“ତେଲ ତେଲି ଏକାଠି ହେବେ ପିଡିଆ ପଡିବ ପଦାରେ” – Babushan ଓ Prakruti ଙ୍କ ଆଫେୟାରକୁ ନେଇ କାହିଁକି ଏମିତି କହିଲେ ବାପା Manmath Mishra ?

ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କ ଏବେ ସାରା ଓଡିଶାରେ ଚର୍ଚ୍ଚା ର ବିଷୟ ସାଜିଛି । ବାବୁଶାନଙ୍କ ପତ୍ନୀ ତୃପ୍ତି ରାସ୍ତା ଉପରେ ସେମାନଙ୍କୁ ମାଡ ମାରିବା ସମର ଭିଡିଓ ଭାଇରାଲ ହେବା ପରେ ସମସ୍ତ ଗଣମାଧ୍ୟମରେ କେବଳ ବାବୁଶାନଙ୍କ ବୈବାହିକ ଜୀବନ ଓ ପ୍ରେମ ସମ୍ବନ୍ଧକୁ ନେଇ ଆଲୋଚନା ତର୍କବିତର୍କ ଲାଗିରହିଛି । ବାବୁଶାନଙ୍କ ପତ୍ନୀ ତୃପ୍ତି ନିଜେ ଗଣମାଧ୍ୟମରେ ସ୍ପଷ୍ଟ ଭାବେ ବାବୁଶାନ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ଅନେକ କଥା ଲୋକଲୋଚନକୁ ଆଣିଛନ୍ତି ।

ସେପଟେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ଝିଅ ସପକ୍ଷରେ ଅନେକ ମତାମତ ଦେଇଛନ୍ତି । ତୃପ୍ତି ମିଡିଆରେ କହିଥିଲେ କି, ପ୍ରକୃତି ମିଶ୍ର ବାବୁଶାନଙ୍କୁ ବ୍ଲାକମେଲ କରୁଛନ୍ତି ବୋଲି ବାବୁଶାନ ତାଙ୍କୁ କହିଥିଲେ । ତାଙ୍କୁ ଛାଡିକି ଗଲେ ହାତ କାଟିଦେବି, ଛାତରୁ ଡେଇଁ ପଡିବି ଆଦି ଧମକ ଦେବା ସହ କେଉଁ ଜାଗାରେ ଲେଖିକି ମଧ୍ୟ ରଖିଛନ୍ତି କି, ମୋର ଯଦି କିଛି ହୁଏ ତେବେ ବାବୁଶାନ ଓ ତାଙ୍କ ଫ୍ୟାମିଲି ଏଥିପାଇଁ ଦାୟୀ । ଏନେଇ ମନ୍ମଥ ମିଶ୍ର କହିଛନ୍ତି କି, ପ୍ରକୃତିର କୌଣସି ଅଭାବ ନାହିଁ ।

ସେ କଣ ପାଇଁ ଏଭଳି କାମ କରିବ । ବାବୁଶାନଙ୍କୁ ବ୍ଳାକମେଲ କରିବାର ପ୍ରକୃତି ପାଖେ କୌଣସି କାରଣ ନାହିଁ ବୋଲି କହିଛନ୍ତି । ଥରେ ଏକ ବିଜ୍ଞାପନ ଶୁଟିଙ୍ଗ ପାଇଁ କୌଣସି ଏକ ହୋଟେଲକୁ ଯାଇଥିବା ବେଳେ ସେଠାରେ ପ୍ରକୃତି ବାବୁଶାନଙ୍କୁ ଶୀଘ୍ର ଆସିବା ପାଇଁ ଛାଡୁ ନଥିଲେ । ତେଣୁ ବାବୁଶାନ ବିରକ୍ତ ହୋଇ ପ୍ରକୃତିଙ୍କୁ ତଣ୍ଟିଆ ଦେଇଥିଲେ ବୋଲି ତୃପ୍ତି କହିଥିଲେ ।

ଏନେଇ ମନ୍ମଥ ମିଶ୍ର କହିଛନ୍ତି, ଯଦି ଏକଥା ସତ ହୋଇଥାଏ ଓ ସେତେବେଳେ ବାବୁ ପ୍ରକୃତିକୁ ତଣ୍ଟିଆ ଦେଇଥିଲା ତେବେ ଏବେବି ତଣ୍ଟିଆ ଦେଇ ପ୍ରକୃତିକୁ ଦୂରେଇ ଦେଉ । ଏହାସହ ସେ କହିଛନ୍ତି ବାବୁଶାନ ଓ ତୃପ୍ତି ଏକାଠି ହେଲେ ସେ ସବୁଠୁ ଅଧିକ ଖୁସି ହେବେ । କିନ୍ତୁ ବାବୁଶାନ ଯଦି ତାଙ୍କ ପାଖକୁ ଫେରୁ ନାହାନ୍ତି ତେବେ ଏହା ତାଙ୍କର ସମସ୍ଯା । ବଡ ହେବା ପରେ ପିଲାମାନେ ଆଉ କାହା ହାତରେ ରୁହନ୍ତିନି । ମୋ ପିଲା ବି ସେମିତି ନିଜ ଗୋଡରେ ନିଜେ ଠିଆ ହେଇଛି ଭଲ କ୍ଯାରିୟର ବନେଇଛି ।

କଥାରେ ଅଛି, ତେଲ ତେଲି ଏକାଠି ତ ପିଡିଆ ବାହାରେ । ତେଣୁ ଯିଏ ତେଲ ତେଲି ହୋଇଥିବେ ସେମାନେ ଏକାଠି ହେବେ ଆଉ ପିଡିଆ ପଦାରେ ପଡିବ । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଏଭଳି ମନ୍ତବ୍ୟକୁ ନେଇ ଆପଣଙ୍କ ପ୍ରତିକ୍ରିୟା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।