ପୁଲୱାମାର ସହିଦ ଯବାନଙ୍କ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଲେ ବିରେନ୍ଦ୍ର ସେହବାଗ, ମାଗଣାରେ ଦେବେ ଏହି ସବୁ ସୁବିଧା

14 ଫେବୃୟାରୀ ଗୁରୁବାର ଦିନ ଯେଉଁଠି ଦେଶର ଅଧାରୁ ଅଧିକ ଯୁବକ ଓ ଅନ୍ୟମାନେ ଭ୍ୟାଲେଣ୍ଟାଇନ ପାଳନ କରୁଥିଲେ ସେଇଠି ଅନ୍ୟ ପକ୍ଷରେ ଦେଶରେ ଏମିତି ଏକ ଦୁଃଖଦାୟକ ଘଟଣା ଘଟିଲା ଯାହାକୁ ଶୁଣି ଓ ଦେଖି ସମସ୍ତଙ୍କର ହୃଦୟ କାନ୍ଦିବାକୁ ଲାଗିଲା । ଏହି ଘଟଣା କାରଣରୁ ପୁରା ଭାରତ ଅସ୍ତବ୍ୟସ୍ତ ହୋଇଗଲା । ଜାମ୍ମୁ କାଶ୍ମୀରର ପୁଲବାମା ରେ ହୋଇଥିବା ଏହି ଭୟାନକ ଆକ୍ରମଣରେ 46 ଯବାନ ସହିଦ ହୋଇଗଲେ ଯାହା କାରଣରୁ ପୁରା ଭାରତ ଶୋକରେ ଅଛି ।

ଏହି ଆକ୍ରମଣ ଶ୍ରୀନଗର ରୁ ହାରାହାରି 30 km ଦୂର ଲେଥପୋରାରେ ହୋଇଥିଲା । ଆପଣଙ୍କୁ ଜଣାଇ ଦେଉଛୁ କି ପାକିସ୍ଥାନରେ ଥିବା ଆତଙ୍କି ସମୂହ ଜୈସ-ଏ-ମହମ୍ମଦ ଏହି ଆତଙ୍କି ଆକ୍ରମଣ ପାଇଁ ଦାୟୀ ଅଟେ, ଆପଣଙ୍କୁ ଏହା ମଧ୍ୟ କହି ରଖୁଚୁ କି ଏହି ଆତଙ୍କି ଆକ୍ରମଣ ପୂର୍ବରୁ ଗୋଟିଏ ଭିଡିଓ ସୁଟ କରାଯାଇଥିଲା, ଆକ୍ରମଣକାରୀଙ୍କ ତରଫରୁ ଏହି ଭିଡିଓ ଜାରି ହୋଇଛି । ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଆକ୍ରମଣକାରୀକୁ କମାଣ୍ଡର ଆଦିଲ ଅହମଦ ଦାର ନାମରେ ସମସ୍ତେ ଜାଣନ୍ତି ।

ଏମିତିରେ ସୋସିଆଲ ମିଡିଆ ମାଧ୍ୟମରେ ବି ଲୋକ ନିଜର ସମବେଦନା ଦେଖାଉଛନ୍ତି । ସେଇଠି ଏହି ଆତଙ୍କି ଆକ୍ରମଣରେ କ୍ରିକେଟର ବିରେନ୍ଦ୍ର ସେହବାଗ ବି ଟ୍ଵିଟର ମାଧ୍ୟମରେ ଟ୍ଵିଟ କରି ଏହି ଆକ୍ରମଣର କଡା ନିନ୍ଦା କରିଛନ୍ତି  ଓ ଏହାପରେ ସେ ଏକ ଏପରି ନିଷ୍ପତ୍ତି ନେଇଛନ୍ତି, ଯାହା ଦ୍ଵାରା ସହିଦଙ୍କ ପରିବାରକୁ ବହୁତ ସାହାର୍ଯ୍ୟ ମିଳି ପାରିବ ।

ସବୁଠୁ ପ୍ରଥମେ ସେହବାଗ ଟ୍ଵିଟର ରେ ଟ୍ଵିଟ କରି କହିଛନ୍ତି କି ଆତଙ୍କବାଦୀ କାପୁରୁଷତା ଦେଖାଇ ଯେଉଁ ଆକ୍ରମଣ କରିଛନ୍ତି ତା ଦ୍ଵାରା ମୁଁ ବହୁତ ଦୁଃଖିତ ଅଟେ । ଏହି ଆକ୍ରମଣରେ ଆମର CRPFର ବହୁତ ଯବାନ ସହିଦ ହୋଇଗଲେ । ଏହି ଦୁଃଖକୁ ଜଣାଇବା ପାଇଁ ମୋ ପାଖରେ ଶବ୍ଦ ନାହିଁ । ସେଇଠି ସେହବାଗ ଦ୍ଵିତୀୟ ଥର ଟ୍ଵିଟ କରି କହିଛନ୍ତି କି ଆମେ ସେହି ସହିଦ ଯବାନଙ୍କ ପରିବାର ପାଇଁ କିଛି କଲେ ବି ତାହା କମ ହେବ । କିନ୍ତୁ ମୁଁ ଏତିକି କରି ପାରିବି କି ଆମର ସହିଦ ଯାବନଙ୍କ ପିଲାମାନଙ୍କ ପାଇଁ ମୋର ସେହବାଗ ଇଣ୍ଟରନେସନାଲ ସ୍କୁଲରେ ଶିକ୍ଷାର ପୁରା ଦ୍ଵାଇତ୍ତ୍ଵ ନେବି, ଏହା ମୋର ସୌଭାଗ୍ୟ ହେବ ।

ଆପଣଙ୍କୁ ଜଣାଇ ଦେଉଛୁ କି ଭାରତୀୟ କ୍ରିକେଟ ଟିମ ର କ୍ୟାପଟେନ ବିରାଟ କୋହଲୀ ବି ଏହି ଆତଙ୍କି ଆକ୍ରମଣ କାରଣରୁ ନିଜ ଫାଉଣ୍ଡେସନ ତରଫରୁ ଦିଆଯିବାକୁ ଥିବା ଆରପି_ଏସଜି ଖେଳ ପୁରସ୍କାର କୁ ବାତିଲ କରିଛନ୍ତି । ସେଇଠି ଅନ୍ୟ ପକ୍ଷରେ ଗୌତମ ଗମ୍ଭୀର ଏହା ଉପରେ କହିଛନ୍ତି କି “ହଁ କଥା ହେବା ପୃଥକତାବାଦୀଙ୍କ ସହିତ,କଥା ହେବା ପାକିସ୍ଥାନ ସହିତ କିନ୍ତୁ ଏଥର କଥାବାର୍ତ୍ତା ଟେବଲ ଉପରେ ନୁହେଁ ବରଂ ଯୁଦ୍ଧ କ୍ଷେତ୍ରରେ ହେବା ଦରକାର । ଏବେ ସହିବାର ସୀମା ସଋ ଯାଇଛି” ।

ଓଡିଆ ଫାଷ୍ଟ କୁ ଲାଇକ କରନ୍ତୁ ଆଗକୁ ଅପଡେଟ ସବୁ ପାଇବା ପାଇଁ ।