ମାଟ୍ରିକରେ 90% ମାର୍କ ଆଣିଛି Swati, ହେଲେ ରେଜଲ୍ଟ ଦେଖିବାକୁ ଆଉ ଏ ଦୁନିଆରେ ନାହିଁ, ଦେଖନ୍ତୁ ବାପାମା’ଙ୍କ ପ୍ରତିକ୍ରିୟା ଆଖିରେ ଲୁହ ଆସିଯିବ

ମାଟ୍ରିକ ରେଜଲ୍ଟ ଏହି ବାପାମା’ଙ୍କୁ ଏମିତି ପରିସ୍ଥିତିରେ ଛିଡା କରିଦେଇଛି ଯାହା ଖୁସି ନା ବୟାନ କରିହେଉଛି ନା ଦୁଃଖକୁ ବଖାଣି ପାରୁଛନ୍ତି । କାରଣ ମାଟ୍ରିକରେ ଫାଷ୍ଟ କ୍ଳାସ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଝିଅ ତା’ ରେଜଲ୍ଟ ଶୁଣିବାକୁ ଆଉ ନାହିଁ । ଝିଅ ସ୍ଵାତୀ ଏବେ ଏବେ ମାଟ୍ରିକ ପରୀକ୍ଷା ଦେଇଥିଲା । ଗତ ମାର୍ଚ୍ଚ 20 ତାରିଖରେ ତା’ ମାଟ୍ରିକ ପରୀକ୍ଷା ସାରିଥିଲା । ସବୁ ପିଲାଙ୍କ ଭଳି ସେ ବି ରେଜଲ୍ଟକୁ ଅପେକ୍ଷା କରିଥିଲା । ମାଟ୍ରିକରେ 90 ପ୍ରତିଶତ ମାର୍କ ରଖି ସେ ଫାଷ୍ଟ କ୍ଳାସ ପାଇଛି ।

ହେଲେ ଖୁସି ଖବର ଶୁଣିବାକୁ ସ୍ଵାତୀ ଦୁନିଆରେ ନାହିଁ । ଦଶମ ପରୀକ୍ଷା ପରେ ଏକ ଦୁର୍ଘଟଣା ଆଜି ସ୍ଵାତୀକୁ ତା’ ବାପାମା’ଙ୍କ ଠାରୁ ଦୂରେଇ ଦେଇଛି । ରେଜଲ୍ଟ ଆସିଲେ କିଏ ଖୁସି ହୋଇ ମିଠା ବାଣ୍ଟେ ତ କିଏ ଭୋଜିଭାତ କରେ । ଆଉ କିଏ ରେଜଲ୍ଟକୁ ନେଇ ଟିକେ ଦୁଃଖ ବି କରେ । ହେଲେ ଏଠି କିନ୍ତୁ ମାଟ୍ରିକ ରେଜଲ୍ଟ ବାପାମା’ଙ୍କୁ ଝିଅ ମୃତ୍ୟୁ କଥା ମନେପକାଇ ଦେଉଛି ।

ଦଶମ ପରୀକ୍ଷା ପରେ ଏକ ଦୁର୍ଘଟଣାରେ ଅଲିଅଳି ଝିଅ ସ୍ଵାତୀର କେମିତି ଜୀବନ ଚାଲିଗଲା ସେକଥାକୁ ମନେପକାଇ କାନ୍ଦୁଛନ୍ତି ଏହି ଅଭାଗା ବାପାମା’ । ଅନୁଗୁଳ ଜିଲ୍ଲା ଗାନ୍ଧୀମାର୍ଗ ସରସ୍ଵତୀ ଶିଶୁମନ୍ଦିରରେ ଦଶମ ଶ୍ରେଣୀରେ ପଢୁଥିଲେ ସ୍ଵାତୀ । ସବୁ ପିଲାଙ୍କ ଭଳି ସେ ଏଥର ମାଟ୍ରିକ ପରୀକ୍ଷା ଦେଇଥିଲା । 20 ମାର୍ଚ୍ଚରେ ମାଟ୍ରିକ ପରୀକ୍ଷା ସରିବା ପରେ 24 ତାରିଖରେ ବାପାଙ୍କ ସହ ବାଇକରେ ବସି ମାମୁଁଘରକୁ ଯାଉଥିଲା ସ୍ଵାତୀ ।

ହେଲେ ଏତିକି ବେଳେ ପଛପଟୁ ଆସୁଥିବା ଏକ ଗାଡି ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଆଖି ବୁଜି ଦେଇଥିଲା ସ୍ଵାତୀ । ସେ ଯିବାର ପାଖାପାଖି ଦୁଇ ମାସରେ ତା’ ମାଟ୍ରିକ ରେଜଲ୍ଟ ସାମ୍ନାକୁ ଆସିଛି ଓ ସେ 90 ପ୍ରତିଶତ ମାର୍କ ମଧ୍ୟ ରଖିଛି । ହେଲେ ତା’ ପରିବାର ଲୋକଙ୍କୁ ଆହୁରି ଦୁଃଖରେ ମାଡି ପକାଉଛି ଝିଅର ରେଜଲ୍ଟ ।

ଛୋଟବେଳୁ ହିଁ ଭଲ ପାଠ ପଢୁଥିଲେ ସ୍ଵାତୀ । ଗତ ଦୁଇ ମାସ ଧରି ଦୁଃଖରେ ଜୀବନ କାଟୁଛନ୍ତି ସ୍ଵାତୀଙ୍କ ପୁରା ପରିବାର । ଯେତେ ଯାହା କଲେ ବି ସ୍ଵାତୀ ଏବେ ଆଉ ଫେରି ଆସିବନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।