ବର୍ତ୍ତମାନ : PM ମୋଦୀ ପୁଲୱାମା ଆକ୍ରମଣକୁ ନେଇ କରିବେ ମିଟିଙ୍ଗ…. ଶୁଣାଇବେ PAKର ବିନାଶର ଫରମାନ

ଜମ୍ମୂ-କଶ୍ମୀରରେ ଆତଙ୍କବାଦୀମାନେ ପୁଣି ଥରେ ସୁରକ୍ଷାକର୍ମୀଙ୍କ ଉପରକୁ ଟାର୍ଗେଟ କରିଛନ୍ତି । ପୁଲୱାମା ର ଅବତୀପୋରାର ଗୋରୀପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କର ବେସ କ୍ୟାମ୍ପ ଉପରେ ଜୈଶ-ଏ-ମୋହମ୍ମଦର ଆତଙ୍କି ସଂଗଠନ ଆତ୍ମଘାତୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୪୫ ସୀଆରପୀଏଫ ସୈନିକ ସହିଦ ହୋଇଯାଇଛନ୍ତି । ଏବଂ ୩୫ଜଣ ସୈନିକ ଆହତ ହୋଇଛନ୍ତି । ଏବଂ ୧୮ ଜଣ ସୈନିକଙ୍କର ଅବସ୍ଥା ଗମ୍ଭୀର ଅଛି ।

ଘାଟିର ବହୁତ ଲମ୍ବା ସମୟ ପରେ ଆତଙ୍କବାଦୀମାନେ ଏକ ଆତ୍ମଘାତି ଆକ୍ରମଣ ଜରିଆରେ ସୁରକ୍ଷା କର୍ମୀ ଉପରେ ଏକ ବଡ ଆକ୍ରମଣକୁ ଅଞ୍ଜାମ ଦେଇଛନ୍ତି ।

ଖବର ଆସୁଛି କି ଆଜି ସକାଳେ PM ମୋଦୀ କୈବିନେଟ ସୁରକ୍ଷା ସମୀତିର ବୈଠକ କରିବେ । କୁହାଯାଉଛି କି ଏହି ବୈଠକରେ ମୋଦୀ ପାକିସ୍ତାନ ବିରୁଦ୍ଧରେ ଏକ ବଡ ନିଷ୍ପତି ନେବାକୁ ଯାଉଛନ୍ତି । ଅନ୍ୟ ପଟେ ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି କାଶ୍ମୀର ଯିବେ । ଏହି କଥା ବିଷୟରେ ସେ ଗୃହ ସଚିବ ଏବଂ ଜମ୍ମୂ କଶ୍ମୀରର ରାଜ୍ୟପାଲଙ୍କ ସହ କଥାବାର୍ତ୍ତା କରିଛନ୍ତି ।

କୁହାଯାଉଛି କି ଆଜିଠାରୁ ଗୃହମନ୍ତ୍ରୀ ସୈନିକଙ୍କୁ ପୁରା ପୁରୀ ଖୋଲା ଛାଡି ଦେଇଛନ୍ତି । ଏବଂ କହିଛନ୍ତି କି ଆମେ ଏହି ଆକ୍ରମଣର ଜବାବ ନିଶ୍ଚିତ ଦେବୁ ।

ଆହତ ସୈନିକମାନଙ୍କୁ ପାଖାପାଖି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ସେହି ଅଞ୍ଚଳରେ ସର୍ଚ ଅପରେଶନ ବି ଆରମ୍ଭ କରି ଦିଆ ଯାଇଛି । କୁହାଯାଉଛି କି ସେହି ଜାଗାକୁ ସୀଆରପୀଏଫର ପାଖାପାଖି ବହୁତ ଗାଡିରେ ୨୫୦୦ରୁ ଅଧିକ ସୈନିକ ଯାଉଥିଲେ । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କର ଦୁଇଟି ଗାଡିକୁ ଟାର୍ଗେଟ କରିଥିଲେ । ଊରୀ ପରେ ଏହା ବଡ ଆତଙ୍କି ଆକ୍ରମଣ ଅଟେ । ଉରୀ ଆକ୍ରମଣରେ ୧୯ ଜଣ ସୈନିକ ସହିଦ ହୋଇଥିଲେ ।