“ବମ୍ବେରେ ହିରୋ ହିରୋଇନ 5ଟା 6ଟା ବାହା ହେଉଛନ୍ତି କଣ ହେଲା ସେଠୁ…” Babushan ଓ Prakruti ଙ୍କ ଆଫେୟାରକୁ ନେଇ ଏହି ଫ୍ୟାନ ଜଣକ କଣ କହିଲେ ଦେଖନ୍ତୁ

ବର୍ତ୍ତମାନ ସବୁ ସୋସିଆଲ ମିଡିଆରେ ବାବୁଶାନ ଓ ପ୍ରକୃତିଙ୍କୁ ବାବୁଶାନଙ୍କ ପତ୍ନୀ ତୃପ୍ତି ଆକ୍ରମଣ କରିବା ସମୟର ଭିଡିଓ ଭାଇରାଲ ହେଉଛି । ସବୁଆଡେ ଏହି ଘଟଣାକୁ ନେଇ ଜୋର ଧରିଛି । ଏହି ଷ୍ଟାର ପରିବାର ମାମଲା ରାସ୍ତାରୁ ଆରମ୍ଭ ହୋଇ ଥାନାରେ ଯାଇ ମଧ୍ୟ ପହଞ୍ଚି ସାରିଛି । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଝିଅ ଉପରେ ଆକ୍ରମଣ କରାଯାଇଛି । ଆଉ ଏପଟେ ବାବୁଶାନଙ୍କ ପତ୍ନୀ, ତାଙ୍କ ମାଆ ଅପରାଜିତା ଓ ଶାଶୁ-ଶ୍ଵଶୁର ମଧ୍ୟ ଥାନାକୁ ଯାଇ ପ୍ରକୃତି ମିଶ୍ରଙ୍କ ନାଁରେ ଏତଲା ଦେଇଛନ୍ତି ।

ଓଲିଉଡର ଆଗଧାଡିର ଅଭିନେତା ବାବୁଶାନଙ୍କ ଅନେକ ଫ୍ୟାନ୍ସ ରହିଛନ୍ତି ଓ ପ୍ରକୃତି ମିଶ୍ରଙ୍କର ମଧ୍ୟ ପ୍ରଶଂସକ ରହିଛନ୍ତି । ଉଭୟଙ୍କ ଫ୍ୟାନ୍ସ ଥାନା ସାମ୍ନାରେ ଭିଡ ଜମାଇଥିବା ବେଳେ ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହୀ ହେଉଛନ୍ତି । ତେବେ ବାବୁଶାନ ଓ ପ୍ରକୃତିଙ୍କ ପରକୀୟାପ୍ରୀତିକୁ ନେଇ ଅନେକ ଫ୍ୟାନ୍ସ ନିଜର ମତାମତ ଦେଇଛନ୍ତି । ଅନେକ ଫ୍ୟାନ୍ସ କହିଛନ୍ତି କି, ବାବୁଶାନ ଯଦି ତାଙ୍କ ପତ୍ନୀ ତୃପ୍ତିଙ୍କୁ ଡିଭୋର୍ସ ଦେଇ ପ୍ରକୃତି ମିଶ୍ରଙ୍କୁ ବାହା ହେବେ ତେବେ ଏହା ଅନ୍ୟାୟ ହେବ ।

କେବେବି ସେମାନେ ଏହା ଚାହିଁବେନି କି ତାଙ୍କୁ ଭଲ ଲାଗିବନି । ସ୍ତ୍ରୀ ଓ ପିଲା ଥାଉ ଥାଉ ଏଭଳି ବାହାରେ ପ୍ରେମ କରି ଦୁନିଆକୁ ଖରାପ ବ୍ସିଅୟ ଶିଖାଉଛନ୍ତି ବୋଲି ଜଣେ ମହିଳା ପ୍ରଶଂସକ କହିଛନ୍ତି । ଜଣେ ଫିଲ୍ମ ଷ୍ଟାର ଯଦି ଏଭଳି କରିବେ ତେବେ ସାଧାରଣ ଲୋକ ମଧ୍ୟ ତାଙ୍କୁ ଦେଖି ଖରାପ ବିଷୟ ସବୁ ଶିଖିବେ ।

ତେଣୁ ବାବୁଶାନ ଏଭଳି ନକରି ପୁଣି ଥରେ ପତ୍ନୀଙ୍କ ସହ ସବୁ ସମାଧାନ କରି ମିଶିକି ଚଳିବା ଉଚିତ ବୋଲି ଆଉ ଜଣେ ପ୍ରଶଂସକ କହିଛନ୍ତି । ଅଭିନେତାମାନେ ଫିଲ୍ମ ଲାଇନରେ ଅନେକ ଅଭିନେତ୍ରୀଙ୍କ ସହ କାମ କରନ୍ତି ଓ ବନ୍ଧୁତା ରଖନ୍ତି । ସେସବୁ ମନା ନାହିଁ କିନ୍ତୁ ଯଦି ଏଭଳି ପ୍ରେମ ସମ୍ପର୍କ ରଖୁଛନ୍ତି ତେବେ ଏହା ସଂପୂର୍ଣ୍ଣ ଭୁଲ ବୋଲି ଅଧିକାଂଶ ପ୍ରଶଂସକ ନିଜର ମତ ରଖିଛନ୍ତି । ସେପଟେ ଆଉ ଜଣେ ପ୍ରଶଂସକ କହିଥିଲେ କି, ଏହା ତାଙ୍କ ଫ୍ୟାମିଲି ମ୍ୟାଟର ।

ଯଦି ସେମାନେ ବାହା ହେବାକୁ ଚାହୁଁଛନ୍ତି ତେବେ ବାହା ହୁଅନ୍ତୁ ଅସୁବିଧା କଣ । ବମ୍ବେରେ ଫିଲ୍ମ ଷ୍ଟାର ହିରୋ ହିରୋଇନ ମାନେ ୫ଟା ୬ଟା ଲେଖାଏଁ ବାହା ହେଉଛନ୍ତି । ତେବେ ଏହି ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।