ଦୀର୍ଘ ଦିନ ପରେ ବିବାଦକୁ ନେଇ ମୁହଁ ଖୋଲିଲେ Babushan, ପତ୍ନୀ Trupti ଓ ଅଭିନେତ୍ରୀ Prakruti ଙ୍କ ସହ ପ୍ରକୃତରେ କଣ ହୋଇଥିଲା ଗୋଟି ଗୋଟି ବଖାଣିଲେ ବାବୁଶାନ

ଗତ କିଛି ମାସ ତଳେ ଓଲିଉଡ ହିରୋ ବାବୁଶାନ ମହାନ୍ତିଙ୍କ ପାରିବାରିକ ବିବାଦ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁଶାନ କାରରେ ଥିବାବେଳେ ତାଙ୍କ ପତ୍ନୀ ତୃପ୍ତି ପହଞ୍ଚି ସେଠାରେ ସେମାନଙ୍କୁ ଟଣାଓଟରା ଆରମ୍ଭ କରି ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଘଟଣା ପରେ ଉଭୟ ବାବୁଶାନ ଓ ତୃପ୍ତି ଫ୍ଲାଇଟ ଯୋଗେ ଚେନ୍ନାଇ ପଳାଇଥିବା ବେଳେ ପରେ ବାବୁଶାନ ନିଜ ଘରକୁ ଫେରିବା ସହ ଦୀର୍ଘଦିନ ପରେ ଏହି ମାମଲାରେ ନିଜ ମୁହଁ ଖୋଲିଛନ୍ତି ।

ବାବୁଶାନ କହିଛନ୍ତି ଯେ, ରିଲ୍ ଲାଇଫ ଓ ରିୟଲ ଲାଇଫ ବହୁତ ଭିନ୍ନ ହୋଇଥାଏ । ପରଦା ଉପରେ ଆମକୁ ଏକ ଭିନ୍ନ ଚରିତ୍ରରେ ଦେଖାଯାଏ ଏବଂ ସେଇଟା ସତ ନୁହେଁ । ବ୍ୟକ୍ତିଗତ ଜୀବନ ଏହାଠାରୁ ଏକଦମ ଭିନ୍ନ ହୋଇଥାଏ । ଡାକ୍ତର ଏବଂ ଆର୍ମି ଅଫିସରଙ୍କ ଭଳି ଲୋକମାନେ ରିୟଲ ଲାଇଫ ହିରୋ ହୋଇଥାନ୍ତି କିନ୍ତୁ ମୁଁ ଜଣେ ସାଧାରଣ ମଣିଷ । ଅଭିନୟ କରିବା ମୋ କାର୍ଯ୍ୟ ତେଣୁ ମୁଁ କେବଳ ଜଣେ ଅଭିନେତା । ବ୍ୟକ୍ତିଗତ ଜୀବନରେ ଆମେ ସମସ୍ତେ ଭିନ୍ନ ଭିନ୍ନ ବ୍ୟକ୍ତିତ୍ବର ଅଧିକାରୀ ।

କିନ୍ତୁ ଆମେ ଯାହା କରୁଛୁ କିମ୍ବା କହୁଛୁ ତାହା ଯଦି ଲୋକଙ୍କ ଉପରେ ପ୍ରଭାବ ପକାଉଛି ତେବେ ତାହା ହିଁ ପ୍ରଭାବ ପକାଇଥାଏ । କିନ୍ତୁ କୌଣସି ମାମଲା ସମାଧାନ ହୋଇଯିବା ପରେ ତାକୁ ନେଇ ଚର୍ଚ୍ଚା କରିବାର ଆଉ କୌଣସି ମୂଲ୍ୟ ନାହିଁ । ସମସ୍ତଙ୍କ ପରିବାରରେ ଭୁଲ ବୁଝାମଣା ଓ ସାମାନ୍ଯ କଳିଝଗଡା ହୁଏ । ସେମିତି ଗୋଟିଏ ଭୁଲ ବୁଝାମଣା ହୋଇଥିଲା, ଯାହାକି ଏବେ ସମାଧାନ ହୋଇଗଲାଣି ।

ଏବେ ସବୁ ଶାନ୍ତ ଓ ଆରାମରେ ଚାଲିଛି । ଯେତେବେଳେ ଭୁଲ ବୁଝାମଣା ସୃଷ୍ଟି ହୁଏ ସେହି ସମୟରେ ଆମେ ମାନସିକତା ହରେଈ ବସୁ । କିନ୍ତୁ ପରେ ବୁଝିପାରିଲେ ସେସବୁ ସମାଧାନ ହୋଇଯାଏ । ମୁଁ ସବୁବେଳେ କହି ଆସିଛି ମୋ ସ୍ତ୍ରୀ ଏବଂ ମୋ ମାଆ ମୋର ସବୁଠୁ ବଡ ବଳ ଥିଲେ । ଆଉ ଏବେବି ସେମାନେ ମୋର ବଳ । ଆଉ ସବୁବେଳେ ମୋ ସପକ୍ଷରେ ମୋ ନ୍ପାଇନ ଛିଡା ହେବେ ।

ବେଳେବେଳେ ମୁଁ ଭୁଲିଯାଏ ଯେ ଲୋକମାନେ ମୋତେ କେଉଁ ଦୃଷ୍ଟିରେ ଦେଖନ୍ତି । ମୁଁ ନିଜକୁ ସାଧାରଣ ମଣିଷ ବୋଲି ଭାବି ସେକଥା ଭୁଲିଯାଏ ତେଣୁ କିଛି ଭୁଲ ହୋଇଯାଏ । ତେବେ ଏହି ଘଟଣା ପାଇଁ ମୁଁ କେବଳ ପରିସ୍ଥିତିକୁ ଦାୟୀ କରିବି । ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।