ଉରି ପରେ ଏବେ ପୁଲୱାମାରେ ହୋଇଛି ଆତଙ୍କୀ ଆକ୍ରମଣ ! ୪୦ ଯବାନ ସହିଦ, ପିଏମ ମୋଦୀ କଥା ହେଲେ NSA ଅଜିତ ଡୋଭାଲଙ୍କ ସହ, କଣ ଏଥର ବି ହେବ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ?

ଆମ ଦେଶରେ ଯେମିତି ଏହି ଆତଙ୍କବାଦୀଙ୍କର ଦୌରାତ୍ମ୍ୟ କମ ହେବାର ନାଁ ନେଊ ନାହିଁ । ଉରିରେ ହୋଇଥିବା ଆତଙ୍କି ଆକ୍ରମଣର ନିଆଁ ଲିଭି ହିଁ ଥିଲା କି ଆଉ ଏକ ଆକ୍ରମଣ ପୁଣି ଆମ ଦେଶର ଯବାନଙ୍କ ଜୀବନ ନେଇଯାଇଛି । ଜମ୍ମୁ-କାଶ୍ମୀରର ପୁଲୱାମାର ଅବନ୍ତିପୁରାରେ ଏକ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି । ଯେଉଁଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି ଏବଂ ୪୫ରୁ ଅଧିକ ଯବାନ ଆହତ ହୋଇଛନ୍ତି । ତେବେ ଏହି ଘଟଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ପୂର୍ବତନ ଭାରତୀୟ ସେନାଧ୍ୟକ୍ଷ ବି.କେ ସିଂହ ଏହି ଘଟଣା ପରେ ଆତଙ୍କବାଦୀଙ୍କୁ ମାନଙ୍କୁ କଡା ଜବାବ ଦିଆଯିବ ଓ ସହିଦଙ୍କ ପ୍ରତିଟି ରକ୍ତବିନ୍ଦୁର ହିସାବ ନିଆଯିବ ବୋଲି କହିଛନ୍ତି । ସେମାନଙ୍କ ବଳିଦାନ ବ୍ୟର୍ଥ ଜୀବ ନାହିଁ କହିଛନ୍ତି ସେନାଦକ୍ଷ ।

ଆକ୍ରମଣ କେମିତି ଓ କେଉଁଠି ହୋଇଥିଲା:

ଏହି ଆକ୍ରମଣ ଜମ୍ମୁ-କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ହାଇୱେରେ ସିଆରପିଏଫର ଯବାନ ମାନେ ୧୦ରୁ ଅଧିକ ବସରେ ଯାଉଥିବା ବେଳେ ପୁଲୱାମାର ଅବନ୍ତିପୁରା ଅଞ୍ଚଳରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ । ସେହି ବସ ମଧ୍ୟରୁ ସିଆରପିଏଫର କେବଳ ଦୁଇଟି ବସକୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ । ଯବାନଙ୍କ ବସ୍ ସହ ଆଇଇଡି ବିସ୍ଫୋରକ ଭର୍ତ୍ତି ହୋଇଥିବା ଏକ କାରକୁ ଧକ୍କା କରିଥିଲେ ଆତଙ୍କବାଦୀ । ଯେଉଁଥିପାଇଁ ଘଟଣାସ୍ଥଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା ଓ ସେଥିରେ ୩୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଜୈସ-ଇ-ମହମ୍ମଦ ନିଜକୁ ଦାୟୀ କରିଛି ।

ବର୍ତ୍ତମାନ ସାରା ଦେଶରେ ଏହି ବିଷୟକୁ ନେଇ ବହୁତ ସରଗରମ ଦେଖିବାକୁ ମିଳୁଛି । ସମସ୍ତ ନେତା ମନ୍ତ୍ରୀ ମାନେ ଏହି ବିଷୟରେ ଆଲୋଚନା କରୁଛନ୍ତି ଓ ଏହା ଉପରେ କଣ ପଦକ୍ଷପ ନିଆଯିବ ସେହି ବିଷୟରେ ଚିନ୍ତା ଓ ଚର୍ଚ୍ଚା ଚାଲିଛି । ଯେଉଁଥିରେ ମୋଦୀ କହିଛନ୍ତି କି ଆତଙ୍କବାଦୀ ମାନଙ୍କୁ କଡା ଜବାବ ଦିଆଜୀବ , ସେମାନଙ୍କ ବଳିଦାନ ଏମିତି ହିଁ ବ୍ୟର୍ଥ ଜୀବ ନାହିଁ । ତେବେ ଏବେ କେବଳ ଦେଖିବାର ଅଛି ଭାରତ ସରକାର ଏହି ବିଷୟ ଉପରେ କଣ ପଦକ୍ଷପ ନେଉଛି ।