କେମିତି ହୋଇଥିଲା ଆକ୍ରମଣ! କିଏ ଓ କାହିଁକି କରିଥିଲେ ଏହି ଆକ୍ରମଣ ? ଯବାନ ମାନଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ବିଷୟରେ ପଢନ୍ତୁ ପୁରା ଘଟଣା

ଗତକାଲି ହୋଇଥିବା ଟେରରିସ୍ଟ ବା ଆତଙ୍କି ଆକ୍ରମଣକୁ ନେଇ ଏବେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏହି ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୦ରୁ ଅଧିକ ସିଆରପିଏଫ ଯବାନଙ୍କର ମୃତ୍ୟୁ ହେବା ସହ ଅନେକ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଆମେ ଆପଣଙ୍କୁ କହିବୁ ଏହି ଆକ୍ରମଣ କେମିତି ହୋଇଥିଲା, ଏବଂ କିଏ ଓ କାହିଁକି କରିଥିଲେ ଏହି ଆକ୍ରମଣ।  ଗତକାଲି ଜମ୍ମୁ-କାଶ୍ମୀରରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଯାଇଛି, ଯେଉଁଥିରେ ୭୦ରୁ ଅଧିକ ବସରେ ୨୫୦୦ରୁ ଅଧିକ ସିଆରପିଏଫ ଯବାନ ଜମ୍ମୁ-କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିଲେ ।

 

ପୁଲୱାମା ହାଇୱେ ପାଖରେ ସେମାନଙ୍କ ବସ ସହ ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରକ ଭର୍ତ୍ତି ହୋଇଥିବା ଏକ କାରକୁ ଧକ୍କା କରାଇଥିଲା । ଯାହା ଫଳରେ ସେହି ଘଟଣାସ୍ଥଳରେ ହିଁ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା ଯାହା ଫଳରେ ଆମର ଅନେକ ସିଆରପିଏଫ ଯବାନ ନିଜର ଜୀବନ ହରାଇଛନ୍ତି । କେବଳ ସେତିକି ନୁହେଁ ସେହି ବିସ୍ଫୋରଣ ପରେ ଆତଙ୍କବାଦୀଙ୍କ ପକ୍ଷରୁ ଅନ୍ଧାଧୂନ ଗୁଳିମାଡ ମଧ୍ୟ  ଆରମ୍ଭ ହୋଇଥିଲା । ଏଥିରେ ୪୪ ଜଣ ଯବାନ ସହିଦ ହୋଇଥିବା ବେଳେ ୩୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଆକ୍ରମଣ ପଛରେ ଜୈସ-ଇ-ମହମ୍ମଦ ସଂଗଠନର ହାତ ଅଛି ବୋଲି ସୂଚନା ମିଳିଛି ।

ମିଳିଥିବା ସଚୂନା ଅନୁଯାୟୀ, ଆଦିଲ ଅହମ୍ମଦ ବିସ୍ଫୋଟକ ଭର୍ତ୍ତି ଥିବା ଏକ ସ୍କ୍ରପିଓ ଗାଡି ଦ୍ୱାରା ସିଆରପିଏଫ ଯବାନଙ୍କ ବସକୁ ଧକ୍କା ଦେଇଥିଲେ । । ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦ ପକ୍ଷରୁ କୁହାଯାଇଛି, ଆଦିଲ ପୁଲୱାମା ଜିଲ୍ଲାର ନିବାସୀ ଥିଲେ । ଆକ୍ରମଣ ପରେ ଆଦିଲର ଫଟୋ ମଧ୍ୟ ମିଡିୟା ସାମ୍ନାକୁ ଆସିଛି । ସେ ମାତ୍ର ଗୋଟିଏ ବର୍ଷ ହେବ ଜୈସ-ଇ-ମହମ୍ମଦ ସଂଗଠନରେ ଯୋଗ ଦେଇଥିଲେ । ଏକ ସ୍କ୍ରପିଓରେ ପାଖାପାଖି ୩୫୦ କିଲୋଗ୍ରାମ ବିସ୍ଫୋଟକ ନେଇ ସେ ଏଜି ବଡ ଧରଣର ବିସ୍ଫୋରଣ କରାଇଛନ୍ତି । ଯେଉଁ ବସକୁ ଆତଙ୍କବାଦୀ ମାନେ ଟାର୍ଗେଟ କରିଥିଲେ ସେଥିରେ ୪୪ ଜଣ ଯବାନ ଥିଲେ । ଯବାନ ମାନେ ଛୁଟିରୁ ଫେରି ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ । ଏହି ଘଟଣାରେ ସହିଦ ଯବାନଙ୍କୁ ପୂରା ଦେଶବାସୀ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।