ଜିମ୍ବାୱେ ମ୍ଯାଚରେ ଟିମ୍ ଇଣ୍ଡିଆ ପାଇଁ ବାଧକ ସାଜିବ କି ବର୍ଷା ? ଯଦି ବର୍ଷା ଯୋଗୁ ମ୍ଯାଚ ରବ୍ଦ ହୁଏ ତେବେ କଣ ହେବ ଭାରତର ସ୍ଥିତି ? ଜାଣନ୍ତୁ ଭାରତ SF ରେ ପହଞ୍ଚିବାର ସଂପୂର୍ଣ୍ଣ ସମୀକରଣ

ସେମିଫାଇନାଲକୁ ଯିବା ପୂର୍ବରୁ ଟିମ୍ ଇଣ୍ଡିଆ  ଆସନ୍ତା 6 ତାରିଖରେ ଜିମ୍ବାୱେ ସହ ଆଉ ଏକ ମ୍ଯାଚ ଖେଳିବାକୁ ଯାଉଛି । କିନ୍ତୁ ଏହି ମ୍ଯାଚରେ ଯଦି ବର୍ଷା ବାଧକ ସାଜେ ତେବେ ପଏଣ୍ଟ ଟେବୁଲର ସମୀକରଣ କଣ ହେବ ଏହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ପଡିଲେଣି । ଟିମ୍ ଇଣ୍ଡିଆର ସେମିଫାଇନାଲରେ ପହଞ୍ଚିବା ନେଇ ବାଧା ସୃଷ୍ଟି କରିବ କି ବର୍ଷା  ? ନା ଏକ ପଏଣ୍ଟ ପାଇଲେ ବି ଟିମ୍ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚିଯିବ ? ତେବେ ଏହାର ଜବାବ ପାଇଁ ଆପଣଙ୍କୁ ପଏଣ୍ଟ ଟେବୁଲକୁ ଭଲଭାବେ ବୁଝିବାକୁ ହେବ ।

ବର୍ତ୍ତମାନ ଚାରୋଟି ମ୍ଯାଚରେ 6 ପଏଣ୍ଟ ସହ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷରେ ଥିବାବେଳେ ସାଉଥ ଆଫ୍ରିକା 5 ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି । ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବା ପାକିସ୍ତାନ ଓ ବାଂଲାଦେଶ ଉଭୟ 4 ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି । ତେବେ ଭାରତ  ଯଦି ଜିମ୍ବାୱେ ସହ ମ୍ଯାଚ ଜିତିଯାଉଛି ତେବେ ଆହୁରି 2 ପଏଣ୍ଟ ହାସଲ କରି 8 ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିବ । କିନ୍ତୁ ଯଦି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେଉଛି ତେବେ 1 ପଏଣ୍ଟ ସାମିଲ ହୋଇ ସମୁଦାୟ 7 ପଏଣ୍ଟ ପାଇବ ।

ଅନ୍ୟପଟେ ସେହିପରି ନେଦରଲ୍ୟାଣ୍ଡ ସହ ମ୍ଯାଚ ଖେଳିବା ସାଉଥ ଆଫ୍ରିକା । ସାଉଥ ଆଫ୍ରିକା ଯଦି ମ୍ଯାଚ ଜିତୁଛି ତେବେ ସମୁଦାୟ 7 ପଏଣ୍ଟ ପାଇବ । ଏ କ୍ଷେତ୍ରରେ ସାଉଥ ଆଫ୍ରିକା ପ୍ରଥମ ପଏଣ୍ଟ ଟେବୁଲର ଶୀର୍ଷରେ ରହିବାର ସମ୍ଭାବନା ବଢୁଛି । ଟିମ୍ ଇଣ୍ଡିଆ ମଧ୍ୟ ଯଦି ଜିମ୍ବାୱେ ସହ ମ୍ଯାଚ ହାରିଯାଏ ତେବେ ପଏଣ୍ଟ ଟେବୁଲର ସମୀକରଣ ଓଲଟି ଯାଇପାରେ । ତେଣୁ ଏହି ସମୀକରଣ ଉଭୟ ଟିମ୍ ଇଣ୍ଡିଆ ଏବଂ ସାଉଥ ଆଫ୍ରିକାର ଆଗାମୀ ମ୍ଯାଚର ରେଜଲ୍ଟ ହିଁ ଉପରେ ନିର୍ଭର କରେ ।

ଯଦି ବର୍ଷା ହୁଏ କିମ୍ବା ମ୍ଯାଚ ଜିତେ ତେବେ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷରେ ରହିବ । ଯଦି ମ୍ଯାଚ ହାରିଯାଏ ଏବଂ ସାଉଥ ଆଫ୍ରିକା ମଧ୍ୟ ନେଦରଲ୍ୟାଣ୍ଡ ସହ ମ୍ଯାଚ ହାରିଯାଏ ତେବେ ବି ଇଣ୍ଡିଆ ପ୍ରଥମ ସ୍ଥାନରେ ରହିବ । କିନ୍ତୁ ଯଦି ସାଉଥ ଆଫ୍ରିକା ମ୍ଯାଚ ଜିତିଯାଏ ଏବଂ ଏପଟେ ଜିମ୍ବାୱେ ସହ ଟିମ୍ ଇଣ୍ଡିଆ ମ୍ଯାଚ ହାରିଯାଏ ତେବେ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଆସିଯିବ ଭାରତ । ଏପରି ସ୍ଥିତିରେ ପ୍ରଥମ ଗ୍ରୁପର ଶୀର୍ଷରେ ଥିବା ନ୍ୟୁଜିଲାଣ୍ଡ ସହ ଇଣ୍ଡିଆକୁ ମ୍ଯାଚ ଖେଳିବାକୁ ପଡିପାରେ ।

ତେବେ ଆସନ୍ତା ମ୍ଯାଚ ହିଁ ସେମିଫାଇନାଲରେ ଖେଳିବା ପାଇଁ ଦଳ ମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବ କହିଲେ ଭୁଲ ହେବନାହିଁ । କିନ୍ତୁ ଏଥିମଧ୍ୟରୁ ଯେକୌଣସି ପରିସ୍ଥିତିରେ ମଧ୍ୟ ଇଣ୍ଡିଆ ସେମିଫାଇନାଲକୁ ଯିବା ନିଶ୍ଚିତ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।