ଇଏ ହେଉଛି ଦୁନିଆର ଶେଷ ରାସ୍ତା, ଏହି ରାସ୍ତାରେ ଏକୁଟିଆ ଯିବାର ଭୁଲ ନକରିବା ହିଁ ଭଲ, ନେହେଲେ…

ଆଜି ଆମେ ଆପଣଙ୍କୁ ଏମିତି ଏକ ରାସ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଦୁନିଆର ଶେଷ ରାସ୍ତା ବୋଲି କୁହାଯାଇ ଥାଏ । ପୃଥିବୀର ଉତ୍ତର ମେରୁରେ ସବୁଠାରୁ ସୁଦୂର ବିନ୍ଦୁ ଅଟେ । ଏହା ନର୍ୱେ ର ଶେଷରେ ଅଛି । ଏଠାରୁ ଆଗକୁ ଯାଇଥିବା ରାସ୍ତାକୁ ଦୁନିଆର ଶେଷ ରାସ୍ତା ବୋଲି କୁହାଯାଇ ଥାଏ । ଏହି ରାସ୍ତାର ନାମ E-୬୯ ଅଟେ ଯାହାକି ପୃଥିବୀର ସୀମା ନର୍ୱେ କୁ ଏକାଠି କରିଥାଏ । ଏହି ରାସ୍ତା ଆଗରେ କୌଣସି ଅନ୍ୟ ରାସ୍ତା ନାହିଁ କାରଣ ଏହା ଆଗରେ କେବଳ ବରଫ ଏବଂ ସମୁଦ୍ର ଅଛି ।

ଏହି ରାସ୍ତାର ଲମ୍ବା ପ୍ରାୟ ୧୪ କିମି ଅଟେ । ଏହା ଏକ ହାଇୱେ ଅଟେ ଏବଂ ଏଠାରେ ଏମିତି କିଛି ଜାଗା ଅଛି ଯେଉଁଠାରେ ଏକା ଯିବା ପାଇଁ ମନାକରା ଯାଇଥାଏ । ସେଠାରୁ ଯିବା ପାଇଁ ହେଲେ ଅନେକ ଲୋକ ଏକାଠି ହେବା ପାଇଁ ପଡିଥାଏ । ଏହାର କାରଣ ହେଉଛି ସେଠାରେ ଚାରିଆଡେ କେବଳ ବରଫ ହିଁ ଥାଏ ଯେଉଁଠାରେ କି ହଜିଯିବାର ଆଶଙ୍କା ମଧ୍ୟ ଥାଏ । ଉତ୍ତରୀ ମେରୁ ପାଖରେ ଥିବାରୁ ସେଠାରେ ଥଣ୍ଡା ଦିନ ରାତି ଭଳି ଦେଖା ଯାଇଥାଏ ।

କେବେ କେବେ ତ ଏଠାରେ ୬ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିବାକୁ ମିଳିନଥାଏ । ଶିତ ଦିନେ ସେଠାର ତାପମାତ୍ରା ମାଇନସ ୪୩ ଡିଗ୍ରୀ ରୁ ମାଇନସ ୨୬ ଡିଗ୍ରୀ ସେଲସିୟସ ମଧ୍ୟରେ ପହଞ୍ଚି ଯାଇଥାଏ ଏବଂ ଖରା ଦିନର ତାପମାତ୍ରା ୦ ଡିଗ୍ରୀ ସେଲସିୟସ ହୋଇଥାଏ ।

ସେଠାରେ ବହୁତ ଥଣ୍ଡା ହେଲେ ମଧ୍ୟ ଲୋକ ମାନେ ରହୁଛନ୍ତି । ପ୍ରଥମେ ସେଠାରେ କେବଳ ମାଛ ବ୍ୟବସାୟ ହେଉଥିଲା କିନ୍ତୁ ୧୯୩୦ ମସିହାରେ ସେହି ଜାଗାର ଉନ୍ନତି ହେବାରେ ଲାଗିଲା । ୧୯୩୪ ମସିହାରେ ସେଠାକାର ସବୁ ଲୋକ ମାନେ ନିଷ୍ପତ୍ତି ନେଲେ କି ସେଠାରେ ଅନ୍ୟ କିଛି ବ୍ୟବସ୍ତା କରାଯିବ ଯେଉଁଥିରୁ ସେମାନେ କିଛି ରୋଜଗାର କରି ପାରିବେ ।

ଏହାପରେ ସେଠାରେ ବହୁତ ପ୍ରକାର ହୋଟେଲ ତିଆରି କରାଗଲା ଏବଂ ଦୁନିଆର ଅଧିକାଂଶ ଲୋକ ସେଠାକୁ ବୁଲିବା ପାଇଁ ଯାଉଛନ୍ତି । ଯେଉଁଠାରେ କି ସେମାନେ ଏକ ଅଲଗା ଦୁନିଆରେ ଅଛନ୍ତି ବୋଲି ଅନୁଭବ କରନ୍ତି । ସେଠାରେ ସୂର୍ଯ୍ୟସ୍ତ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ସେଠାରେ ଆପଣଙ୍କୁ ନୀଳ ଆକାଶରେ ଗୋଲାପି କିରଣ ଦେଖିବାକୁ ମିଳିବ ।

ପୋଲାର ଲାଇଟସ କୁ ‘ଆରୋରା’ ବି କୁହାଯାଇଥାଏ ଏବଂ ଏହା ଅଧିକ ଅନ୍ଧାର ହେଲେ ହିଁ ଦେଖାଯାଇ ଥାଏ । ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ଅନେକ ନୂଆ ନୂଆ ଲେଖା ପାଇଁ ପେଜକୁ ଲାଇକ କରନ୍ତୁ ।