“Prakruti Mishra କଣ, ଦରକାର ହେଲେ ଅନ୍ୟ ହିରୋଇନଙ୍କ ସହ ବି…” ରାତିଅଧରେ ଭିଡିଓ ପୋଷ୍ଟ କରି ଏମିତି କହିଲେ Babushan Mohanty

“ନମସ୍କାର, ମୁଁ ବାବୁଶାନ । ମୁଁ ଜାଣିଛି ମୋର ଭାଇରାଲ ଭିଡିଓ ଦେଖିକି ଆପଣମାନେ ବହୁତ ମଜା ନେଉଥିବେ । କିନ୍ତୁ ମୁଁ ଗୋଟେ ଜିନିଷ କହିବା ପାଇଁ ଚାହୁଁଛି, ମୁଁ ଚେନ୍ନାଇ ଆସିଛି ଉତ୍କଳ ଦିବସ ପାଳିବା ପାଇଁ ଓ ଏଠିକା ଓଡିଆ ଆସୋସିଏସନ ପାଇଁ । ଯେଉଁଥିରେ ପ୍ରକୃତି ମିଶ୍ର ବି ନିମନ୍ତ୍ରିତ ହେଇଥିଲେ । ମୁଁ ଏଠିକି ଆସିଥିଲି ମୋ ପିକ୍ଚରର ପ୍ରମୋଶନ କରିବା ପାଇଁ ଆଉ ଗୋଟିଏ ନୂଆ ପିକ୍ଚରର ଆନାଉନ୍ସ କରିବା ପାଇଁ ତାଙ୍କ ସହିତ । ମୁଁ ଜାଣି ନଥିଲି ଯେ ମୋ ଘରେ ଏତେ ଅସୁବିଧା ଚାଲିଛି ବୋଲି ।

ତ ମୁଁ ଏଇନା କହୁଛି, ଯଦି ଏତେ ଅସୁବିଧା ଅଛି ମୁଁ ସେ ପିକ୍ଚର ଟି ବି କରିବିନି ଏବଂ ତାଙ୍କ ସାଙ୍ଗେ ବି ସିନେମା କରିବିନି । ଆଉ ଦରକାର ପଡିଲେ କୌଣସି ହିରୋଇନ ମାନଙ୍କ ସାଙ୍ଗେ କାମ କରିବି ନାହିଁ । ଧନ୍ୟବାଦ । ଜୟା ଜଗନ୍ନାଥ ।” ଗତକାଲି ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ଓ ତର୍କବିତର୍କ ଲାଗିରହିଛି ।

ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ତାଙ୍କ ଝିଅ ଉପରେ ଆକ୍ରମଣ ହୋଇଛି ବୋଲି ଥାନାରେ ଏତଲା ଦେଇଥିବା ବେଳେ ବାବୁଶାନଙ୍କ ପତ୍ନୀ ତୃପ୍ତି, ତାଙ୍କ ମାଆ ଅପରାଜିତା ଓ ଶାଶୁ-ଶ୍ଵଶୁର ମଧ୍ୟ ପ୍ରକୃତିଙ୍କ ନାଁରେ ଏତଲା ଦେଇଛନ୍ତି । ଏସବୁ ପରେ ବାବୁଶାନ ରାତିଅଧରେ ଏକ ଭିଡିଓ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି ।

ସେ ନିଜ ଭିଡିଓରେ ଏକ ପ୍ରକାର ପ୍ରକୃତିଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ଅସ୍ଵୀକାର କରିଥିବା ଚର୍ଚ୍ଚା ହେଉଛି । କାରଣ ସେ ସଫେଇ ଦେଇଛନ୍ତି କି , ପ୍ରକୃତି ଓ ତାଙ୍କୁ ଉତ୍କଳ ଓଡିଆ ଆସୋସିଏସନ ଅଫ ମାଡ୍ରାସ ତରଫରୁ ୮୬ତମ ଉତ୍କଳ ଦିବସ ପାଳନ କରିବା ପାଇଁ ନିମନ୍ତ୍ରଣ କରା ଯାଇଥିଲା । ତେଣୁ ସେମାନେ ଏକାଠି ଏୟାରପୋର୍ଟ ଯାଉଥିଲେ ।

ସେହି ସମୟରେ ତାଙ୍କ ପତ୍ନୀ ସେଠାରେ ପହଞ୍ଚି ପଚରାଉଚରା କରିବା ପରେ ବିବାଦ ବଢିଥିଲା । କିନ୍ତୁ ଏହାପରେ ମଧ୍ୟ ବାବୁଶାନ ଓ ପ୍ରକୃତି ଚେନ୍ନାଇରେ ପହଞ୍ଚିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।