ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍ କୁ ପଶି ଆସି ସମସ୍ତଙ୍କୁ ଦାମୀ କାର୍ ଯାଚିଥିଲା ଦାଉଦ ଇବ୍ରାହିମ, ହେଲେ Kapil Dev ଯାହା କରିଥିଲେ ନା…

ଟିମ୍ ଇଣ୍ଡିଆର କ୍ରିକେଟ ଟିମ୍ ରେ ପଶି ଆସିଥିଲା ଡନ୍ ଦାଉଦ ଇବ୍ରାହିମ । ଭାରତ ମ୍ଯାଚ ଜିତିଳେ ସମସ୍ତଙ୍କୁ ଗୋଟେ ଗୋଟେ ଦାମୀ କାର୍ ଦେବ ବୋଲି କହିଥିଲା । ହେଲେ କପିଲଦେବ ସିଧା ‘ଗେଟ୍ ଆଉଟ୍’ କହି ଦେଇଥିଲେ । 1986 ମସିହାରେ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍ ରେ ଯାହା ଘଟଣା ଘଟିଥିଲା ତାହା କ୍ରିକେଟ ଇତିହାସରେ କେହି କେବେ ଭୁଲି ପାରିବେ ନାହିଁ । ସେତେବେଳର କ୍ଯାପଟେନ କପିଲଦେବ ଦାଉଦ ଇବ୍ରାହିମଙ୍କୁ ଡ୍ରେସିଂ ରୁମ୍ ରେ ସିଧା କହି ଦେଇଥିଲେ ଗେଟ୍ ଆଉଟ୍ ।

ଦାଉଦ ଇବ୍ରାହିମ ଭଳି ଡନ୍ କୁ ତିଳେ ହେଲେ ବି ଡରି ନଥିଲେ କପିଲଦେବ । ଦାଉଦ ଇବ୍ରାହିମରେ ମୁହଁରେ ଆଙ୍ଗୁଠି ଦେଖେଇ ନିର୍ଭୟରେ ଏମିତି କହି ଦେଇଥିଲେ କପିଲଦେବ । ତାଙ୍କ ଠାରୁ ଏତିକି କଥା ଶୁଣିବା ପରେ ଏକଦମ ଆଶ୍ଚର୍ଯ୍ୟ ହୋଇ ସେଠାରୁ ଚାଲି ଯାଇଥିଲା ଦାଉଦ ଇବ୍ରାହିମ । ସେତେବେଳେ ଯାହାକାଉ ପୁରା ଦୁନିଆ ଭୟ କରୁଥିଲା କପିଲଦେବ ତାକୁ ଏମିତି କ୍ଳାସ କରିଥିଲେ । ସୂଚନା ଅନୁଯାୟୀ 1986 ମସିହାରେ ଭାରତ ଓ ପାକିସ୍ତାନ ଭିତରେ ମ୍ଯାଚ ଚାଲିଥିଲା ।

ପାକିସ୍ତାନ ଟସ୍ ଜିତି ଭାରତକୁ ବ୍ୟାଟିଂ ଦେଇଥିଲା । ଏତିକି ବେଳେ ଡ୍ରେସିଂ ରୁମ୍ ଭିତରକୁ ପଶି ଆସିଥିଲା ଦାଉଦ ଇବ୍ରାହିମ । ଆଉ କହିଥିଲା ପାକିସ୍ତାନ ବିପକ୍ଷରେ ଏହି ମ୍ଯାଚ ଯଦି ଭାରତ ଜିତି ଯାଏ ତେବେ ସେ ଭାରତର ସମସ୍ତ ଖେଳାଳିଙ୍କୁ ଗୋଟିଏ ଲେଖାଏଁ କାର୍ ଉପହାର ଦେବ । ଠିକ ସେହି ସମୟରେ ଡ୍ରେସିଂ ରୁମ୍ ରେ ଆସି ପହଞ୍ଚି ଯାଇଥିଲେ କ୍ଯାପଟେନ କପିଲଦେବ । ଆଉ ଦାଉଦ ର କଥା ଶୁଣି ଏକଦମ ରାଗି ଯାଇଥିଲେ ଓ ସେଠାରୁ ତୁରନ୍ତ ଚାଲିଯିବାକୁ ଦାଉଦକୁ କହିଥିଲେ ।

ଦାଉଦ ମୁହଁ ତଳକୁ କରି ସେଠାରୁ ସିଧା ଚାଲି ଯାଇଥିଲା । ଏକଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଅନ୍ଯତମ ପୂର୍ବତନ କ୍ଯାପଟେନ ଦିଲ୍ଲୀପ ଭେଙ୍କସରକାର ଗୋଟିଏ ପ୍ରେସ କନ୍ଫରେନ୍ସରେ ଏ ବାବଦରେ କହିଥିଲେ । କିଭଳି କପିଲଦେବ ଗେଟ୍ ଆଉଟ୍ କହି ଦାଉଦକୁ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍ ରୁ କାଢି ଦେଇଥିଲେ । 1983 ରେ ଭାରତ ପାଇଁ ପ୍ରଥମ ବିଶ୍ଵକପ ଜିତିଥିବା କ୍ଯାପଟେନ ହେଉଛନ୍ତି କପିଲଦେବ । ତାଙ୍କ ଉଚ୍ଚତା ଯେମିତି ବ୍ୟକ୍ତିତ୍ବ ବି ସେମିତି ।

ପଡିଆରେ ମୋଟା ସ୍ଵରରେ ଗର୍ଜନ କରନ୍ତି । ତାଙ୍କ ନେତୃତ୍ଵରେ ଭାରତକୁ ପ୍ରଥମ କ୍ରିକେଟ ବିଶ୍ଵକପ ଭେଟି ଦେଇଥିଲେ କପିଲଦେବ । ତାଙ୍କ ଶକ୍ତିଶାଳୀ ବ୍ଯକ୍ତିତ୍ବର ଏଭଳି କାହାଣୀ ଆଜି ବି ଅନେକ କ୍ରିକେଟରଙ୍କୁ ପ୍ରେରଣା ଯୋଗାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।