ହାରିବା ପରେ ନୂଆ ବାହାନା କଲା ବାଂଲାଦେଶ, Kohli ଙ୍କ ନାଁରେ ଆଣିଲା ସାଂଘାତିକ ଅଭିଯୋଗ, ପଡିଆରେ Kohli ଙ୍କ ହରକତକୁ ନେଇ ପ୍ରଶ୍ନ କଲେ ଏହି ବାଂଲାଦେଶ କ୍ରିକେଟର

ବାଂଲାଦେଶକୁ ରୋମାଞ୍ଚକର ମୁକାବିଲାରେ ପରାଜିତ କରି ଟିମ୍ ଇଣ୍ଡିଆ ସେମିଫାଇନାଲର ନିକଟତର ହୋଇଛି । କିଙ୍ଗ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଓ ବୋଲରଙ୍କ ଜଲୱା ଆଗରେ ହାର୍ ମାନିଥିଲା ବାଂଲାଦେଶ । ହେଲେ ବାଂଲଦେଶର କ୍ରିକେଟର ଏବଂ କ୍ରିକେଟପ୍ରେମୀ ଏହି ପରାଜୟକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । କାରଣ ମ୍ଯାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାଂଲାଦେଶ ସପକ୍ଷରେ ବାଜି ଥିଲେ ମଧ୍ୟ ସେମାନଙ୍କ ହାତରୁ ମ୍ଯାଚ ଛଡେଇ ଆଣିଥିଲା ଟିମ୍ ଇଣ୍ଡିଆ ।

ସେଥିପାଇଁ କୁଆଡେ ମୁଣ୍ଡରୁ ପରାଜୟ ଦୋଷ ଛଡାଇବାକୁ ବାଂଲାଦେଶ ନୂଆ ବାହାନା ଆରମ୍ଭ କରିଛି । ଆଉ ଏଥିପାଇଁ ସିଧାସଳଖ ବିରାଟ କୋହଲିଙ୍କୁ ନିଶାନା କରାଯାଇଛି । ବାଂଲଦେଶର କ୍ରିକେଟର ନୁରୂଲ୍ ହାସନ କହିଛନ୍ତି ଯଦି ଅମ୍ପାୟାର ପଡିଆରେ କୋହଲିଙ୍କ ହରକତ ଦେଖିଥାନ୍ତେ ତେବେ ବାଂଲାଦେଶକୁ ପେନାଲଟି ବାବଦକୁ ଅତିରିକ୍ତ ୫ ରନ୍ ମିଳିଥାନ୍ତା ଓ ଆମେ ବିଜୟୀ ହୋଇ ପାରିଥାନ୍ତୁ । ନୁରୂଲ୍ ଏଭଳି କହିବା ପରେ ଆରୋପ ଓ ପ୍ରତ୍ୟାରୋପ ପର୍ବ ଆରମ୍ଭ ହୋଇଯାଇଛି ।

ବିରାଟ କୋହଲିଙ୍କ ଫିଲଡିଙ୍ଗକୁ ନେଇ ବାଂଲାଦେଶ କ୍ରିକେଟର ନୁରୂଲ୍ ହାସନ ସାଂଘାତିକ ଅଭିଯୋଗ ଆଣିବା ପରେ ଏହାକୁ ନେଇ ଦେଖାଦେଇଛି ବିବାଦ । ନୁରୂଲଙ୍କ କହିବା ଅନୁଯାୟୀ ମ୍ଯାଚ ଚାଲିଥିବା ଗୋଟିଏ ସମୟରେ ମିଛ ଫିଲଡିଙ୍ଗର ଅଭିନୟ କରିଥିଲେ ବିରାଟ କୋହଲି । ଏହି ସମୟରେ ବାଂଲାଦେଶର ଦୁଇ ବ୍ୟାଟର ରନ୍ ନେବାରେ ବ୍ୟସ୍ତ ଥିଲେ । କିନ୍ତୁ ଅମ୍ପାୟାରଙ୍କ ଏହି ମିଛ ଫିଲଡିଙ୍ଗ ଅମ୍ପାୟାରଙ୍କ ନଜରକୁ ଆସି ନଥିଲା ନହେଲେ ସେମାନେ ଅତିରିକ୍ତ ୫ ରନ୍ ପାଇଥାନ୍ତେ ।

ଆଉ ଏହାଦ୍ବାରା ବାଂଲାଦେଶ ସହଜରେ ମ୍ଯାଚ ଜିତି ଯାଇଥାନ୍ତା । ତେବେ ଏହି ରୋମାଞ୍ଚକର ମ୍ଯାଚରେ କିଛି ସମୟ ପାଇଁ ବାଧା ସୃଷ୍ଟି କରିଥିଲା ବର୍ଷା । କିନ୍ତୁ ବର୍ଷା ପୂର୍ବରୁ ପଡିଆରେ କୋହଲିଙ୍କ ଏକ ମିଛ ଫିଲଡିଙ୍ଗର ଅଭିନୟକୁ ନେଇ ବିବାଦ ଉପୁଜିଛି । ଅକ୍ଶର ପଟେଲଙ୍କ ବଲକୁ ଅଫସାଇଡରେ ଏକ ସଟ୍ ଖେଳି ରନ୍ ନେଉଥିବା ବେଳେ ଅର୍ଶଦୀପ ସିଂ ଏହାକୁ ଥ୍ରୋ କରିଥିଲେ । ଆଉ ଏହି ଥ୍ରୋ ପାଖ ଦେଇ ଯାଇଥିଲେ ମଧ୍ୟ କୋହଲି ଏହାକୁ ଧରି ନଥିଲେ । ବରଂ ବଲ୍ ଧରି କେବଳ ଥ୍ରୋ କରିବାର ଅଭିନୟ କରିଥିଲେ ।

ଯାହା ଅମ୍ପାୟାର କିମ୍ବା ଅନ୍ୟ କାହାରି ନଜରରେ ଆସି ନଥିଲା । ସେଥିପାଇଁ ସେହି ସମୟରେ କିଛି ବିବାଦ ହୋଇ ନଥିଲା । ICC ନିୟମାନୁଯାୟୀ ଜାଣିଶୁଣି କେହି ବ୍ୟାଟରଙ୍କ ଧ୍ୟାନ ଭଙ୍ଗ କରିବାକୁ ଚେଷ୍ଟା କଲେ ଅମ୍ପାୟାର ଏହାକୁ ଡେଡ୍ ବଲ ଘୋଷଣା କରିବା ସହ ବ୍ୟାଟିଂ କରୁଥିବା ଟିମକୁ ଅତିରିକ୍ତ ୫ ରନ୍ ଦେଇଥାନ୍ତି ।

ତେବେ ବାଂଲାଦେଶ ବ୍ୟାଟର କୋହଲିଙ୍କ ଆଡକୁ ଚାହିଁ ନଥିଲେ ସେଥିପାଇଁ ଭ୍ରମିତ ହେବାର ପ୍ରଶ୍ନ ଉଠୁନି ବୋଲି ଭାରତୀୟ କ୍ରିକେଟ ଫ୍ୟାନ୍ସ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।