ମୋଦି ନେଲେ ବଡ ନିଷ୍ପତ୍ତି, ଆତଙ୍କବଦୀ ମାନଙ୍କୁ ଦିଆଯିବ ଦୃଢ ଜବାବ୍, ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ, ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୫ ଯବାନଙ୍କ ଜୀବନ ପାଇଁ ସରାକର ନେବ ପ୍ରତିଶୋଧ

ପୁଲୱାମାରେ ହୋଇଥିବା  ଆତଙ୍କବାଦୀ ଆକ୍ରମଣ ପୁରା ଦେଶକୁ ଦୋହଲାଇ ଦେଇଛି । ଏହି ଆକ୍ରମଣରେ ସହିଦ ହୋଇଛନ୍ତି ୪୫ ଯବାନ ଏବଂ ୩୫ରୁ ଅଧିକ ଯବାନ ଆହତ ହୋଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆକ୍ରମଣ ପରେ କହିଛନ୍ତି ଯେ  ଆମ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ସେ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଏହା କାପୁରୁଷଙ୍କ କାମ ବୋଲି କହିଛନ୍ତି ଓ ସହିଦ ଯାବନଙ୍କ ବଳିଦାନ ଖାଲିଯିବ ନାହିଁ ବୋଲି କହିଛନ୍ତି ।

ଜୈସ-ଇ-ମହମ୍ମଦ ସଂଗଠନ ଏହି ସବୁ କରିଥିବାର ସୂଚନା ମିଳିଛି, ଯେଉଁ କାରରେ ବିସ୍ଫୋରକ ରଖି ବସ ସହ ଧକ୍କା କରଯାଇଥିଲା ସେଥିରେ ଆଦିଲ ଅହମ୍ମଦ ନାମକ ଆତଙ୍କବାଦୀ ଥିଲା ଯିଏ ଏହି ସଂଗଠନ ପାଇଁ କାମ କରେ । ସେ ସେହି କାରକୁ ଯବାନ ମାନଙ୍କ ବସ ସହ ଧକ୍କା କରାଇ ନିଜକୁ ମାରିବା ସହ ଆମ ଦେଶର କେତେ ବୀର ଯାବନ ମାନଙ୍କ ଜୀବନ ମଧ୍ୟ ନେଇ ଯାଇଛି । ସେଥିପାଇଁ ସରକାର ସେହି ସଙ୍ଗଠନକୁ ଏକ ଏଭଳି ଶିକ୍ଷା ଦେବା ପାଇଁ ନିସ୍ପତି ନେଇଛି ଯାହା ସେମାନେ କେବେ ବି ଭୁଲିପାରିବେ ନାହିଁ ।  ଜେଟଲୀ କହିଛନ୍ତି , ସହିଦ ମାନଙ୍କୁ ଆମେ ସାଲ୍ୟୁଟ କରୁଛୁ ଏବଂ ଆମେ ତାଙ୍କ ପରିବାରବର୍ଗଙ୍କ ସହ ସର୍ବଦା ଠିଆ ହେବୁ ।

ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ବିଷୟରେ କହିଛନ୍ତି କି ଗୃହ ମନ୍ତ୍ରାଳୟ ଏହି ଘଟଣା ଉପରେ ପୁରା ନଜର ରଖିଛି । ଏହି ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ କାଶ୍ମୀର ରାଜ୍ୟପାଳ, ସିଆରପିଏଫ ଡିଜି ଓ ଗୃହ ସଚିବଙ୍କ ସହ ରାଜନାଥ କଥା ହୋଇଛନ୍ତି । ସେପଟେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଏହା କାପୁରୁଷଙ୍କ କାମ ।  କଂଗ୍ରେସ ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ କହିଛି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଭାରତ ପାଇଁ ସବୁଠାରୁ ବଡ ବିପଦ । ଏହି ଆକ୍ରମଣ ପରେ ମୋଦୀ ସରକାର କଣ ପଦକ୍ଷପ ନେବେ ତାହା ଜାଣିବାକୁ ସମସ୍ତେ ଆଗ୍ରହୀ ଅଛନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି ।