇବର ଆଟାକ, ଭାରତୀୟ ହ୍ୟାକର ମାନେ କରି ଦେଖାଇଛନ୍ତି ଏହି କାରନାମା

ପୁଲବାମା ଘଟଣାରେ ସହିଦ ହୋଇଥିବା ଯବାନ ମାନଙ୍କ ପାଇଁ ସବୁ ଦେଶବାସୀଙ୍କ ମନରେ କ୍ରୋଧର ନିଆଁ ଜଳୁଛି ଓ ସମସ୍ତେ ଏହି ଯବାନ ମାନଙ୍କର ସହିଦ ହୋଇଯିବା କଥା ମନେ ପକାଇ ଦୁଃଖୀ ହେଉଛନ୍ତି । ସେଇଠି ଏବେ ଆତଙ୍କବାଦୀଙ୍କ ଠାରୁ ପ୍ରତିଶୋଧ ନେବା ଆରମ୍ଭ ହୋଇ ସାରିଛି । ଯେଉଁଠି ଗୋଟିଏ ପକ୍ଷରେ ସାଧାରଣ ଜନତା ଓ ସେଲିବ୍ରିଟି ଯାବନମାନଙ୍କର ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି ସେଇଠି ପାକିସ୍ଥାନ ଠାରୁ ପ୍ରତିଶୋଧ ନେବାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି ।

ଜଣାଇ ଦେଉଛୁ କି ବିରୋଧ ପ୍ରଦର୍ଶନ କରି ଭାରତ ଦ୍ଵାରା ପାକିସ୍ଥାନ ଉପରେ ହ୍ୟାକର ମାନେ ବି ଗୋଟିଏ ଆକ୍ରମଣ କରିଛନ୍ତି ଓ ପାକିସ୍ଥାନ ର ହାରାହାରି 200 ୱେବସାଇଟ ହ୍ୟାକ କରାଯାଇଛି ।

ପାକ ର ୱେବସାଇଟ ହ୍ୟାକ

ଜଣାଇ ଦେଉଛୁ କି ହ୍ୟାକରଙ୍କ “ଆଇ କୃ” ନାମର ଗୋଟିଏ ଗ୍ରୁପ ଟିମ ବିରୋଧ ପ୍ରଦର୍ଶନ କରି ୱେବସାଇଟ ରେ ଆକ୍ରମଣ କରିଛି । ହ୍ୟାକ କରାଯାଇଥିବା ୱେବସାଇଟ ର ଲିଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଓ ଏମିତି କୁହାଯାଉଛି କି ଏହା ଆଜି ପର୍ଯ୍ୟନ୍ତର ସବୁଠୁ ବଡ ସାଇବର ଅଟାକ ଅଟେ ଯିଏ ପାକିସ୍ଥାନ ର ସାଇବର ୱାଲ୍ଡ ରେ କରାଯାଇଛି । ଆମେ କେବେ ବି 14 ଫେବୃୟାରୀ 2019 କୁ ଭୁଲିବୁ ନାହିଁ, ଯେଉଁ ପ୍ରକାରରେ ସେମାନେ ଯବାନମାନଙ୍କୁ ସହିଦ କଲେ  ଓ ତାଙ୍କ ପରିବାରକୁ ଦୁଃଖ ବି ଦେଲେ ।

ପାକିସ୍ଥାନ ପକ୍ଷରୁ ଭାରତରେ ଆଜି ପର୍ଯ୍ୟନ୍ତ ବହୁତ ବଡ ଆଟାକ ସବୁ ହୋଇଛି କିନ୍ତୁ ପୁଲବାମା ରେ 14 ଫେବୃୟାରୀ କୁ ହୋଇଥିବା ଆଟାକ ସବୁଠୁ ବଡ ଆଟାକ ବୋଲି କୁହାଯାଉଛି । ଏହି ଘଟଣାରେ ହାରାହାରି 40 ଯବାନ ସହିଦ ହୋଇଗଲେ ଓ ବହୁତ ଯବାନ ଆହତ ହୋଇ ଛନ୍ତି । ଏହି ଜବାନମାନଙ୍କର ଶବ ଯେବେ ଘରକୁ ଗଲା ତ ପୁରା ଦେଶର ଆଖି ଏକା ସହିତ ଭରି ଆସିଲା । କିଏ ନୂଆ ନୂଆ ବାହା ହୋଇଥିଲେ ତ କେଉଁଠି କାହାର ଝିଅ ପିତାଙ୍କୁ ବହୁତ ଦିନରୁ ଦେଖି ନଥିଲା । ଏମିତି କି କିଛି ବୁଢା ମାତା ପିତା ଥିଲେ ଯିଏ ନିଜ ପୁଅର ଅପେକ୍ଷାରେ ବସିଥିଲେ କି ସେ ଫେରିବେ ଓ ତାଙ୍କର ଚିକିଶ୍ଚା କରାଇବେ, କିନ୍ତୁ ସେମାନେ ଫେରିଲେ ତାହା ବି ସବୁ ଦିନ ପାଇଁ ଯିବା ପାଇଁ ।

ସିଏମ ୟୋଗୀଙ୍କ ସମ୍ପର୍କୀୟ ବି ସହିଦ

ପୁଲବାମା ଘଟଣାରେ ଆଉ ଜଣେ ଯବାନ ଚିତ୍ରେଶ ବିଷ୍ଟ ସହିଦ ହେଲେ ଯିଏ UP ର ସିଏମ ୟୋଗୀଙ୍କର ସମ୍ପର୍କୀୟ ଥିଲେ । ନିଜ ପୁଅଙ୍କର ସହିଦ ହେବାର ଖବର ଶୁଣି ଆନନ୍ଦ ବିଷ୍ଟ କହିଲେ କି ଭାରତ ଯେଉଁ ମିସାଇଲ ରଖିଛି ସେ ଆଉ କେଉଁ ଦିନ କାମରେ ଆସିବ । ଏବେ ସମୟ ଆସିଛି କି ଏହି ମିସାଇଲ ଜରିଆରେ ପାକିସ୍ଥାନକୁ ଧ୍ଵଂସ କରିବାର ।

ଜଣାଇ ଦେଉଛୁ କି ଚିତ୍ରେଶ ବିଷ୍ଟଙ୍କର 7 ମାର୍ଚ୍ଚ କୁ ବିବାହ ହେବାର ଥିଲା । ତାଙ୍କ ବିବାହ ପାଇଁ ହୋଟେଲ ବି ବୁକ ହୋଇସାରିଥିଲା ଓ ବିବାହାର କାର୍ଡ ମଧ୍ୟ ବଣ୍ଟା ସରିଥିଲା କିନ୍ତୁ ସନ୍ଧ୍ୟାରେ ଏହି ଅଶୁଭ ଖବର ଆସିଲା ଓ ପୁରା ପରିବାରରେ ଦୁଃଖର ଛାୟା ଖେଳିଗଲା ।

ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।