ବିବାଦ ପରେ ଚେନ୍ନାଇରେ ଦେଖିବାକୁ ମିଳିଲେ Babushan ଓ Prakruti, ସତରେ ଫିଲ୍ମ ପ୍ରମୋଶନ ପାଇଁ ଯାଇଛନ୍ତି ନା ଏହା ଏକ ବାହାନା ଥିଲା ?

ରାଜଧାନୀ ରାଜରାସ୍ତାରେ ବାବୁଶାନ ମହାନ୍ତି ଓ ତାଙ୍କ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ବାବୁଶାନଙ୍କ ପତ୍ନୀ ତୃପ୍ତି ମାରପିଟ କରିବା ପରେ ଏହି ଘଟଣାକୁ ନେଇ ଚାରିଆଡେ ମାହୋଲ ସରଗରମ ରହିଛି । ପ୍ରକୃତି ତୃପ୍ତିଙ୍କ ପରିବାର ଧ୍ଵଂସ କରିଛନ୍ତି ଓ ଏବେ ଏକାଠି ସେମାନେ କୁଆଡେ ବାହାରକୁ ଯିବାର ଯୋଜନା କରୁଥିବା ନେଇ ଅଭିଯୋଗ ଆଣିଥିଲେ ତୃପ୍ତି । ପ୍ରକୃତି କିନ୍ତୁ ବାବୁଶାନଙ୍କ ସମ୍ପର୍କକୁ ଅସ୍ଵୀକାର କରିବା ସହ ସେମାନେ ଏକ ନୂଆ ଫିଲ୍ମର ଘୋଷଣା କରିବା ପାଇଁ ଚେନ୍ନାଇ ଅଭିମୁଖେ ଯାଉଥିବା କଥା ଜଣାଇଥିଲେ ।

ବାବୁଶାନ ଓ ପ୍ରକୃତି ସେମାନଙ୍କ ଆଗାମୀ ଫିଲ୍ମ “ଦମନ” ରେ ଏକାଠି କାମ କରିବାର ଦେଖିବାକୁ ମିଳିବ । ଆଉ ବାବବିବାଦ ପରେ ବି ଏହି ଫିଲ୍ମର ପ୍ରମୋଶନ ପାଇଁ ସେମାନେ ଚେନ୍ନାଇରେ ଏକାଠି ପହଞ୍ଚିଛନ୍ତି । ଚେନ୍ନାଇରେ ଥିବା ଉତ୍କଳ ଆସୋସିଏସନ ଅଫ ମାଡ୍ରାସ ଆସନ୍ତା କାଲି ୮୬ତମ ଉତ୍କଳ ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ ଚେନ୍ନାଇ ଓଡିଆ ସଂଗଠନର ସଦସ୍ୟମାନେ ବାବୁଶାନଙ୍କ ସମେତ ଅନ୍ୟ ସଦସ୍ୟ ମାନନୁ ସ୍ଵାଗତ କରିଛନ୍ତି ।

ତେବେ ଗତକାଲି ଭୁବନେଶ୍ବରରେ ଘଟିଥିବା ଅଭାବନୀୟ ଘଟଣା ପରେ ବାବୁଶାନ ମହାନ୍ତିଙ୍କୁ ଚେନ୍ନାଇରେ ଦେଖିବାକୁ ମିଳିଛି । ସେହିପରି ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଏୟାରପୋର୍ଟରୁ ଓହ୍ଲାଇ ସିଧାସଳଖ ହୋଟେଲକୁ ଚାଲି ଯାଇଥିଲେ । ସେପଟେ ବାବୁଶାନଙ୍କ ପତ୍ନୀ ତୃପ୍ତି କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ପ୍ରକୃତିଙ୍କ ସହ ବାବୁଶାନଙ୍କର ପ୍ରେମ ସମ୍ପର୍କ ଚାଲିଛି ।

ସେମାନଙ୍କୁ ସେ ଅନେକ ସମୟରେ ଏକାଠି ଧରିଛନ୍ତି । କିନ୍ତୁ ପରିବାର କଥା ଚିନ୍ତା କରି ଚୁପ ରହୁଥିଲେ । ବାରମ୍ବାର ଏପରି ହେବା ପରେ ଅସହ୍ୟ ହେବାରୁ ସେ ବାଧ୍ୟ ହୋଇ ତାଙ୍କୁ ଫଲୋ କରିଥିଲେ ଓ ରାତି ସାଢେ ତିନିଟାରୁ ଯାଇ ଗେଷ୍ଟ ହାଉସ ବାହାରେ ସେମାନେ ବାହାରକୁ ବାହାରିବା ପାଇଁ ଅପେକ୍ଷା କରିଥିଲେ । ଏହାପରେ ସେ ବାବୁଶାନ ଓ ପ୍ରକୃତିଙ୍କୁ ଏକାଠି କଣ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଟଣାଓଟରା ଓ ମାରପିଟ କରିଥିଲେ ।

ବାବୁଶାନ ସେଠାରୁ କୌଣସିମତେ ଖସି ପଳାଇଥିବା ବେଳେ ପ୍ରକୃତିଙ୍କୁ କିଛି ସମୟ ପାଇଁ ତୃପ୍ତି ଘେରିଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏବେ ପ୍ରକୃତି ଓ ବାବୁଶାନଙ୍କୁ ଚେନ୍ନାଇରେ ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।