ବଡ ପାଟିରେ କଥା ହେଉଥିବା ବ୍ୟକ୍ତିଙ୍କ ସ୍ଵଭାବ କିପରି ହୋଇଥାଏ ? ଜାଣନ୍ତୁ ଏନେଇ Astrologer Pragyan Tripathy ଙ୍କ ଠାରୁ ଖାସ୍ କଥା

ଭିନ୍ନ ଭିନ୍ନ ବ୍ୟକ୍ତି ବିଭିନ୍ନ ପ୍ରକାରର ଢଙ୍ଗରେ କଥା କହିଥାନ୍ତି । କିଏ ଧୀରେ ଧୀରେ କଥା କହିଥାନ୍ତି, କିଏ ବହୁତ ବଡ ପାଟିରେ କଥା କହିଥାନ୍ତି ତ ଆଉ କିଏ ଭଲରେ କଥା ହେଉଥିଲେ ମଧ୍ୟ କର୍କଶ ସ୍ଵରରେ କଥା କହିବା ଭଳି ଲାଗିଥାଏ । ତେବେ ଯଦି କୌଣସି ବ୍ୟକ୍ତି ବଡ ପାଟିରେ କଥା ହୋଇଥାନ୍ତି ତେବେ ତାଙ୍କ ସ୍ଵଭାବ କିପରି ହୋଇଥାଏ ? ଆସନ୍ତୁ ତାଙ୍କ ବିଷୟରେ କିଛି ଖାସ କଥା ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ ।

ଯେଉଁମାନଙ୍କ ଜାତକରେ ଏକାଦଶ ଭାବ ସହ ରବିଙ୍କ ସମ୍ପର୍କ ରହିଥିବ ଅର୍ଥାତ ରବି ଏକାଦଶ ଭାବରେ ରହିଥିବେ କିମ୍ବା ଏକାଦଶକୁ ଦେଖୁଥିବେ ତେବେ ସେହି ବ୍ୟକ୍ତି ଜୋରରେ କଥା ହୋଇଥାନ୍ତି । ଏହାସହ ଶନି ଯଦି ଯେକୌଣସି ଭାବରେ ଅସ୍ତ ହୋଇ ଯାଇଥାନ୍ତି ତେବେ ସେହି ଲୋକମାନେ ମଧ୍ୟ ଚିଲେଇ ଚିଲେଇ କଥା ହୋଇଥାନ୍ତି । ତେବେ ଚିଲେଇକି କଥା ହେଉଥିବା ଲୋକଙ୍କ ହୃଦୟ ଏକଦମ ନିର୍ମଳ ଥାଏ ।

ସେମାନେ ଅନ୍ୟ ପାଇଁ କେବେବି ଗାତ ଖୋଳି ନଥାନ୍ତି ଓ ନିଜ ଅପେକ୍ଷା ଭାଇଭଉଣୀଙ୍କ ଉନ୍ନତି ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ଏମାନେ ପ୍ରତ୍ଯେକ ନାରୀ କିମ୍ବା ପୁରୁଷଙ୍କୁ ବହୁତ ସମ୍ମାନ ଦିଅନ୍ତି । ଏମାନେ ଭୂମି ସମ୍ବନ୍ଧୀୟ କାର୍ଯ୍ୟରେ ବିଶେଷ ଲାଭବାନ ହୋଇଥାନ୍ତି ଓ ସରକାରୀ କ୍ଷେତ୍ରରେ ମଧ୍ୟ ଏମାନଙ୍କୁ ପଦପଦବୀ ମିଳିଥାଏ ।

ବହୁତ ଜୋରରେ କଥା ହେଉଥିବା ଲୋକମାନେ ଅନ୍ୟର ଦୁଃଖକୁ ଦେଖି ପାରନ୍ତି ନାହିଁ ଓ ଅନ୍ୟର କାର୍ଯ୍ୟରେ ସବୁବେଳେ ସାହାଯ୍ୟ କରିଥାନ୍ତି । କିନ୍ତୁ ଜୀବନରେ କୋର୍ଟକଚେରୀ ମାମଲାରେ ଏମାନେ ଫସି ଯାଇଥାନ୍ତି । ଭୂମି ଓ ଜମି ତ ଏମାନଙ୍କୁ ମିଳିଥାଏ, କିନ୍ତୁ ଏହାକୁ ନେଇ ଆଇନଗତ ସମସ୍ଯା ମଧ୍ୟ ଦେଖା ଦେଇଥାଏ ।

୪୫ ବର୍ଷ ବୟସ ପରେ ଏମାନଙ୍କ ଠାରେ ସୁଗାର ଏବଂ ଉଚ୍ଚ ରକ୍ତଚାପ ସମସ୍ଯା ବହୁତ ଅଧିକ ଦେଖିବାକୁ ମିଳେ । ଏହି ବ୍ୟକ୍ତିମାନେ ଏକା ରହିବାକୁ ଭଲପାଆନ୍ତି ନାହିଁ । ଅନ୍ୟମାନଙ୍କୁ ସାଥିରେ ନେଇକରି ବଞ୍ଚିବାକୁ ଏମାନେ ପସନ୍ଦ କରିଥାନ୍ତି । ଏକା ରହିବା ଏମାନଙ୍କ ପାଇଁ ଏକ ଯନ୍ତ୍ରଣା ସଦୃଶ ହୋଇଥାଏ ।

ଏମାନେ ବୁଲାବୁଲି କରିବାକୁ ଓ ନୂଆ ଜିନିଷ ଜାଣିବାକୁ ବହୁତ ଭଲ ପାଇଥାନ୍ତି । ଏମାନେ କାର୍ଯ୍ୟରେ କେବେ ଠକନ୍ତି ନାହିଁ । ଏହି ଲୋକମାନେ ଖୋଲା ହୃଦୟର ହୋଇଥିବାରୁ ମନ ଭିତରେ କିଛି କଥା ରଖିପାରନ୍ତି ନାହିଁ । ତେବେ ଏହା ଜାଣିଶୁଣି ଜୋରରେ ଚିଲେଇ କଥା ହେଉଥିବା ବା ରାଗିଯାଇ କର୍କଶ ସ୍ଵରରେ କଥା ହେଉଥିବା ବ୍ୟକ୍ତିଙ୍କ କଥା କହୁନାହୁଁ ।

ଏହି ବ୍ୟକ୍ତିଙ୍କ ସ୍ଵର ପ୍ରକୃତରେ ଉଚ୍ଚ ହୋଇଥାଏ ଓ ଏମାନେ ଆରମ୍ଭରୁ ହିଁ ବଡ ପାଟିରେ କଥା ହୋଇଥାନ୍ତି । ଏମାନେ କାହାକୁ ହଇରାଣ କରିବାକୁ ଭଲ ପାଆନ୍ତି ନାହିଁ । କିନ୍ତୁ ଲୋକମାନେ ଏମାନଙ୍କୁ ହଇରାଣ କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।