ଗୁରୁ Anubhav ଙ୍କ ଠାରୁ ଶିଖିଗଲେ କି ରାତିଅଧିଆ ଭିଡିଓ ପୋଷ୍ଟ କରିବା ? Babushan ଙ୍କ ରାତିଅଧିଆ ଭିଡିଓ ପୋଷ୍ଟକୁ ନେଇ ଜୋର ଧରିଛି ଚର୍ଚ୍ଚା

ଏବେ ସବୁଆଡେ ସେହି ଗୋଟିଏ କଥା କି, ବଡ ଭାଇ ଅନୁଭବଙ୍କ ଠାରୁ ସାନ ଭାଇ ଅନୁଭବ କଣ ଶିଖିଗଲେ କି ? ଯେତେବେଳେ ଅନୁଭବ ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା ସେତେବେଳେ ରାତି ଅଧିଆ ଭିଡିଓ ପୋଷ୍ଟ କରୁଥିଲେ ଅନୁଭବ ମହାନ୍ତି । ଆଉ ଏବେ ବାବୁଶାନ ଓ ତାଙ୍କ ପ୍ରେମିକ ପ୍ରକୃତି ମିଶ୍ର ଚର୍ଚ୍ଚାର ବିଷୟ ସାଜିଥିବା ବେଳେ ବଡ ଭାଇ ଅନୁଭବଙ୍କ ଠାରୁ ବାବୁଶାନ ଶିଖିଗଲେ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି ।

ଆଉ କେହି କେହି କହୁଛନ୍ତି ଅନୁଭବ ଗୁରୁ ହୋଇଥିବା ବେଳେ ବାବୁଶାନ ହେଉଛନ୍ତି ତାଙ୍କ ଶିଷ୍ୟ । ଏହାସହ ଆଉ କେହି କହୁଛନ୍ତି, ବାବୁଶାନ ଓ ଅନୁଭବଙ୍କ ମଧ୍ୟରେ ଦଣ୍ଡେ ବି ପଡେନାହିଁ ଓ ବାବୁଶାନ “ଦାଦାଗିରି” ମଞ୍ଚକୁ ଏକ ସୁଯୋଗ ବୋଲି ଭାବୁଥିଲେ । ସେହି ମଞ୍ଚରୁ କୁଆଡେ ଅନୁଭବଙ୍କୁ ଗୁରୁ ବନେଇ ବାବୁଶାନ ନିଜେ ଚେଲ୍ଲା ପାଲଟି ଯାଇଛନ୍ତି । ସେହି ମଞ୍ଚରେ ସେମାନେ ସାଙ୍ଗ ହୋଇ ଫଟୋ ଉଠାଇବା ସହ ଗୋଟିଏ ଖାତାରେ ନାଁ ଲେଖାଇଥିଲେ ।

ତେଣୁ ଚର୍ଚ୍ଚା ହେଉଛି କି ଅନୁଭବ କେଉଁ ରାସ୍ତାରେ ଯାଇଥିଲେ ଏବେ ଶିଷ୍ୟ ବାବୁଶାନ ବି ସେହି ରାସ୍ତାରେ ଯାଉଛନ୍ତି । ଅନୁଭବ ଯେମିତି ରାତି ଅଧିଆ ଭିଡିଓ ପୋଷ୍ଟ କରି ଅନେକ ଗୁଡିଏ କଥା କହୁଥିଲେ ଠିକ ସେମିତି ବାବୁଶାନ ମଧ୍ୟ ରାତିଅଧରେ ଭିଡିଓ ପୋଷ୍ଟ କରିଛନ୍ତି । ରାଜଧାନୀର ରାଜରାସ୍ତାରେ ହାଇଡ୍ରାମାରେ ପରେ ରାତିଅଧରେ ଭିଡିଓ ପୋଷ୍ଟ କରିଛନ୍ତି ବାବୁଶାନ । ବାବୁଶାନ କହିଛନ୍ତି କି, ସେ ଜାଣିଛନ୍ତି ଭାଇରାଲ ଭିଡିଓ ଦେଖି ଆପଣମାନେ ଖୁବ ମଜା ନେଉଥିବେ ।

କିନ୍ତୁ ସେ ଉତ୍କଳ ଦିବସ ପାଳିବା ପାଇଁ ଚେନ୍ନାଇ ଯାଇଛନ୍ତି । ପ୍ରକୃତି ମିଶ୍ରଙ୍କୁ ମଧ୍ୟ ତାଙ୍କ ସହ ନିମନ୍ତ୍ରଣ କରା ଯାଇଥିଲା । ଏହାସହ ସେ ଚେନ୍ନାଇରେ ଫିଲ୍ମ ପ୍ରମୋଶନ ସହ ଆଉ ଏକ ନୂଆ ଫିଲ୍ମର ଘୋଷଣା କରିବାର ଥିଲା । ହେଲେ ତାଙ୍କ ଘରେ ଏତେ ଅସୁବିଧା ଚାଲିଛି ବୋଲି ସେ କୁଆଡେ ଜାଣି ନଥିଲେ । ଯଦି ଏବେ ଅସୁବିଧା ଅଛି ତେବେ ଏଣିକି ସେ ଆଉ ପ୍ରକୃତିଙ୍କ ସହ ଫିଲ୍ମ କରିବେ ନାହିଁ ବୋଲି ରାତିଅଧିଆ ଭିଡିଓରେ କହିଛନ୍ତି ।

ଏହାସହ ସେ କହିଛନ୍ତି କି, ଦରକାର ପଡିଲେ ଅନ୍ୟ କୌଣସି ନାୟିକାଙ୍କ ସହ ମଧ୍ୟ ସେ ଫିଲ୍ମ କରିବେ ନାହିଁ । ପରିବାର ସହ ରହିବେ ଓ ସେମାନଙ୍କର ପ୍ରତ୍ଯେକ କଥା ମାନିବେ । ତେବେ ସମୟ କହିବ କେଉଁ ପାଣି କୁଆଡେ ଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।