ଗାଁ ରେ ପଡିଛି ତାଟି କବାଟ । ଗାଁ ରେ କେହି ଲୋକ ନାହାନ୍ତି । ସତେ ଯେମିତି ମରୁଭୁମି ପାଲଟିଛି ଗାଁ । ହେଲେ କାହିଁକି ସୁନସାନ ପଡିଛି ଗାଁ ? ହଁ ଦର୍ଶକ ବନ୍ଧୁ ଆମେ ଏଠାରେ ଯେଉଁ ଦୃଶ୍ୟ କହୁଛୁ ତାହା କେଉଁ ଅଲଗା ରାଜ୍ୟରେ ନୁହେଁ । ତାହା ହେଉଛି ଆମ ଓଡିଆ କଳାହାଣ୍ଡି ଜିଲ୍ଲା ର । ସୂଚନା ଅନୁସାରେ ଜିଲ୍ଲା ପୋଲିସର ASI ଟିମ ଟାପିରଙ୍ଗ ସଙ୍ଘେଇ ଙ୍କ ଜଙ୍ଗଲରେ ମାଓବାଦୀ ଙ୍କ ଚଳ ପ୍ରଚଳ ଥିବା ନେଇ ବିଶେଷ ସୂତ୍ର ରୁ ଖବର ପାଇବା ପରେ ସେଠାକୁ ଯାଇଥିଲେ ।
ସେହି ସମୟରେ ଟାପିରଙ୍ଗ ଙ୍କ ଗାଁ ଆଶାକର୍ମୀ ଙ୍କ ଘର ନିକଟରେ ମାଓବାଦୀ ଥିବା ବେଳେ ପୋଲିସ ଓ ମାଓବାଦୀ ଙ୍କ ମଧ୍ୟରେ ଗୁ-ଳି ବିନିମୟ ହୋଇଥିଲା । ଫଳରେ ଘଟଣା ସ୍ଥଳରେ 2 ଜଣ ମାଓବାଦୀ ଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଜେନ ମାଓବାଦୀ ଗୁରୁତର ଆହତ ହୋଇଥିଲେ । ଭୟରେ ଗାଁ କୁ କେହି ଯିବା ଆସିବା କରୁ ନ ଥିବା ବେଳେ ଗ୍ରାମ ବାସୀ ମଧ୍ୟ ଘରୁ ବାହାରୁ ନାହାଁନ୍ତି ।
ଘର ଭିତରୁ କେହି ଗାଁ କୁ ବାହାରୁ ନାହାଁନ୍ତି । କି ଲୋକ ମାନେ ଯିବା ଆସିବା ବି କରୁ ନାହାନ୍ତି । ସେପଟେ କଳାହାଣ୍ଡି ଏସ୍ପି ବାଇକ ଯୋଗେ ଗାଁ କୁ ଯାଇ ସେଠାରେ ସ୍ଥିତି ର ଅନୁଧ୍ୟାନ କରିବା ସହ ସ୍ଥାନୀୟ ଆଶାକର୍ମୀ ଙ୍କ ଘରକୁ ଯାଇ ଆଶାକର୍ମୀ ଙ୍କୁ ପୋଲିସ ବାଇକରେ ଆଣି ମଦନପୁର ଗ୍ରାମ ଥାନାରେ ରଖିଥିବା ବେଳେ ବର୍ତ୍ତମାନ ଗାଁ ରେ ଭୟ ର ବାତାବରଣ ଦେଖିବାକୁ ମିଳିଛି ।
ପୋଲିସ ମାଓବାଦୀ ଙ୍କ ଗୁ-ଳି ବିନିମୟ କାରଣରୁ ଗାଁ ପୁରା ଖାଁ ଖାଁ ରହିଥିବା ଦେଖିବାକୁ ମିଳିଛି । ଭୟରେ ଲୋକେ ମଧ୍ୟ ବାହାରକୁ ନ ବାହରୁ ଥିବାର ଦେଖିବାକୁ ମିଳିଛି । ଏବେ ଯାଏଁ ମାଓବାଦୀ ଙ୍କ ସଠିକ ଠିକଣା ମିଳି ନାହିଁ । ତେବେ ମାଓବାଦୀ ଙ୍କ ଆତଙ୍କ ରେ ପୁରା ଗାଁ ରେ ସୁନସାନ ସ୍ଥିତି ଦେଖା ଯାଇଛି ।
ଲୋକ ମାନେ ଏତେ ଭୟଭୀତ ହୋଇ ପଡିଛନ୍ତି ଯେ କେହି ବି ଘରୁ ବାହାରୁ ନାହାଁନ୍ତି କି କୌଣସି କାର୍ଯ୍ୟ କଳାପ କରୁ ନାହାଁନ୍ତି । ତେବେ ଏଭଳି ଘଟଣା ଆଜି ନୁହେଁ ଅନେକ ଥର ଦେଖିବାକୁ ମିଳିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।